Hindi News >>Home >>Odisha Sports

WTC Final 2023: କାହିଁକି ବିଶ୍ୱ ନମ୍ବର-1 ବୋଲର ଅଶ୍ୱିନକୁ ପ୍ଲେଇଂ ଇଲେଭେନରୁ ବାଦ ଦେଲା ଟିମ୍ ଇଣ୍ଡିଆ? ଜାଣନ୍ତୁ ଏହାର କାରଣ

Australia vs India, Ravichandran Ashwin: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଖେଳୁଥିବା ଟିମ୍ ଇଣ୍ଡିଆ ବିଶ୍ୱର No.1 ନମ୍ବର ଟେଷ୍ଟ ବୋଲର ଅଶ୍ୱିନଙ୍କୁ ନିଜ ଦଳରେ ସ୍ଥାନ ଦେଇ ନାହିଁ ।

Advertisement
ରବିଚନ୍ଦ୍ରନ୍ ଅଶ୍ୱିନ୍ (ସୌ: ସୋସିଆଲ ମିଡିଆ)
Stop
Jagdish Barik|Updated: Jun 07, 2023, 04:43 PM IST

WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରେ (World Test Championship Final) ଯାହାର ଭୟ ଥିଲା, ଶେଷରେ ତାହା ଘଟିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ରବିଚନ୍ଦ୍ରନ୍ ଅଶ୍ୱିନକୁ (Ravichandran Ashwin) ପ୍ଲେଇଁ ଇଲେଭେନରୁ (Playing XI) ବାଦ ଦେଇଛି । ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ଟାଇଟଲ ମ୍ୟାଚରେ ଟସ୍ ଜିତିବା ପରେ ରୋହିତ ଶର୍ମା ଦଳର ପ୍ଲେଇଂ ଇଲେଭେନ୍ ଘୋଷଣା କରିବା ମାତ୍ରେ ଅଶ୍ୱିନଙ୍କ ପ୍ରଶଂସକମାନଙ୍କ ହୃଦୟ ଭାଙ୍ଗି ଯାଇଛି । ଅଶ୍ୱିନ୍ ବିଶ୍ୱର No.1 ନମ୍ବର ଟେଷ୍ଟ ବୋଲର ଓ ଏହା ସତ୍ତ୍ୱେ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ଖେଳୁଥିବା ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭନରେ ସେ ସ୍ଥାନ ପାଇଁ ନାହାଁନ୍ତି । ଏହା ଛଡ଼ା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ମଧ୍ୟ ଭାରତ ପାଇଁ ସେ ସବୁଠାରୁ ସଫଳ ବୋଲର ମଧ୍ୟ ଅଟନ୍ତି ।

ରୋହିତ ଶର୍ମା ଏପରି କାହିଁକି କଲେ? ଅଶ୍ୱିନଙ୍କୁ ଦଳରୁ ବାଦ ଦେବାର କାରଣ କ’ଣ ଥିଲା? କ୍ରମାଗତ ଭାବେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଉଥିବା ବୋଲର, ଟାଇଟଲ୍ ମୁକାବିଲା ପାଇଁ ଦଳ ତାଙ୍କୁ କାହିଁକି ସ୍ଥାନ ଦେଇନାହିଁ? ଆସନ୍ତୁ ଆମେ ଆପଣଙ୍କୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଛୁ ।

ଅଶ୍ୱିନଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ପଛର କାରଣ କହିଲେ ରୋହିତ ଶର୍ମା
ଟସ୍ ପରେ ଅଶ୍ୱିନଙ୍କୁ ବାଦ ଦେବା ପଛର କାରଣ ଯେତେବେଳେ ରୋହିତ ଶର୍ମାଙ୍କୁ ପଚରାଗଲା, ସେତବେଳେ ସେ କହିଥିଲେ ଯେ ଏହା ଏକ କଷ୍ଟସାଧ୍ୟ ନିଷ୍ପତ୍ତି କିନ୍ତୁ କଣ୍ଡିସନକୁ ବିଚାର କରି ତାଙ୍କୁ ଚାରିଟି ଦ୍ରୁତ ବୋଲର ଚୟନ କରିବାକୁ ପଡିବ । ରୋହିତ ଶର୍ମା କହିଛନ୍ତି ଯେ ଅଶ୍ୱିନ୍ ଜଣେ ମ୍ୟାଚ୍ ବିଜେତା ଓ ବର୍ଷ ବର୍ଷ ଧରି ସେ ଆମକୁ ମ୍ୟାଚ୍ ଜିତାଇ ଆସୁଛନ୍ତି କିନ୍ତୁ ଆମକୁ ଦଳର ଆବଶ୍ୟକତାକୁ ମନେ ରଖିବାକୁ ହେବ ।

