PHOTOS

Virat Kohli Record: ୧୪ ମାସ ପରେ ନିଜ ଅସଲ ରୂପରେ ନଜର ଆସିଲେ କୋହଲି! ୫୯ ରନ୍ ସ୍କୋର କରି ଭାଙ୍ଗିଲେ ଗାଭାସ୍କର-ଦ୍ରାବିଡ ଓ ଲାରାଙ୍କ ରେକର୍ଡ

Virat Kohli Record: ବୋର୍ଡର-ଗାଭାସ୍କର ଟ୍ରଫିରେ (Border-Gavaskar Trophy) ବିରାଟ କୋହଲି କୌଣସି ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ ମଧ୍ୟ ଅହମ୍ମଦାବାଦ ଟେଷ୍ଟର (Ahmedabad Test) ତୃତୀୟ ଦିନରେ ସେ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି ।

Advertisement
1/5

Virat Kohli 29th Test Half Century: ଅହମ୍ମଦାବାଦ ଟେଷ୍ଟ ଭାରତ ଓ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହୋଇଛି । ମ୍ୟାଚର ତୃତୀୟ ଦିନରେ ମଧ୍ୟ ବ୍ୟାଟ୍ସମ୍ୟାନ ମାନେ ପ୍ରଭାବଶାଳୀ ଥିଲେ ଓ ଏହି କ୍ରମରେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ସାମିଲ ଅଛନ୍ତି । ଦୀର୍ଘ ଦିନ ଧରି ଟେଷ୍ଟ କ୍ରିକେଟରେ ଏକ ବଡ଼ ଇନିଂସ ଖେଳିବାକୁ ସଂଘର୍ଷ କରୁଥିବା କୋହଲି ଶେଷରେ କିଛି ସଫଳତା ହାସଲ କରିଛନ୍ତି ।

2/5

ଶନିବାର ଦିନ ମ୍ୟାଚର ତୃତୀୟ ଦିନ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ବିରାଟ କୋହଲିଙ୍କ ଟେଷ୍ଟ କ୍ୟାରିୟରର ଏହା ହେଉଛି ୨୯ ତମ ଅର୍ଦ୍ଧଶତକ । ସେ ୫୯ ରନ୍ ସ୍କୋର କରି ଅପରାଜିତ ଅଛନ୍ତି ଓ ଚତୁର୍ଥ ଦିନରେ ଏକ ଶତକ ହାସଲ କରିବାକୁ ଚେଷ୍ଟା କରିବେ ।

3/5

କୋହଲିଙ୍କ ପାଇଁ ଏହି ଅର୍ଦ୍ଧଶତକ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଥିପାଇଁ ତାଙ୍କୁ ୧୪ ମାସ ଅପେକ୍ଷା କରିବାକୁ ପଡିଛି । ଜାନୁଆରୀ ୨୦୨୨ ପରଠାରୁ କୋହଲି ଖେଳିଥିବା ୧୬ଟି ଇନିଂସରେ ପ୍ରଥମ ଥର ପାଇଁ ୫୦ ମାର୍କ ଅତିକ୍ରମ କରିଛନ୍ତି । ତାଙ୍କ ଟେଷ୍ଟ କ୍ୟାରିୟରରେ ଅର୍ଦ୍ଧ ଶତକ ମାରିବା ନେଇ ଏହା ସବୁଠାରୁ ଲମ୍ବା ସମୟ ଥିଲା ।

4/5

କେବଳ ଏତିକି ନୁହେଁ କୋହଲି ଏହି ସମୟ ମଧ୍ୟରେ ଟେଷ୍ଟ କ୍ରିକେଟରେ ଭାରତୀୟ ମାଟିରେ ୪୦୦୦ ରନ୍ ପୂରଣ କରିଥିଲେ । ସେ ଏହା କରିବା ପାଇଁ ଭାରତର ପଞ୍ଚମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । କେବଳ ଏତିକି ନୁହେଁ, ରାହୁଲ ଦ୍ରାବିଡ (୮୮ ଇନିଂସ) ଏବଂ ସୁନୀଲ ଗାଭାସ୍କରଙ୍କୁ (୮୭ ଇନିଂସ) ପଛରେ ପକାଇ କୋହଲି ୭୭ ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । କୋଚଲିଙ୍କ ଅପେକ୍ଷା ସଚିନ ତେନ୍ଦୁଲକର ଓ ବିରେନ୍ଦର ସେହୱାଗ ଏହି ପ୍ରଦର୍ଶନକୁ ଶୀଘ୍ର କରିଥିଲେ ।

5/5

ଅଷ୍ଟ୍ରେଲିଆ ବିପକ୍ଷ ସର୍ବାଧିକ ଅନ୍ତର୍ଜାତୀୟ ରନ୍ ସ୍କୋର କରିବାରେ ବିରାଟ କୋହଲି ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ସମସ୍ତ ତିନୋଟି ଫର୍ମାଟରେ କୋହଲି ୧୦୪ ଇନିଂସରେ ୪୭୨୯ ରନ୍ ସଂଗ୍ରହ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ୍ ଭେଟେରାନ୍ ବ୍ରାଏନ୍ ଲାରା (୪୭୧୪) କୁ ମଧ୍ୟ ପଛରେ ପକାଇଛନ୍ତି । କେବଳ ସଚିନ (୬୭୦୭) କୋହଲିଙ୍କଠାରୁ ଆଗରେ ଅଛନ୍ତି ।





Read More