Hindi News >>Home >>Odisha Sports

ବକ୍ସିଂ ଡେ ଟେଷ୍ଟରେ ଭାରତ ପାଇଁ କିଏ କରିବ ୱିକେଟ୍ କିପିଂ? କୋଚ୍ ଦ୍ରାବିଡ ରଖିଲେ ପ୍ରତିକ୍ରିୟା

Cricket News: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ କେଏଲ ରାହୁଲ ୱିକେଟ୍ କିପର ହେବେ। ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ରବିବାର ଅନୁଷ୍ଠିତ ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ କହିଛନ୍ତି ଯେ ରାହୁଲ ସବୁଠାରୁ ଲମ୍ବା ପଫରେ ୱିକେଟକିପିଙ୍ଗ କରିବା ନେଇ ଆତ୍ମବିଶ୍ୱାସୀ ଅଛନ୍ତି ।

Advertisement
ବକ୍ସିଂ ଡେ ଟେଷ୍ଟରେ ଭାରତ ପାଇଁ କିଏ କରିବ ୱିକେଟ୍ କିପିଂ? କୋଚ୍ ଦ୍ରାବିଡ ରଖିଲେ ପ୍ରତିକ୍ରିୟା
Stop
Soubhagya Ranjan Mishra|Updated: Dec 24, 2023, 09:26 PM IST

Cricket News: ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ (Rahul dravid) ପ୍ରାୟ ନିଶ୍ଚିତ କରିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ କେଏଲ ରାହୁଲ (KL Rahul) ୱିକେଟ୍ କିପର ହେବେ। ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ରବିବାର ଅନୁଷ୍ଠିତ ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ କହିଛନ୍ତି ଯେ ରାହୁଲ ସବୁଠାରୁ ଲମ୍ବା ପଫରେ ୱିକେଟକିପିଙ୍ଗ କରିବା ନେଇ ଆତ୍ମବିଶ୍ୱାସୀ ଅଛନ୍ତି ।

ଦ୍ରାବିଡ କହିଛନ୍ତି, “ଏହା ଏକ ରୋମାଞ୍ଚକର ଆହ୍ବାନ। କିଛି ଭିନ୍ନ କରିବା ପାଇଁ ଏହା ସେମାନଙ୍କ ପାଇଁ ଏକ ସୁଯୋଗ । ଇଶାନ୍  ନଥିବା କାରଣରୁ ଆମକୁ ପାଖରେ ଚୟନ କରିବାକୁ ଅଳ୍ପ କିଛି କିପର୍ ଥିଲେ । ରାହୁଲ ଏହାକୁ ଆଗକୁ ନେବା ପାଇଁ ଅତ୍ୟନ୍ତ ଆଶ୍ବସ୍ତ ଅଛନ୍ତି । ଆମେ ବୁଝିଛୁ ଯେ, ସେ ଏହାକୁ କରିନାହାଁନ୍ତି (ଟେଷ୍ଟ ଫର୍ମାଟରେ), କିନ୍ତୁ ସେ ଏହାକୁ ଦିନିକିଆରେ କରିଛନ୍ତି ଏବଂ ଏହା କଷ୍ଟସାଧ୍ୟ ମଧ୍ୟ । ”

କୋଚ୍ ଆହୁରି କହିଛନ୍ତି, “ସେ ଗତ ପାଞ୍ଚ-ଛଅ ମାସ ମଧ୍ୟରେ ଅନେକ କିପିଙ୍ଗ କରିଛନ୍ତି। ଏଠାରେ ଗୋଟିଏ କଥା ହେଉଛି ସ୍ପିନ୍ ଅପେକ୍ଷା ଦ୍ରୁତ ବୋଲିଂ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ, ଯାହା ତାଙ୍କୁ ଏହି ଭୂମିକାରେ ଆରାମଦାୟକ କରିବ । ଆଗକୁ ସେ କିପରି କାର୍ଯ୍ୟ କରିବେ ତାହା ଉପରେ ଆମର ନଜର ରହିବ। ତାଙ୍କ ଭଳି ଖେଳାଳି ରହିବା ଭଲ, ଯାହାଙ୍କ ପାଖରେ ଉଭୟ ବ୍ୟାଟିଂ ଏବଂ କିପିଂ କରିବାର କ୍ଷମତା ଅଛି। ”

ନିକଟରେ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ, ଯେଉଁଠାରେ ଭ୍ରମଣକାରୀ ଦଳ ୨-୧ରେ ଜିତିଥିଲା। ସିରିଜର ଶେଷ ମ୍ୟାଚରେ ରାହୁଲ ୱିକେଟ୍ କିପିଂ ମଧ୍ୟ କରିଥିଲେ।

ଭାରତୀୟ ବ୍ୟାଟ୍ସମ୍ୟାନ୍ ଚଳିତ ବର୍ଷ ଆରମ୍ଭରେ ଏସିଆ କପ୍‌ରେ ଦିନିକିଆରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ, କିନ୍ତୁ ୨୦୨୩ ଆଇପିଏଲ୍‌ରେ ଆଘାତ ଲାଗିବା ପରେ ତାଙ୍କୁ ଜୁନ୍‌ରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ସହିତ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରୁ ବାହାରିବାକୁ ପଡ଼ିଥିଲା। କିନ୍ତୁ, ଦିନିକିଆ ବିଶ୍ୱକପ୍ ସମୟରେ ରାହୁଲ ପୁଣି ଥରେ ୱିକେଟ୍ କିପର ଭାବେ ଦାୟିତ୍ଵ ତୁଲାଇଥିଲେ।

ଭାରତ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମରା (ଉପ-ଅଧିନାୟକ) , ପ୍ରସିଦ୍ଧ କୃଷ୍ଣା, କେ.ଏସ୍ ଭରତ (ୱିକେଟ୍ କିପର), ଅଭିମନ୍ୟୁ ଇସ୍ଵରନ୍ ।

Also Read- ଉତ୍ସବମୁଖର କୋଲକାତାର ପ୍ୟାରେଡ ଗ୍ରାଉଣ୍ଡ, ଏକାଠି ଗୀତା ପାଠ କଲେ ଲକ୍ଷାଧିକ ଲୋକେ

Also Read- Garuda Purana: ମାଆ ଲକ୍ଷ୍ମୀଙ୍କୁ କ୍ରୋଧିତ କରେ ଏହି କାମ, ଭୁଲରେ ବି କରନ୍ତୁନାହିଁ

{}{}