Hindi News >>Home >>Odisha Sports

IND Vs WI: ଅଶ୍ୱିନ୍ ଭାଙ୍ଗିଲେ କୁମ୍ବଲେଙ୍କ ବଡ଼ ରେକର୍ଡ, ଏପରି କରିବାରେ ହେଲେ ନମ୍ବର-1 ଭାରତୀୟ ବୋଲର

Ravichandran Ashwin broke Kumble's big record: ବୁଧବାର ଠାରୁ ଡୋମିନିକାରେ ଆରମ୍ଭ ହୋଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ପୁଣି ଥରେ ନିଜର ଯାଦୁକରୀ ସ୍ପିନ୍ ପ୍ରଦର୍ଶନ କରିଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Zee Odisha Desk|Updated: Jul 12, 2023, 11:05 PM IST

India vs West Indies: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ (WTC final) ବେଞ୍ଚରେ ବସିଥିବା ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ (Ravichandran Ashwin) ସୁଯୋଗ ପାଇବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛନ୍ତି । ବୁଧବାର ଠାରୁ ଡୋମିନିକାରେ (Dominica) ଆରମ୍ଭ ହୋଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ (India vs West Indies) ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚରେ ଅଶ୍ୱିନ୍ ପୁଣି ଥରେ ନିଜର ଯାଦୁକରୀ ସ୍ପିନ୍ ପ୍ରଦର୍ଶନ କରିଥିଲେ । ସେ ଭାରତୀୟ ଦଳକୁ ଦୁଇଟି ପ୍ରାରମ୍ଭିକ ସଫଳତା ଦେଇଥିଲେ । ଅଶ୍ୱିନ ୧୩ ତମ ଓଭରରେ ତେଜନାରାୟଣ ଚନ୍ଦ୍ରପାଲଙ୍କୁ ଚମତ୍କାର ସ୍ପିନ୍ ବୋଲିଂ କରି ବୋଲ୍ଡ କରିଥିଲେ। ତେଜନାରାୟଣଙ୍କ ୱିକେଟ୍ ସହିତ ସେ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ମଧ୍ୟ କରିଥିଲେ ।

ଭାରତୀୟ ବୋଲର ଭାବେ ସର୍ବାଧିକ ବୋଲ୍ଡ କରିଥିବା ବୋଲର ହୋଇଯାଇଛନ୍ତି ଅଶ୍ୱିନ 
ରବିଚନ୍ଦ୍ରନ ଅଶ୍ୱିନ୍ ଭାରତୀୟ ସେହି ବୋଲର ହୋଇଛନ୍ତି ଯିଏ ଟେଷ୍ଟ ମ୍ୟାଚରେ ସର୍ବାଧିକ ଥର ବୋଲ୍ଡ କରିଛନ୍ତି । ଅଶ୍ୱିନ ୯୫ ଥର ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଛନ୍ତି । ଏହି ମାମଲାରେ ସେ ଭାରତୀୟ ଭେଟେରାନ ବୋଲର ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । କୁମ୍ବଲେ ବୋଲ୍ଡ କରି ୯୪ଟି ୱିକେଟ୍ ନେଇଥିଲେ । ଏହି ପ୍ରସଙ୍ଗରେ ଶ୍ରୀଲଙ୍କାର ଭେଟେରାନ୍ ମୁଥିଆ ମୁରଲୀଧରନ୍ ଶୀର୍ଷରେ ଅଛନ୍ତି । ସେ ଏହିପରି ୧୬୭ ୱିକେଟ୍ ନେଇଥିଲେ । ୧୩୨ ଥର ବୋଲ୍ଡ ସହ ଇଂଲଣ୍ଡର ଭେଟେରାନ ଜେମ୍ସ ଆଣ୍ଡରସନ ଦ୍ୱିତୀୟ ଓ ଅଷ୍ଟ୍ରେଲିଆର ସ୍ୱର୍ଗତ ବୋଲର ସେନ ୱାର୍ଣ୍ଣ ୧୧୬ ବୋଲ୍ଡ କରିବା ସହ ତୃତୀୟ ସ୍ଥାନରେ ଅଛନ୍ତି ।

ଶୀର୍ଷରେ ରହିଛନ୍ତି ମୁଥୟା ମୁରଲୀଧରନ୍
ସମସ୍ତ ତିନୋଟି ଫର୍ମାଟ୍ (ଟେଷ୍ଟ, ଦିନିକିଆ ଓ ଟି-୨୦) ଅନ୍ତର୍ଭୁକ୍ତ କରି ଶୀର୍ଷରେ ମୁଥୟା ମୁରଲୀଧରନଙ୍କ ନାମରେ ରେକର୍ଡ ଲିପିବଦ୍ଧ ରହିଛି । ଯିଏ ୨୯୦ ଥର ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଥିଲେ । ପାକିସ୍ତାନର ୱାସିମ ଆକ୍ରାମ ୨୭୮ ୱିକେଟ୍ ସହ ଦ୍ୱିତୀୟ ଓ ୱାକର ୟୁନିସ୍ ୨୫୩ ସହ ତୃତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ଅନିଲ କୁମ୍ବଲେ ସମସ୍ତ ତିନୋଟି ଫର୍ମାଟରେ ଭାରତୀୟ ବୋଲରଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି । ସେ ବୋଲିଂ କରି ବୋଲ୍ଡ ଆକାରରେ ୧୮୬ ୱିକେଟ୍ ନେଇଥିଲେ । କପିଲ ଦେବ ୧୬୭ ୱିକେଟ୍ ସହ ଦ୍ୱିତୀୟ ଓ ଜାହିର ଖାନ ୧୪୨ ୱିକେଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଅଶ୍ୱିନ ୧୩୬ ୱିକେଟ୍ ନେଇ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ।

ଟେଷ୍ଟ ମ୍ୟାଚରେଅଧିକାଂଶ ଥର ବୋଲ୍ଡ କରିଥିବା ଭାରତୀୟ ବୋଲର 
୯୫ - ରବିଚନ୍ଦ୍ରନ୍ ଅଶ୍ୱିନ୍ 
୯୪- ଅନିଲ କୁମ୍ବଲେ 
୮୮- କପିଲ ଦେବ 
୬୬ - ମହମ୍ମଦ ଶାମି 

ଏହା ବି ପଢ଼ନ୍ତୁ: Yashasvi Jaiswal Profile And Career: ଆଇପିଏଲରୁ ଟିମ୍ ଇଣ୍ଡିଆରେ ପହଞ୍ଚିଛନ୍ତି ଯଶସ୍ୱି ଜୈସୱାଲ, ଜାଣନ୍ତୁ ତାଙ୍କ କ୍ୟାରିୟର ଠାରୁ ଆରମ୍ଭ କରି ସବୁକିଛି

ଏହା ବି ପଢ଼ନ୍ତୁ: Test Cricket: ଗୋଟିଏ ଟେଷ୍ଟରେ ସମସ୍ତ ୧୧ ଖେଳାଳିଙ୍କୁ ଆଉଟ୍ କରିଛନ୍ତି ଏସବୁ ବୋଲର, ୪ ଜଣ ଏସୀୟ ବୋଲର ସମେତ ଜଣେ ଭାରତୀୟ ସାମିଲ

 

Read More
{}{}