Hindi News >>Home >>Odisha Sports

PCB: ବାବର ଆଜାମଙ୍କ 'ଭାଇ'କୁ ଲିଗାଲ ନୋଟିସ ପଠାଇଲେ ରାମିଜ ରାଜା, ଜାଣନ୍ତୁ ପୂରା ମାମଲା

Ramiz Raja legal notice: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ଭେଟେରାନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲଙ୍କୁ ଲିଗଲା ନୋଟିସ୍ ପଠାଇଛନ୍ତି । କାମ୍ରାନ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଟି-୨୦ ବିଶ୍ୱକପ୍‌ରେ ଦଳର ପ୍ରଦର୍ଶନକୁ ସମାଲୋଚନା କରି ସୀମା ଅତିକ୍ରମ କରିଥିବାର ଅଭିଯୋଗ ହୋଇଛି । 

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Nov 16, 2022, 01:07 PM IST

Ramiz Raja legal notice to Kamran Akmal: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା (Ramiz Raja) ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲଙ୍କୁ (Kamran Akmal) ଏକ ଲିଗାଲ ନୋଟିସ୍ ପଠାଇଛନ୍ତି । ସୋସିଆଲ ମିଡିଆରେ ଦେଇଥିବା ବୟାନ ଯୋଗୁଁ ଅକମଲଙ୍କୁ ଏହି ନୋଟିସ ଦିଆଯାଇଛି । ବାସ୍ତବରେ ଅକମଲ ନିଜ ୟୁଟ୍ୟୁବ ଚ୍ୟାନେଲରେ ବାବର ଆଜାମଙ୍କ (Babar Azam) ପାକିସ୍ତାନ ଦଳର ଟି-୨୦ ବିଶ୍ୱକପ (T20 World Cup 2022) ପ୍ରଦର୍ଶନ ଉପରେ ଅପମାନଜନକ, ମିଥ୍ୟା ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଛି । କେବଳ ଅକମଲ ନୁହଁନ୍ତି, ଶୋଏବ ଅଖତର, ୱାସିମ ଆକ୍ରାମ, ୱାକର ୟୁନିସ ଭଳି ଅନେକ ପୂର୍ବତନ ପାକିସ୍ତାନ କ୍ରିକେଟର ମଧ୍ୟ ଟିଭି ଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟି-୨୦ ବିଶ୍ୱକପରେ ପ୍ରଦର୍ଶନ ପାଇଁ ପାକିସ୍ତାନ ଦଳକୁ ସମାଲୋଚନା କରିଥିଲେ । କହିରଖୁଛୁ ଯେ କାମ୍ରାନ୍ ବାବର ଆଜାମଙ୍କ ସମ୍ପର୍କୀୟ ଭାଇ ଓ ଜିମ୍ବାୱେ ବିପକ୍ଷରେ ପରାଜୟ ପରେ ସେ ବାବରଙ୍କୁ ଅଧିନାୟକତ୍ୱ ଛାଡିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ଅକମଲଙ୍କ କେଉଁ ମନ୍ତବ୍ୟ ପିସିବି ମୁଖ୍ୟ ରାଜାଙ୍କୁ ଅପମାନିତ କରିଛି ତାହା ସ୍ପଷ୍ଟ ହୋଇନାହିଁ, ଯେଉଁଥିପାଇଁ ତାଙ୍କୁ ଲିଗାଲ ନୋଟିସ ଦିଆଯାଇଛି । ଘଟଣାକ୍ରମ ବିଷୟରେ ଜାଣିଥିବା ଏକ ସୂତ୍ର ପିଟିଆଇକୁ କହିଛି, “ମୁଁ ଜାଣେ ନାହିଁ ଯେ ସେ କାମରାନଙ୍କ ବିରୋଧରେ କ’ଣ ଅଭିଯୋଗ କରିଛନ୍ତି । କିନ୍ତୁ ବୋଧହୁଏ ଆଇନଗତ ନୋଟିସ ପଠାଯାଇଛି କାରଣ ପିସିବି ବିଶ୍ୱାସ କରନ୍ତି ଯେ କାମ୍ରାନ୍ ଗଣମାଧ୍ୟମରେ ତାଙ୍କ ବିଷୟରେ ଅପମାନଜନକ, ମିଥ୍ୟା ଓ ଆପତ୍ତିଜନକ ବୟାନ ଦେଇଛନ୍ତି ।

ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ଅନ୍ୟ କିଛି ପୂର୍ବତନ ଖେଳାଳିଙ୍କୁ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଦଳର ପ୍ରଦର୍ଶନକୁ ସମାଲୋଚନା କରି 'କ୍ରମାଗତ ଭାବରେ ସୀମା ଅତିକ୍ରମ କରିଥିବାକୁ' ନେଇ ଲିଗାଲ ନୋଟିସ ପଠାଯାଇପାରେ । ଦଳ, ପରିଚାଳନା, ବୋର୍ଡ ଏବଂ ଅଧ୍ୟକ୍ଷଙ୍କୁ ସମାଲୋଚନା କରି ସେମାନଙ୍କ ମଧ୍ୟରୁ କେତେକ ସ୍ପଷ୍ଟ ଭାବେ ସୀମା ଅତିକ୍ରମ କରିଛନ୍ତି ଓ ରମିଜ ରାଜା ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ କ୍ରିକେଟକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ସେ ବରଦାସ୍ତ କରିବେ ନାହିଁ ।'

ରମିଜ ରାଜାଙ୍କ ତରଫରୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଲିଗାଲ ଟିମକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି କୌଣସି ପୂର୍ବତନ ପାକିସ୍ତାନୀ କ୍ରିକେଟର ତାଙ୍କ ୟୁଟ୍ୟୁବ ଚ୍ୟାନେଲ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପାକିସ୍ତାନ କ୍ରିକେଟର ବିରୁଦ୍ଧରେ ବୟାନ ଦେଉଥାନ୍ତି ତେବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଏହା ବି ପଢନ୍ତୁ: IND vs NZ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହଠାତ୍ ଫେରିଲେ ଭାରତର ଏହି ଖତରନାକ୍ ଖେଳାଳି

ଏହା ବି ପଢନ୍ତୁ: IND vs NZ: ଟି-୨୦ ସିରିଜ୍ ପୂର୍ବରୁ 'ରିକ୍ସା' ଚଳାଉଥିବାର ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେନ୍ ୱିଲିୟମସନ, VIDEO ଭାଇରାଲ

 

Read More
{}{}