Hindi News >>Home >>Odisha Sports

RCB Vs CSK: ଆରସିବିର ବିଜୟ ପରେ ଦୁଃଖରେ ଭାଙ୍ଗିପଡ଼ିଲେ ଧୋନୀ, ଦେଖନ୍ତୁ ଏହି ଭିଡିଓ

RCB Vs CSK: ଏହି ମ୍ୟାଚ୍ ପରେ ଏକ ଭିଡିଓ ଆଇପିଏଲର X ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଯେଉଁଥିରେ ଏହା ଦେଖିବାକୁ ମିଳିଛି ଯେ ୟଶ୍ ଦୟାଲଙ୍କ ଶେଷ ବୋଲିଂ ପରେ ପୁରା ଟିମ୍ ଖୁସିରେ ଦୌଡି଼ଥିଲେ। ବିରାଟ କୋହଲି ଖୁବ୍ ଆଗ୍ରେସନର ସହ ନିଜର ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା। 

Advertisement
RCB Vs CSK: ଆରସିବିର ବିଜୟ ପରେ ଦୁଃଖରେ ଭାଙ୍ଗିପଡ଼ିଲେ ଧୋନୀ, ଦେଖନ୍ତୁ ଏହି ଭିଡିଓ
Stop
Zee Odisha Desk|Updated: May 19, 2024, 07:55 AM IST

RCB Vs CSK: ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆରସିବି ଏକ ଜବରଦସ୍ତ ପ୍ରଦର୍ଶନ ସହ ବିଜୟ ହାସଲ କରିଛି। ଏହି ବିଜୟ ସହିତ, ଆରସିବି ପ୍ରତ୍ୟାବର୍ତ୍ତନ କରି ପ୍ଲେ ଅଫ୍ ପାଇଁ ନିଜର ସ୍ଥାନ ପ୍ରସ୍ତୁତ କରିଛି। ଏହି ବିଜୟ ପରେ, ଗୋଟିଏ ପଟେ ଆରସିବି ଖେଳାଳି ଏବଂ ପ୍ରଶଂସକଙ୍କ ମୁହଁରେ ଖୁସି ଥିବାବେଳେ ଅନ୍ୟ ପଟେ CSK ପ୍ରଶଂସକମାନେ ନିରାଶ ହୋଇଥିବା ଦେଖିବାକୁ ମିଳିଛି।

ଏହି ମ୍ୟାଚ୍ ପରେ ଏକ ଭିଡିଓ ଆଇପିଏଲର X ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଯେଉଁଥିରେ ଏହା ଦେଖିବାକୁ ମିଳିଛି ଯେ ୟଶ୍ ଦୟାଲଙ୍କ ଶେଷ ବୋଲିଂ ପରେ ପୁରା ଟିମ୍ ଖୁସିରେ ଦୌଡି଼ଥିଲେ। ବିରାଟ କୋହଲି ଖୁବ୍ ଆଗ୍ରେସନର ସହ ନିଜର ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା। ସେପଟେ ଷ୍ଟାଡିୟମରେ ଉପସ୍ଥିତ ଥିବା ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଖୁସିରେ ନାଚି ଉଠିଥିବା ଦେଖିବାକୁ ମିଳିଥିଲା।

 

ଏହା ପରେ ବିରାଟ କୋହଲି ଫାଫ୍ ଡୁ ପ୍ଲେସିସଙ୍କୁ ଜୋରରେ ଆଲିଙ୍ଗନ କରିଥିଲେ। ଯେତେବେଳେ କି ଏମଏସ ଧୋନିଙ୍କ ପ୍ରଶଂସକମାନେ ବହୁତ ନିରାଶ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏମଏସ ଧୋନିଙ୍କ ମୁହଁରେ ମଧ୍ୟ ନିରାଶା ସ୍ପଷ୍ଟ ଦେଖିବାକୁ ମିଳିଥିଲା।

Read More
{}{}