Hindi News >>Home >>Odisha Sports

Shikhar Dhawan: ରିପୋର୍ଟରୁ ଖୁଲାସା, ଯଦି ବିରାଟ ନଥାନ୍ତେ ୨୦୨୧ ରୁ ଦଳରୁ ଆଉଟ ହୋଇଥାନ୍ତେ ଧାୱନ

Shikhar Dhawan News: କୁହାଯାଏ ଶିଖର ଧାୱନଙ୍କୁ ବିରାଟ କୋହଲି ବଞ୍ଚାଇ ରଖିଥିଲେ।  ସେତେବେଳେ ବିରାଟ କୋହଲି ଦଳର ଅଧିନାୟକ ଥିଲେ ଏବଂ ସେ ଇଂଲଣ୍ଡ ବିପକ୍ଷ ODI ଦଳରେ ଶିଖରଙ୍କୁ ବଜାୟ ରଖିବାକୁ ପ୍ରସ୍ତୁତ ହୋଇଥିଲେ। ଏହା ପରେ ଗତ ବର୍ଷ ଡିସେମ୍ବରରେ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। 

Advertisement
Shikhar Dhawan: ରିପୋର୍ଟରୁ ଖୁଲାସା, ଯଦି ବିରାଟ ନଥାନ୍ତେ ୨୦୨୧ ରୁ ଦଳରୁ ଆଉଟ ହୋଇଥାନ୍ତେ ଧାୱନ
Stop
Rasmita Sahoo|Updated: Dec 30, 2022, 12:11 PM IST

Shikhar Dhawan: ଶ୍ରୀଲଙ୍କା ବିପକ୍ଷରେ ହୋମ ସିରିଜ୍ ପାଇଁ ଘୋଷଣା ହୋଇଥିବା ଟିମ ଇଣ୍ଡିଆର ୱାନଡେ ସ୍କ୍ୱାଡରେ ଯେଉଁ ନାମ ନରହିବା ନେଇ ଅଧିକ ଚର୍ଚ୍ଚା ହୋଇଛି ସେ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଗବ୍ବର ମାନେ ଶିଖର ଧାୱନ ଅଟନ୍ତି। ଗତ ମାସ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଟିମରେ ଶିଖର ଧାୱନ ୱାନଡେ ସିରିଜ୍ ରେ କ୍ୟାପଟେନ ଭାବେ ସେଠାରେ ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ । ମାତ୍ର ଏବେ ସିଧାସଳଖ ତାଙ୍କୁ କୋଣଠେସା କରାଯାଇଛି। ଏହା ଏଥିପାଇଁ କରାଯାଇଛି କାରଣ ଆସନ୍ତାବର୍ଷ ନିଜ ମାଟିରେ ଆଇସିସି ୱାନଡେ ୱାର୍ଲଡ କପ୍ ଭାରତକୁ ଖେଳିବାକୁ ପଡ଼ିବ । ଏବଂ ରେକର୍ଡ ଅନୁସାରେ ଶିଖରଙ୍କ ପ୍ରଦର୍ଶନ ଆଇସିସି ଇଭେଣ୍ଟରେ ଭଲ ରହିଛି।  ଏହାବାଦ ଚୟନକର୍ତ୍ତା ଫର୍ମରେ ଚାଲୁଥିବା ଶୁବମନ ଗିଲ୍ ଓ ଦ୍ୱି-ଶତକ କରିଥିବା ଇଶାନ କିଷାନକୁ ଅଣଦେଖା କରିପାରିଲେ ନାହିଁ।

ବର୍ଷ ୨୦୧୩ ପରେ ଏହା ପ୍ରଥମ ସୁଯୋଗ ଯେ, ଯେବେ ଶିଖରକୁ ୱାନଡେ ଟିମରୁ ଡ୍ରପ କରିଦିଆଯାଇଛି। ତେବେ ମିଡିଆ ରିପୋର୍ଟସର କହିବାନୁଯାୟୀ, ଶିଖରଙ୍କୁ ଗତବର୍ଷ ହିଁ ଦଳରୁ ବାହାର କରିଦିଆଯାଇ ଥାନ୍ତା ମାତ୍ର ବିରାଟ କୋହଲି ତାଙ୍କ ପାଇଁ ସେତେବେଳେ ରକ୍ଷାକବଚ ସାଜି ରହିଥିଲେ।

