Hindi News >>Home >>Odisha Sports

Rishabh Pantଙ୍କ ଅଲୋଡ଼ା ରେକର୍ଡ, ପ୍ରଥମ T20 ଅଧିନାୟକ ଭାବେ କଲେ ...

ଗାତାର ଦୁଇଟି ମ୍ୟାଚରେ ବିଜୟୀ ହୋଇ ସିରିଜକୁ ଟିମ୍ ଇଣ୍ଡିଆ କମବ୍ୟାକ୍ କରିଥିଲା। ତେବେ ରବିବାର ଶେଷ ଟି-୨୦ ଦୁଇ ଦଳ ପାଇଁ ନିର୍ଣ୍ଣାୟକ ମ୍ୟାଚ୍‌ ହୋଇଥିଲା। ହେଲେ ନିର୍ଣ୍ଣାୟକ ମୁକାବିଲାରେ ବର୍ଷାର ବିଜୟ ହୋଇଥିଲା। ବେଙ୍ଗାଳୁରୁ ମ୍ୟାଚକୁ ବର୍ଷା ଧୋଇନେବାରୁ ସିରିଜ୍ ଡ୍ରରେ ଶେଷ ହୋଇଛି।

Advertisement
ଫାଇଲ ଫଟୋ
Stop
Ashis Kumar Rath|Updated: Jun 20, 2022, 02:31 PM IST

IND vs SA T20I: ଶେଷ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ। ବର୍ଷା ଯୋଗୁଁ ୨-୨ରେ ସିରିଜ ବରାବର ହୋଇଛି। ଶେଷ ଟି-୨୦ ମ୍ୟାଚରେ ବର୍ଷାର ବାଜିମାତ ହେତୁ ଡ୍ରରେ ସିରିଜ ଶେଷ ହୋଇଛି। ବେଙ୍ଗାଳୁରୁରେ ବର୍ଷା ବାଧକ ସାଜିବା ପରେ ମ୍ୟାଚ୍ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ ଡ୍ରରେ ଶେଷ ହୋଇଛି। ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଭୁବନେଶ୍ୱର କୁମାରଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ମିଳିଥିଲା। ପ୍ରଥମ T20 ଅଧିନାୟକ ଭାବେ ଋଷଭ ପନ୍ତ ଏକ ଅଲୋଡା ରେକର୍ଡ କରିଛନ୍ତି।

ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା IND vs SA T20Iର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ବାରବାଟୀରେ ମଧ୍ୟ ଦକ୍ଷିଣ ଆଫ୍ରିକା ବାଜି ମାରିଥିଲା। ଶେଷରେ କର ବା ମର ପରିସ୍ଥିତିରେ ବିଶାଖାପାଟଣା ଏବଂ ପରେ ରାଜକୋଟରେ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଥିଲେ। ଲଗାତାର ଦୁଇଟି ମ୍ୟାଚରେ ବିଜୟୀ ହୋଇ ସିରିଜକୁ ଟିମ୍ ଇଣ୍ଡିଆ କମବ୍ୟାକ୍ କରିଥିଲା। ତେବେ ରବିବାର ଶେଷ ଟି-୨୦ ଦୁଇ ଦଳ ପାଇଁ ନିର୍ଣ୍ଣାୟକ ମ୍ୟାଚ୍‌ ହୋଇଥିଲା। ହେଲେ ନିର୍ଣ୍ଣାୟକ ମୁକାବିଲାରେ ବର୍ଷାର ବିଜୟ ହୋଇଥିଲା। ବେଙ୍ଗାଳୁରୁ ମ୍ୟାଚକୁ ବର୍ଷା ଧୋଇନେବାରୁ ସିରିଜ୍ ଡ୍ରରେ ଶେଷ ହୋଇଛି।

Also Read: IND vs SA T20I: ୨୦୧୯ ରିଟର୍ଣ୍ଣସ୍, ଜୁଲାଇରେ ଜଲୱା ଦେଖାଇବ ଟିମ୍ ଇଣ୍ଡିଆ

ଟି-୨୦ ସିରିଜ ଶେଷ ହେବା ସହ ଅଧିନାୟକ ଋଷଭ ପନ୍ତ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ୫ଟି ଯାକ ଟି-୨୦ ମ୍ୟାଚରେ ପନ୍ତ ଟସ୍‌ ହାରିଛନ୍ତି। ଲଗାତାର ସେ ୫ଟି ଟସ୍‌ ହାରିଥିଲେ। ଏହା ପୂର୍ବରୁ ୧୦ ଜଣ ଅଧିନାୟକ ଟି-୨୦ ସିରିଜରେ ଲଗାତାର ୪ଥର ଲେଖାଏଁ ଟସ୍‌ ହାରିଥିବା ବେଳେ ୯ ଜଣ ମହିଳା ଅଧିନାୟକ ଲଗାତାର ୪ଥର ଟସ୍‌ ହାରିଥିଲେ। ହେଲେ ଉଭୟ ପୁରୁଷ ଓ ମହିଳା ଦ୍ବିପାକ୍ଷିକ ଟି-୨୦ ସିରିଜରେ ପ୍ରଥମ ଅଧିନାୟକ ଭାବେ ଋଷଭ ପନ୍ତ ଲଗାତାର ୫ଥର ଟସ୍‌ ହାରିଛନ୍ତି। 

ବାଙ୍ଗାଳୁରୁରେ ୨୦୧୯ ଟି-୨୦ ସିରିଜ ରିଟର୍ଣ୍ଣସ୍ ହୋଇଛି। ୨୦୧୯ ସେପ୍ଟେମ୍ବରରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ମଧ୍ୟରେ ଖାଳାଯାଇଥିବା ସିରିଜ ଡ୍ର ରହିଥିଲା। ବର୍ଷା ଯୋଗୁଁ ଶେଷ ତଥା ତୃତୀୟ ମ୍ୟାଚ ଡ୍ର ହେଲା ହେଲା ପରେ ୧-୧ରେ ସିରିଜ ବରାବର ରହିଥିଲା। ସେବେ ମଧ୍ୟ ରବିବାର ଥିଲା ଆଉ ୨୦୨୨ ଜୁନରେ ମଧ୍ୟ ଶେଷ ମ୍ୟାଚ ରବିବାର ଦିନ ହିଁ ଖେଳାଯାଇଛି। ତାହା ପୂର୍ବରୁ ୨୦୧୫-୧୬ ମସିହାରେ ଦକ୍ଷିଣ ଆଫ୍ରିକା ଦଳ ଭାରତରେ ଟିମ୍‌ ଇଣ୍ଡିଆ ବିପକ୍ଷରେ ଖେଳିଥିଲା ଟି-୨୦ ସିରିଜ। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୨-୦ରେ ଜିତିଥିଲା ଦକ୍ଷିଣ ଆଫ୍ରିକା। ସେତେବେଳେ ମହେନ୍ଦ୍ର ସିଂ ଧୋନୀ, ଟିମ୍‌ ଇଣ୍ଡିଆର ଅଧିନାୟକ ଥିଲେ।

 

 

{}{}