Hindi News >>Home >>Odisha Sports

ପନ୍ତ-ଉର୍ବଶୀ ମାମଲାରେ ଏବେ ଏହି ଯୁବତୀଙ୍କ ଏଣ୍ଟ୍ରି, ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ

Rishabh Pant: ଟିମ୍ ଇଣ୍ଡିଆ ସହିତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଆଇସିସି ମେଗା ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମ୍ୟାଚ୍ ଅପେକ୍ଷା ଋଷଭ ପନ୍ତ ଓ ଉର୍ବଶୀ ରୌତେଲା (Urvashi Rautela) ପ୍ରସଙ୍ଗ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement
ପନ୍ତ-ଉର୍ବଶୀ ମାମଲାରେ ଏବେ ଏହି ଯୁବତୀଙ୍କ ଏଣ୍ଟ୍ରି, ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ
Stop
Zee Odisha Desk|Updated: Oct 12, 2022, 03:18 PM IST

ନୂଆଦିଲ୍ଲୀ: Rishabh Pant: ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ତାଙ୍କ ଖେଳ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି । ସେପଟେ ଭାରତୀୟ କ୍ରିକେଟ୍ ଦଳ (Team India) ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଏଠାରେ ଟିମ୍ ଇଣ୍ଡିଆକୁ ଅକ୍ଟୋବର ୧୬ରୁ ଟି-20 ବିଶ୍ୱକପ୍ (T20 World Cup) ଖେଳିବାର ଅଛି । ଟିମ୍ ଇଣ୍ଡିଆ ସହିତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଆଇସିସି ମେଗା ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମ୍ୟାଚ୍ ଅପେକ୍ଷା ଋଷଭ ପନ୍ତ ଓ ଉର୍ବଶୀ ରୌତେଲା (Urvashi Rautela) ପ୍ରସଙ୍ଗ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ ବର୍ତ୍ତମାନ ଋଷଭ ପନ୍ତଙ୍କ ଗର୍ଲଫ୍ରେଣ୍ଡ (Rishabh Pant Girlfriend) ମଧ୍ୟ ଏଥିରେ ଏଣ୍ଟ୍ରି ମାରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଋଷଭ ପନ୍ତଙ୍କ ଗର୍ଲଫ୍ରେଣ୍ଡ ଇଶା ନେଗି (Isha Negi) ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ଏହି ଭିଡିଓରେ ଇଶା ନେଗି (Isha Negi) ନିଜର ସୌନ୍ଦର୍ଯ୍ୟତା ମାଧ୍ୟମରେ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଟୁଛନ୍ତି । ସେପଟେ ଏହି ଭିଡିଓ ଉପରେ ଫ୍ୟାନ୍ସମାନେ ଜୋରଦାର କମେଣ୍ଟ ମଧ୍ୟ କରୁଛନ୍ତି । ଅନେକେ ଇଶା ନେଗିଙ୍କୁ ଅଷ୍ଟ୍ରେଲିଆ ଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହାସହ କିଛି ୟୁଜର୍ସ ବଲିଉଡ ଅଭିନେତ୍ରୀ ଉର୍ବେଶୀ ରୌତେଲା (Urvashi Rautela) ଙ୍କୁ ଅନେକ କିଛି କଥା ଶୁଣାଉଛନ୍ତି ।

ନିକଟ ଅତୀତରେ ସୋସିଆଲ ମିଡିଆରେ ଉର୍ବଶୀ ରୌତେଲା ଓ ଋଷଭ ପନ୍ତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା । ଯଦିଓ ଉଭୟ ଏହି ସମୟ ମଧ୍ୟରେ କାହାର ନାମ ନେଇ ନଥିଲେ । କିନ୍ତୁ ସେମାନେ ଏପରି ପୋଷ୍ଟଗୁଡିକ କରିଥିଲେ, ଯାହାକୁ ଦେଖି ଲୋକମାନେ ଅନୁମାନ କଲେ ଯେ ସେମାନେ ନିଜ ମଧ୍ୟରେ ଯୁକ୍ତିତର୍କ କରୁଛନ୍ତି ଓ ସେମାନଙ୍କ ମଧ୍ୟରେ ସବୁ ଠିକ୍ ନୁହେଁ । ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ, ସେ ମଧ୍ୟ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ଏହି ସମୟରେ ଇଶା ନେଗି ଇନଷ୍ଟାଗ୍ରାମରେ ଏକ ରିଲ ସେୟାର କରିଛନ୍ତି । ଯାହା ପରେ ଲୋକମାନେ ଉର୍ବେଶୀ ରୌତେଲାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । 

 
 
 
 

 
 
 
 
 
 
 
 
 
 
 

A post shared by Isha Negi (@ishanegi_)

କଥିତ ଭାବେ ଋଷଭ ପନ୍ତ ଓ ଉର୍ବଶୀ ରୌତେଲା କିଛି ବର୍ଷ ପୂର୍ବେ ଡେଟିଂ କରୁଥିଲେ । ଅନେକ ଥର ସେମାନଙ୍କୁ ନିଜ କ୍ୟାମେରାରେ 'ପାପାରାତ୍ସୀ' କଏଦ କରିଥିଲା । ନିଜର କଥିତ ସମ୍ୱନ୍ଧକୁ ନେଇ ଇଣ୍ଟରନେଟରେ ଚାଲୁଥିବା କାହାଣୀ ଉପରେ ସ୍ପଷ୍ଟୀକରଣ ପ୍ରଦାନ କରି ଉର୍ବଶୀ ଖୁଲାସା କରିଛନ୍ତି ଯେ, ସେ ମୁମ୍ବାଇରେ ମିଷ୍ଟର 'ଆରପି'ଙ୍କ ସହ ସାକ୍ଷାତ କରିଥିଲେ । ଯଦିଓ ଉର୍ବଶୀ ସେହି ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି, ସୋସିଆଲ ମିଡିଆରେ ଲୋକମାନେ ଅନୁମାନ କରିଛନ୍ତି ଯେ ସେ ନିଶ୍ଚିତ ଭାବରେ ଋଷଭ ପନ୍ତଙ୍କ ବିଷୟରେ କହୁଛନ୍ତି ।