Cricbuzz ର ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତା ମାନେ ୨୦୨୧ ବର୍ଷ ଆରମ୍ଭରେ ଶିଖର ଧାୱନଙ୍କୁ (Shikhar Dhawan) ଦଳରୁ ବାଦ୍ ଦେବାକୁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ତାଙ୍କୁ ବିରାଟ କୋହଲି ବଞ୍ଚାଇ ରଖିଥିଲେ।  ସେତେବେଳେ ବିରାଟ କୋହଲି ଦଳର ଅଧିନାୟକ ଥିଲେ ଏବଂ ସେ ଇଂଲଣ୍ଡ ବିପକ୍ଷ ODI ଦଳରେ ଶିଖରଙ୍କୁ ବଜାୟ ରଖିବାକୁ ପ୍ରସ୍ତୁତ ହୋଇଥିଲେ। ଏହା ପରେ ଗତ ବର୍ଷ ଡିସେମ୍ବରରେ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। 

ଶିଖର ଧାୱନ ମଧ୍ୟ ତାଙ୍କ ଅଧିନାୟକ ବିରାଟ କୋହଲିଙ୍କ (Virat Kohli)  ଦ୍ୱାରା ଦେଖାଯାଇଥିବା ବିଶ୍ୱାସକୁ ପ୍ରମାଣିତ କରିଥିଲେ। ସେ ୩ ଟି ODI ସିରିଜରେ ୧୬୯ ରନ୍ ସ୍କୋର କରିଥିଲେ ଏବଂ ରନ୍ ସ୍କୋରର୍ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲେ ।ଏହା ପରେ, ପରବର୍ତ୍ତୀ ୧୬ ମାସ ମଧ୍ୟରେ, ସେ ନିୟମିତ ଅଧିନାୟକଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ମଧ୍ୟ ପରିଚାଳନା କରୁଛନ୍ତି କିନ୍ତୁ ତାଙ୍କ ବ୍ୟାଟ୍ ଅଧିକ ଭଲ ଖେଳ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହିଁ । 

୩୭ ବର୍ଷୀୟ ଶିଖର ଧାୱନ(Shikhar Dhawan) ଚଳିତ ବର୍ଷ ୨୨ ଟି ମ୍ୟାଚରେ ମାତ୍ର ୬୮୮ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଆଭେରଜ୍ ୩୪.୪୦ ହୋଇଛି ଏବଂ ସେ ଗୋଟିଏ ଥର ମଧ୍ୟ ଗୋଟିଏ ଇନିଂସରେ ଶହେ ରନ୍ ଛୁଇଁ ପାରିନାହାଁନ୍ତି। ନିକଟରେ ବାଂଲାଦେଶ ଗସ୍ତ ସମୟରେ ସେ ୩ଟି ୱାନଡେ ରେ କେବଳ ୭,୮ ଏବଂ ୩ ରନ ଖେଳି ପାଭିଲିୟନ ଫେରିଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପ୍ରଦର୍ଶନକୁ ଲକ୍ଷ୍ୟରେ ରଖି କ୍ରମାଗତ ଭାବରେ ପ୍ରଶ୍ନ ଉଠାଯାଇଥିଲା। 

Also Read: Pele Passes Away: ଜାଣନ୍ତି କି ପେଲେଙ୍କ ପାଇଁ କାହିଁକି ୪୮ ଘଣ୍ଟା ଧରି ବନ୍ଦ ଥିଲା ଏହି ଯୁଦ୍ଧ

Also Read: Rishabh Pant Car Accident: ସଡ଼କ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ, କାରରେ ନିଆଁ ଲାଗିବା ପରେ...

Read More
{}{}