Hindi News >>Home >>Odisha Sports

Rohit Sharma: ବିରଳ ରେକର୍ଡ ଅଧିକାରୀ ହୋଇପାରନ୍ତି ରୋହିତ, ଜାଣନ୍ତୁ କଣ ଏହି ରେକର୍ଡ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବେଶ ଆକ୍ରାମକ ପ୍ରଦର୍ଶନ କରିଆସୁଛନ୍ତି। ଜଣେ ଗେମ ଚେଞ୍ଜର ଭାବେ ନଜର ଆସିଛନ୍ତି ରୋହିତ। ତେବେ ରୋହିତ ସାମ୍ନାରେ ରହି ଦଳକୁ ଲିଡ କରିଆସୁଛନ୍ତି। ଚଳିତ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ସ୍କୋରର ଭାବେ ରୋହିତ ସାବ୍ୟସ୍ତ ହୋଇଛନ୍ତି। ସେପଟେ ଭାରତୀୟ ଦଳ ସେମିଫାଇନାଲରେ ପହଞ୍ଚି ସାରିଛି

Advertisement
Rohit Sharma: ବିରଳ ରେକର୍ଡ ଅଧିକାରୀ ହୋଇପାରନ୍ତି ରୋହିତ, ଜାଣନ୍ତୁ କଣ ଏହି ରେକର୍ଡ
Stop
Prabhudatta Moharana|Updated: Jun 26, 2024, 06:35 PM IST

Rohit Sharma: ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବେଶ ଆକ୍ରାମକ ପ୍ରଦର୍ଶନ କରିଆସୁଛନ୍ତି। ଜଣେ ଗେମ ଚେଞ୍ଜର ଭାବେ ନଜର ଆସିଛନ୍ତି ରୋହିତ। ତେବେ ରୋହିତ ସାମ୍ନାରେ ରହି ଦଳକୁ ଲିଡ କରିଆସୁଛନ୍ତି। ଚଳିତ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ସ୍କୋରର ଭାବେ ରୋହିତ ସାବ୍ୟସ୍ତ ହୋଇଛନ୍ତି। ସେପଟେ ଭାରତୀୟ ଦଳ ସେମିଫାଇନାଲରେ ପହଞ୍ଚି ସାରିଛି। ତେବେ ଯଦି ଭାରତ ସେମିଫାଇନାଲରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରେ ତେବେ ଏହି ଦୁଇଟି ମ୍ୟାଚରେ ରୋହିତଙ୍କୁ ଏକ ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। 

ଏହି ଦୁଇ ମ୍ୟାଚରେ ଯଦି ରୋହିତ ୧୧ଟି ଛକା ମାରୁଛନ୍ତି ତେବେ ତାଙ୍କ ନାଁରେ ସର୍ବାଧିକ ଛକା ମାରିବାର ରେକର୍ଡ ଲେଖାଯିବ। ଏପରିକି ଟି୨୦ ଓ ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତଙ୍କ ନାଁରେ ଲେଖାଯିବ। ତେବେ ବର୍ତ୍ତମାନ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ରେକର୍ଡ ଦୁର୍ଦ୍ଦଶ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କ ନାଁରେ ରହିଛି। 

ଟି୨୦ ଓ ଦିନିକିଆରେ ଛକା ସଂଖ୍ୟା ମିଶାଇ ମୋଟ ୧୧୨ଟି ଛକା ମାରିଛନ୍ତି କ୍ରିସ ଗେଲ। ୨୦୦୩ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମୋଟ ୧୧୨ଟି ଛକା ମାରିଛନ୍ତି ଗେଲ। ସେହିପରି ରୋହିତ ଶର୍ମା ୨୦୦୭ ରୁ ୨୦୨୪ ମଧ୍ୟରେ ମୋଟ ୧୦୨ଟି ଛକା ମାରିଛନ୍ତି। ଗେଲ ଏବଂ ରୋହିତ କେବଳ ଦୁଇଜଣ ବ୍ୟାଟ୍ସମ୍ୟାନ୍ ଯିଏ ମିଳିତ ଭାବେ ବିଶ୍ୱକପରେ ୧୦୦ରୁ ଅଧିକ ଛକା ମାରିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ତୃତୀୟ ସ୍ଥାନରେ ଅଛନ୍ତି, ଯିଏ ୨୦୦୯ ରୁ ୨୦୨୪ ମଧ୍ୟରେ ମୋଟ ୮୧ ଛକା ମାରିଛନ୍ତି। ଚତୁର୍ଥ ନମ୍ବରରେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ ଅଛନ୍ତି, ଯିଏ ୨୦୧୨ ରୁ ୨୦୨୪ ମଧ୍ୟରେ ୭୩ ଛକା ମାରିଛନ୍ତି।

ପଞ୍ଚମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ଅଛନ୍ତି, ଯିଏ ୨୦୦୭ ରୁ ୨୦୧୬ ମଧ୍ୟରେ ମୋଟ ୬୭ ରନ୍ ସ୍କୋର କରିଛନ୍ତି। ଏହି ତାଲିକାରେ ଟପ୍ -୧୦ରେ ରୋହିତ ଶର୍ମା ଏକମାତ୍ର ଭାରତୀୟ ହୋଇଥିବା ବେଳେ ବିରାଟ କୋହଲି ଦ୍ୱାଦଶ ସ୍ଥାନରେ ଅଛନ୍ତି। ୨୦୧୧ ରୁ ୨୦୨୪ ମଧ୍ୟରେ ବିରାଟ କୋହଲି ୪୬ ଛକା ମାରିଛନ୍ତି। ରୋହିତ ଶର୍ମା ଟିମ୍ ଇଣ୍ଡିଆର ସୁପର-୮ର ଶେଷ ମ୍ୟାଚରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଆଠଟି ଛକା ମାରିଥିଲେ ଏବଂ ଏହି ମ୍ୟାଚରେ ବେଶ ସେ ଆକ୍ରାମକ ପ୍ରଦର୍ଶନ କରିଥିଲେ। 

{}{}