Hindi News >>Home >>Odisha Sports

Neeraj Chopra Mother: ପୁଅ ରୂପା ଜିତିବା ପରେ ଏପରି କହିଲେ ନୀରଜଙ୍କ ମା'...

Big Statement of Neeraj Chopra Mother: ନ୍ୟୁଜ୍ ଏଜେନ୍ସି  ANIକୁ ପ୍ରତିକ୍ରିୟା ଦେଇ ସରୋଜ କହିଛନ୍ତି ଯେ, କଠିନ ପରିଶ୍ରମ କରି ନୀରଜ ସଫଳତା ହାସଲ କରିଛନ୍ତି । ସେ ଆହତ ହୋଇ ମଧ୍ୟ ଖେଳଭ୍ୟାସ ଜାରି ରଖିଥିଲେ । ସବୁ ଖେଳାଳିଙ୍କ ପାଇଁ ଦିନେ ସଫଳତାର ଦିନ ଆସିବ ସେଥିପାଇଁ କଠିନ ପରିଶ୍ରମ ଆବଶ୍ୟକ ବୋଲି ନୀରଜଙ୍କ ମାଆ କହିଛନ୍ତି ।

Advertisement
Neeraj Chopra Mother: ପୁଅ ରୂପା ଜିତିବା ପରେ ଏପରି କହିଲେ ନୀରଜଙ୍କ ମା'...
Stop
Soubhagya Ranjan Mishra|Updated: Aug 09, 2024, 04:30 PM IST

Big Statement of Neeraj Chopra Mother: ସୁନାପୁଅ ନୀରଜ ଚୋପ୍ରାଙ୍କ ସଫଳତା ପରେ ମାଆ ସରୋଜ ଦେବୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ ପୁଅର ସଫଳତା ପରେ ମାଆ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ନ୍ୟୁଜ୍ ଏଜେନ୍ସି  ANIକୁ ପ୍ରତିକ୍ରିୟା ଦେଇ ସରୋଜ କହିଛନ୍ତି ଯେ, କଠିନ ପରିଶ୍ରମ କରି ନୀରଜ ସଫଳତା ହାସଲ କରିଛନ୍ତି । ସେ ଆହତ ହୋଇ ମଧ୍ୟ ଖେଳଭ୍ୟାସ ଜାରି ରଖିଥିଲେ । ସବୁ ଖେଳାଳିଙ୍କ ପାଇଁ ଦିନେ ସଫଳତାର ଦିନ ଆସିବ ସେଥିପାଇଁ କଠିନ ପରିଶ୍ରମ ଆବଶ୍ୟକ ବୋଲି ନୀରଜଙ୍କ ମାଆ କହିଛନ୍ତି । ପାକିସ୍ତାନୀ ଖେଳାଳି ଅରସଦ ନଦୀମ ସ୍ୱର୍ଣ୍ଣ ହାସଲ ଜାଣି ନୀରଜଙ୍କ ମାଆ କହିଛନ୍ତି ଯେ, ସେ ମଧ୍ୟ ମୋ ପୁଅ ପରି ତେଣୁ ନୀରଜ ପାଇଁ ମୁଁ ଯେତିକି ଖୁସି ନଦୀମଙ୍କ ପାଇଁ ମଧ୍ୟ ସେତିକି ଖୁସି ।

ଗତଥର ଟୋକିଓ ଅଲମ୍ପିକ୍ସରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବା ପରେ ମାଆ ସରୋଜ ଦେବୀ ନୀରଜଙ୍କ ପାଇଁ ତାଙ୍କ ପ୍ରିୟର ଖାଦ୍ୟ 'ଚୁର୍ମା' ତିଆରି କରି ଖୁଆଇଥିଲେ । ନୀରଜ ପିