Hindi News >>Home >>Odisha Sports

Rishabh Pant Car Accident Update: ଯେଉଁଠି ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଘଟିଥିଲା, ସେଠାରେ ନଥିଲା ଖାଲ! ତେବେ କେମିତି ହେଲା ଦୁର୍ଘଟଣା, ପଢ଼ନ୍ତୁ ପୂରା ଖବର

Rishabh Pant Car Accident Update: ଋଷଭ ପନ୍ତଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଆଘାତ ଲାଗିଛି । ଯାହାର ଚିକିତ୍ସା ଦେହରାଡୁନର ଏକ ଘରୋଇ ଡାକ୍ତରଖାନାରେ ଚାଲିଛି । ଏହାପୂର୍ବରୁ ଉତ୍ତରାଖଣ୍ଡ ସିଏମ ପୁଷ୍କର ଧାମି ମ୍ୟାକ୍ସ ହସ୍ପିଟାଲରେ ଋଷଭ ପନ୍ତଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, କ୍ରିକେଟର ଏକ ଖାଲ କିମ୍ବା କିଛି କଳା ଜିନିଷକୁ ଏଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ଗାଡିର ନିୟନ୍ତ୍ରଣ ହରାଇଥିଲା ।

Advertisement
Rishabh Pant Car Accident Update: ଯେଉଁଠି ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଘଟିଥିଲା, ସେଠାରେ ନଥିଲା ଖାଲ! ତେବେ କେମିତି ହେଲା ଦୁର୍ଘଟଣା, ପଢ଼ନ୍ତୁ ପୂରା ଖବର
Stop
Tamal Bakchi|Updated: Jan 03, 2023, 11:43 AM IST

Rishabh Pant Car Accident Update: ଭାରତୀୟ କ୍ରିକେଟର ଋଷଭ ପନ୍ତ (Rishabh Pant) ଙ୍କ କାର ଦୁର୍ଘଟଣା ମାମଲାରେ ଏକ ନୂଆ ମୋଡ଼ ଆସିଛି । ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ (NHAI) ର ଜଣେ ବରିଷ୍ଠ ଅଧିକାରୀ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ରାସ୍ତାରେ କ୍ରିକେଟର ଋଷଭ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ (Rishabh Pant Car Accident) ହୋଇଛି, ସେଠାରେ କୌଣସି ଖାଲ ନଥିଲା । NHAI ଅଧିକାରୀଙ୍କ ଦାବି ଏପରି ଏକ ସମୟରେ ଆସିଛି ଯେତେବେଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ (Uttarakhand Chief Minister) ପୁଷ୍କର ସିଂ ଧାମି (Pushkar Singh Dhami) ରବିବାର ଦିନ ଦେହରାଡୁନର ଏକ ଡାକ୍ତରଖାନାରେ କ୍ରିକେଟର ଋଷଭ ପନ୍ତ (Rishabh Pant) ଙ୍କୁ ଭେଟିବା ପରେ କହିଥିଲେ ଯେ ରାଜପଥରେ ଏକ ଖାଲରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବା ବେଳେ ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇଥିଲେ ।

NHAI (ଋଡ଼କୀ ଡିଭିଜନ୍) ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ ସିଂ ଗୁସେନ୍ (Pradeep Singh Gusain) 'ପିଟିଆଇ-ଭାଷା'କୁ କହିଛନ୍ତି ଯେ, "ଯେଉଁଠାରେ ଦୁର୍ଘଟଣା ଘଟିଥିଲା ​​ସେହି ରାସ୍ତାରେ କୌଣସି ଖାଲ ନଥିଲା । ଯେଉଁ ରାସ୍ତାରେ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ତାହା ରାଜପଥକୁ ଲାଗିଥିବା ଏକ କେନାଲ (ରଜୱାହ) ଯୋଗୁଁ ଟିକେ ସଂକୀର୍ଣ୍ଣ ଅଛି । ଏହି କେନାଲ ଜଳସେଚନ ପାଇଁ ବ୍ୟବହୃତ ହୁଏ ।" ଗୁସେନ ଏହି କଥାକୁ ମଧ୍ୟ ଅସ୍ୱୀକାର କରିଛନ୍ତି କି NHAI ଦୁର୍ଘଟଣାସ୍ଥଳର ମରାମତି କରିଛି ଓ ଖାଲକୁ ଠିକ୍ କରିଦେଇଛି । ପ୍ରକାଶ ଥାଉକି ରବିବାର ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଶ୍ରମିକମାନଙ୍କ ଦ୍ୱାରା ମରାମତି ହୋଇଥିବା ରାଜପଥର ଏକ ଅଂଶର କିଛି ଫଟୋ ଭାଇରାଲ ହୋଇଥିଲା ।

ଏହାପୂର୍ବରୁ ଉତ୍ତରାଖଣ୍ଡ ସିଏମ ପୁଷ୍କର ଧାମି (Pushkar Dhami) ମ୍ୟାକ୍ସ ହସ୍ପିଟାଲରେ ଋଷଭ ପନ୍ତ (Rishabh Pant) ଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, କ୍ରିକେଟର ଏକ ଖାଲ କିମ୍ବା କିଛି କଳା ଜିନିଷକୁ ଏଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ଗାଡିର ନିୟନ୍ତ୍ରଣ ହରାଇଥିଲା । ଶନିବାର ଦିନ ଋଷଭ ପନ୍ତଙ୍କୁ ଭେଟିଥିବା ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (DDCA) ନିର୍ଦ୍ଦେଶକ ଶ୍ୟାମ ଶର୍ମା ମଧ୍ୟ ଭାରତୀୟ ଦଳର ଷ୍ଟାର୍ ୱିକେଟ କିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଶୁକ୍ରବାର ସକାଳେ ସେ ଏକ ଖାଲରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ୪ ଗୁରୁତର

ଅଧିକ ପଢ଼ନ୍ତୁ:-ବିଶ୍ୱକପ୍ ୨୦୨୩ ପାଇଁ ୨୦ ଖେଳାଳିଙ୍କୁ ଚୟନ କରିବ BCCI, ଟିମ୍ ଇଣ୍ଡିଆରେ ଏହି ୭ ଖେଳାଳିଙ୍କ ସ୍ଥାନ ପକ୍କା ତ ଏମାନଙ୍କୁ ମିଳିଲାନି ସ୍ଥାନ!

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

 

ଏଠାରେ କହି ରଖୁଛୁ ଯେ, ଋଷଭ ପନ୍ତଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଆଘାତ ଲାଗିଛି । ଯାହାର ଚିକିତ୍ସା ଦେହରାଡୁନର ଏକ ଘରୋଇ ଡାକ୍ତରଖାନାରେ ଚାଲିଛି । ଏହି ସମୟରେ ଭାରତର ପୂର୍ବତନ ଅଧିନାୟକ ତଥା ମହାନ କ୍ରିକେଟର କପିଲ ଦେବ କହିଛନ୍ତି ଯେ, ଏହା ଏକ ଶିକ୍ଷା । ଯେତେବେଳେ ମୁଁ ଜଣେ କ୍ରିକେଟର ଥିଲି, ସେତେବେଳେ ମୋତେ ଏକ ମୋଟରସାଇକେଲ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଥିଲା । ସେହି ଦିନଠାରୁ ମୋ ଭାଇ ମୋତେ ମୋଟରସାଇକେଲକୁ ଛୁଇଁବାକୁ ଦେଲେ ନାହିଁ । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ଋଷଭ ପନ୍ତ ସୁରକ୍ଷିତ ଅଛନ୍ତି ।

Read More
{}{}