Hindi News >>Home >>Odisha Sports

Medals Tally: କେବଳ ଗୋଟିଏ ପଦକ ଜିତିଥିବା ପାକିସ୍ତାନ ୫ଟି ପଦକ ଜିତିଥିବା ଭାରତଠାରୁ କିପରି ପହଞ୍ଚିଲା ଆଗରେ?

Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତକୁ ଏପର୍ଯ୍ୟନ୍ତ ୫ଟି ପଦକ ମିଳିଛି। ପଡୋଶୀ ଦେଶ ପାକିସ୍ତାନରେ କେବଳ ଗୋଟିଏ ପଦକ ପାଇଛି। ଏହା ସତ୍ତ୍ୱେ ପଏଣ୍ଟ ଟେବୁଲରେ ପାକିସ୍ତାନ ଭାରତଠାରୁ ଆଗରେ ରହିଛି। ଜାଣନ୍ତୁ ଏପରି କାହିଁକି ହୋଇଛି?  

Advertisement
Paris Olympics 2024 Medals Tally
Stop
Jagdish Barik|Updated: Aug 09, 2024, 02:36 PM IST

Paris Olympics 2024 Medals Tally: ଟୋକିଓ ଅଲିମ୍ପିକ୍ସ ତୁଳନାରେ ଏଥର ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ବିଶେଷ କିଛି ଖାସ ହୋଇନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଗୋଟିଏ ବି ସ୍ୱର୍ଣ୍ଣ ପଦକ ଜିତି ପାରିନାହିଁ। ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ ପଦକ ପାଇଥିଲା। ୧୩ ତମ ଦିନରେ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ଠାରୁ ଭାରତ ସ୍ୱର୍ଣ୍ଣ ପଦକ ଆଶା କରିଥିଲା, କିନ୍ତୁ ଏଥର ନୀରଜଙ୍କ ଠାରୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଲା। ଯେତେବେଳେ କି ଏଥର ପାକିସ୍ତାନର ଆର୍ଶଦ ନଦିମ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ପଦକ ସଂଖ୍ୟା ବିଷୟରେ କହିବାକୁ ଗଲେ ଭାରତରେ ୫ଟି ପଦକ ଓ ପାକିସ୍ତାନରେ କେବଳ ଗୋଟିଏ ପଦକ ଅଛି। ଏହା ସତ୍ତ୍ୱେ ପାକିସ୍ତାନ ଭାରତଠାରୁ ଆଗରେ ରହିଛି। ଯାହା ପରେ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଠିଛି ଯେ ଗୋଟିଏ ପଦକ ଜିତିଥିବା ପାକିସ୍ତାନ କିପରି ଭାରତଠାରୁ ଆଗରେ ରହିପାରିବ। ବର୍ତ୍ତମାନ ପାକିସ୍ତାନ ୫୩ତମ ସ୍ଥାନରେ ଓ ପଦକ ଟେବୁଲରେ ଭାରତ ୬୩ ତମ ସ୍ଥାନରେ ରହିଛି।

ଭାରତଠାରୁ କିପରି ଆଗରେ ରହିଲା ପାକିସ୍ତାନ?
ଅଲିମ୍ପିକ୍ସରେ ଏକ ଦେଶର ମାନ୍ୟତା ଏଥିରେ ଜିତିଥିବା ମୋଟ ପଦକ ଅନୁଯାୟୀ ସ୍ଥିର କରାଯାଏ ନାହିଁ, କିନ୍ତୁ ଜିତିଥିବା ସ୍ୱର୍ଣ୍ଣ ପଦକ ସଂଖ୍ୟା ଅନୁଯାୟୀ ସମସ୍ତ ଦେଶ ପଦକ ଟେବୁଲରେ ସ୍ଥାନ ପାଇଥାନ୍ତି। ଏହା ବ୍ୟତୀତ ଯଦି ଦୁଇ ଦେଶରେ ସମାନ ସଂଖ୍ୟକ ସ୍ୱର୍ଣ୍ଣ ପଦକ ଥାଏ ତେବେ ସେମାନେ ରୌପ୍ୟ ପଦକ ସଂଖ୍ୟା ଅନୁଯାୟୀ ପଏଣ୍ଟ ଟେବୁଲରେ ସ୍ଥାନ ପାଆନ୍ତି। ଯଦି ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ସଂଖ୍ୟା ସମାନ ତେବେ ପଏଣ୍ଟ ଟେବୁଲରେ ସ୍ଥାନ ବ୍ରୋଞ୍ଜ ପଦକ ସଂଖ୍ୟା ଉପରେ ଆଧାରିତ ହୋଇଥାଏ।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତ ଏପର୍ଯ୍ୟନ୍ତ ୫ ଟି ପଦକ ଜିତିଛି। ଯେଉଁଥିରେ ୪ଟି ବ୍ରୋଞ୍ଜ ଏବଂ ଗୋଟିଏ ରୌପ୍ୟ ପଦକ ଅଛି। ନୀରଜ ଚୋପ୍ରା ଭାରତ ପାଇଁ ଏକମାତ୍ର ରୌପ୍ୟ ପଦକ ଜିତିଛନ୍ତି। ଏହା ବ୍ୟତୀତ ୧୩ ତମ ଦିନରେ ଭାରତୀୟ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛି। ଏହା ବ୍ୟତୀତ ମନୁ ଭାକର ଏଥର ଶୁଟିଂରେ ୨ଟି ବ୍ରୋଞ୍ଜ ପଦକ ଜିତିଥିଲେ।

ପ୍ୟାରିସ୍ ଅଲିମ୍ପିକ୍ସର ୧୪ ତମ ଦିନରେ ଭାରତ ଆଉ ଏକ ବ୍ରୋଞ୍ଜ ପଦକ ପାଇଁ ଆଶା ରଖିଛି। ଆଜି ଭାରତର ଅମାନ ସେହରାୱତ କୁସ୍ତିରେ ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଭାରତ ଏଥର ଟୋକିଓ ଅଲିମ୍ପିକ୍ସର ମୋଟ ୭ ପଦକ ରେକର୍ଡ ଭାଙ୍ଗିବାରେ ସକ୍ଷମ ହେବ କି?

Read More
{}{}