Hindi News >>Home >>Odisha Sports

PCB vs BCCI: ରମିଜ ରାଜାଙ୍କ ବୟାନ ଉପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଦେଲେ ଏହି ଜବାବ

Anurag Thakur on Ramiz Raja: ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କ ବୟାନ ଉପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ଦେଶ ଭାରତକୁ ଅଣଦେଖା କରିପାରିବେ ନାହିଁ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Nov 26, 2022, 06:01 PM IST

Anurag Thakur on Ramiz Raja: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ରମିଜ ରାଜା (Ramiz Raja) ନିକଟରେ ହେବାକୁ ଥିବା ବିଶ୍ୱକପ (ଦିନିକିଆ ବିଶ୍ୱକପ ୨୦୨୩) ସମ୍ପର୍କରେ ଏକ ବୟାନ ଦେଇଛନ୍ତି । ସେ ଭାରତକୁ ଧମକ ଦେଇ କହିଥିଲେ ଯେ ଯଦି ଭାରତୀୟ ଦଳ (Team India) ଏସିଆ କପ୍ (Asia Cup) ଖେଳିବାକୁ ପାକିସ୍ତାନ ଆସିବ ନାହିଁ, ତା’ହେଲେ ପାକିସ୍ତାନ ମଧ୍ୟ ଆସନ୍ତା ବର୍ଷ ହେବାକୁ ଥିବା ଏକ ଦିବସୀୟ ବିଶ୍ୱକପ ପାଇଁ ଭାରତ ଆସିବେ ନାହିଁ । ବାସ୍ତବରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ୍ (World Cup 2023) ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ରମିଜ ରାଜାଙ୍କ ଏହି ବୟାନ ଉପରେ ଭାରତର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ଦେଶ ଭାରତକୁ ଅଣଦେଖା କରିପାରିବେ ନାହିଁ ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ରମିଜ ରାଜାଙ୍କ ବୟାନ 'ଯଦି ଭାରତ ଏସିଆ କପ୍ ପାଇଁ ପାକିସ୍ତାନ ଯିବ ନାହିଁ, ତେବେ ପାକିସ୍ତାନ ୨୦୨୩ ବିଶ୍ୱକପ ପାଇଁ ଭାରତ ଆସିବ ନାହିଁ' ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ନ୍ୟୁଜ୍ ଏଜେନ୍ସି ANI କୁ ଏହାର ଜବାବ ଦେଇ ସେ କହିଛନ୍ତି, “କ୍ରୀଡ଼ା ଜଗତରେ ଭାରତ ଏକ ବିରାଟ ଶକ୍ତି । ଆଜି ବୋଧହୁଏ କୌଣସି ଦେଶ ଭାରତକୁ ଅଣଦେଖା କରିପାରିବେ ନାହିଁ ।"

ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୮ ମସିହାରେ ପାକିସ୍ତାନ ଗସ୍ତ କରିଥିଲା । ପାଖାପାଖି ୧୪ ବର୍ଷ ବିତିଗଲାଣି, ସେବେଠାରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯାଇନାହାଁନ୍ତି । ଏଥି ସହିତ, ୨୦୧୨ ମସିହାରେ ଉଭୟ ଦଳ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇଥିଲା । ଏହା ପରେ ଉଭୟ ଦଳ ଗୋଟିଏ ବା ଦୁଇଟି ଆଇସିସି ଓ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ।

କହି ରଖୁଛୁ ଯେ, ବିସିସିଆଇର ବାର୍ଷିକ ସାଧାରଣ ସଭା ବୈଠକ ପରେ ବିସିସିଆଇ ସଚିବ ଜୟ ଶାହା କହିଥିଲେ ଯେ ଆଗାମୀ ଏସିଆ କପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ । ବାସ୍ତବରେ ପରବର୍ତ୍ତୀ ଏସିଆ କପ୍ ଆୟୋଜନ ପାକିସ୍ତାନ ହାତରେ ଅଛି । ଜୟ ଶାହାଙ୍କ ଏହି ବୟାନ ପରଠାରୁ ପିସିବି ଅଧ୍ୟକ୍ଷ ରମିଜ ରାଜା କ୍ରୋଧିତ ଥିବା ନଜର ଆସିଛନ୍ତି । ଏବେ ଦେଖିବାକୁ ପଡ଼ିବ ଯେ ଏସିଆ କପରେ ଉଭୟ ଦଳ କ’ଣ ନିଷ୍ପତ୍ତି ନେଉଛନ୍ତି ।

ଏହା ବି ପଢ଼ନ୍ତୁ: Team India: ଟି-୨୦ ବିଶ୍ୱକପରେ ପରାଜୟ ପରେ ବିସିସିଆଇର ଆକ୍ସନ ଜାରି, ଦଳରୁ ଆଉଟ କଲା ଏହି କୋଚ୍

ଏହା ବି ପଢ଼ନ୍ତୁ: First Edition of Women IPL: ଖୁବଶୀଘ୍ର ଖେଳାଯିବ ମହିଳା ଆଇପିଏଲ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଏହା ବି ପଢ଼ନ୍ତୁ: Dinesh Karthik: ଅବସର ନେବେ କି ଦିନେଶ କାର୍ତ୍ତିକ ! ସୋସିଆଲ ମିଡ଼ିଆରେ ଦେଲେ ଏଭଳି ସଂକେତ​

 

 

 

 

Read More
{}{}