କାହିଁକି ପ୍ଲେଇଂ ଇଲେଭେନରୁ ବାଦ ପଡିଲେ ଅଶ୍ୱିନ?
ଓଭାଲ ପିଚରେ ଥିବା ଘାସ ଓ ସେଠାରେ ଥିବା ବାଉନ୍ସ ଅଶ୍ୱିନଙ୍କ ବିପକ୍ଷରେ ଯାଇଥିଲା । ଇଂଲଣ୍ଡରେ ବଲ୍ ସୁଇଙ୍ଗ୍ ହୋଇଥାଏ, ତେଣୁ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଖାଇବା ଆବଶ୍ୟକ ଥିଲା । ସେଥିପାଇଁ ଶାର୍ଦ୍ଦୁଳଙ୍କୁ ଦଳରେ ସାମିଲ କରଯାଇଥିଲା । ଜାଡେଜା ଗତ ଦୁଇ ବର୍ଷ ମଧ୍ୟରେ ବ୍ୟାଟ୍ ସହିତ ଭଲ ପ୍ରଦର୍ଶନ କରିଛନ୍ତି ଓ ଏହା ଅଶ୍ୱିନଙ୍କ ବିପକ୍ଷରେ ମଧ୍ୟ ଯାଇଛି ।

WTC ରେ ଅଶ୍ୱିନଙ୍କ କିପରି ରହିଛି ପ୍ରଦର୍ଶନ?
କହିରଖୁଛୁ ଯେ WTC 2021-23 ରେ ଅଶ୍ୱିନ ଭାରତ ପାଇଁ ସର୍ବାଧିକ ୱିକେଟ୍ ପାଇଛନ୍ତି । ଅଶ୍ୱିନ ୧୩ଟି ମ୍ୟାଚରେ ୬୧ ୱିକେଟ୍ ନେଇଥିଲେ । ଏହି ସମୟରେ ସେ ଦୁଇଥର ଏକ ଇନିଂସରେ ପାଞ୍ଚଟି ୱିକେଟ୍ ନେବାରେ ସଫଳ ହୋଇଥିଲେ । କିନ୍ତୁ ମ୍ୟାଚରେ ପିଚ୍ କଣ୍ଡିସନ ଓ ଦଳ ସନ୍ତୁଳନ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ? ଟିମ ମ୍ୟନେଜମେଣ୍ଟ ଅଶ୍ୱିନଙ୍କୁ ଏଥି ପାଇଁ ଦଳରୁ ବାଦ ଦେଇଛି, କିନ୍ତୁ ବିଶ୍ୱାସ କରନ୍ତୁ, ଏହି ଖେଳାଳିଙ୍କ ଅଭିଜ୍ଞତା ନିଶ୍ଚିତ ଭାବରେ ଟିମ୍ ଇଣ୍ଡିଆ ମିସ୍ କରିବ ।

ଏହା ବି ପଢନ୍ତୁ: ଓଡି଼ଶା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ୩୦ କୋଟି ଟଙ୍କା ଦାନ କରିଛନ୍ତି କି ବିରାଟ କୋହଲି? ଜାଣନ୍ତୁ ସତ୍ୟତା

ଏହା ବି ପଢନ୍ତୁ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ କଳାବ୍ୟାଣ୍ଡ ପିନ୍ଧି ପଡିଆକୁ ଓହ୍ଲାଇଲେ ଖେଳାଳି, ଓଡ଼ିଶା ସହ ରହିଛି

 

Read More
{}{}