ନିକଟ ଅତୀତରେ ଏକ ସାକ୍ଷାତକାରରେ ଉର୍ବଶୀ ରୌତେଲା କହିଥିଲେ ଯେ, "ମୁଁ ବାରାଣାସୀରେ ସୁଟିଂ କରିବା ପରେ ଦିଲ୍ଲୀ ଆସିଥିଲି । ମୋର ଦିଲ୍ଲୀରେ ଏକ ଶୋ’ହେବାର ଥିଲା । ମୁଁ ଦିନସାରା ଶୁଟିଂ କରିଥିଲି । ମିଷ୍ଟର ଆରପି ମୋତେ ଭେଟିବାକୁ ଆସିଥିଲେ । ସେ ଲବିରେ ମୋତେ ଅପେକ୍ଷା କରିଥିଲେ । ଯେତେବେଳେ ମୁଁ ୧୦ ଘଣ୍ଟା ଶୁଟିଂ ପରେ ଫେରି ଆସିଲି, ମୁଁ ଥକି ଯାଇ ଶୋଇ ପଡ଼ିଥିଲି । ମୋତେ ଅନେକ ଥର କଲ୍ ଆସିଛି କିନ୍ତୁ ଜାଣି ପାରି ନଥିଲି । ମୁଁ ଯେତେବେଳେ ଉଠିଲି ଦେଖିଲି ୧୬-୧୭ ମିସ୍ କଲ୍ । ତା’ପରେ ମୁଁ ବହୁତ ଖରାପ ଅନୁଭବ କଲି । ତା’ପରେ ମୁଁ ତାଙ୍କୁ କହିଲି ଯେ ତୁମେ ଯେତେବେଳେ ମୁମ୍ବାଇ ଆସିବ, ସେତେବେଳେ ଆମେ ଭେଟିବା ଏବଂ ସେଠାରେ ଆମେ ସାକ୍ଷାତ କରିଥିଲୁ ।"

ଅଧିକ ପଢ଼ନ୍ତୁ:-'ମୁଁ ତାଙ୍କୁ କିପରି ଭୁଲିଯିବି', ଇମୋସନାଲ ପୋଷ୍ଟ କଲେ ଉର୍ବଶୀ ରୌତେଲା; ୟୁଜର୍ସ କହିଲେ- ଋଷଭ ଭାଇଙ୍କୁ ମନେଇ ନେବା

ଅଧିକ ପଢ଼ନ୍ତୁ:-'ସୌରଭ ଗାଙ୍ଗୁଲି ବିଜେପିରେ ଯୋଗ ଦେଇନାହାଁନ୍ତି, ତେଣୁ ପୁନର୍ବାର କରାଗଲା ନାହିଁ BCCI ଅଧ୍ୟକ୍ଷ'​

ଉର୍ବଶୀଙ୍କ ସାକ୍ଷାତକାରରେ ଦେଇଥିବା ମନ୍ତବ୍ୟ ପରେ ପ୍ରତିକ୍ରିୟା ଭାବରେ ଋଷଭ ପନ୍ତ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, 'ଟିକେ ଲୋକପ୍ରିୟତା ଓ ଲାଇମଲାଇଟ୍ ପାଇବା ପାଇଁ ଲୋକମାନେ କିପରି ସାକ୍ଷାତକାରରେ ମିଛ କୁହନ୍ତି ତାହା ବିଚିତ୍ର ଅଟେ । ଦୁଃଖର ବିଷୟ ଯେ କିପରି କିଛି ଲୋକ ଖ୍ୟାତି ଓ ନାମ ପାଇଁ ଏତେ ତୃଷାର୍ତ୍ତ ହୋଇଥାଏ । ଭଗବାନ ସେମାନଙ୍କ ଭଲ କରନ୍ତୁ ।' #merapichachorhoBehen #jhutkibhilimithotihai

ପରେ ଉଭୟଙ୍କ ମଧ୍ୟରେ ଏହି ସୋସିଆଲ ମିଡିଆ ୱାର ବଢ଼ିଯାଇଥିଲା । ଉର୍ବଶୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ସେ ଲେଖିଛନ୍ତି, 'ଛୋଟୁ ଭୈୟା (ଛୋଟ ଭାଇ) ଙ୍କୁ ବ୍ୟାଟ୍ ବଲ୍ ଖେଳିବା ଉଚିତ୍ । ମୁଁ କୌଣସି ମୁନ୍ନି ନୁହଁ ଯିଏ ବଦନାମ୍ ହେବି ତମ ପାଇଁ ୟଙ୍ଗ୍ କିଡ୍ଡୋ ଡାର୍ଲିଙ୍ଗ୍ ।' #रक्षाबंधन मुबारक हो #RPChotuBhaiyya #Cougarhunter #donttakeadvantageofasilentgirl

Read More
{}{}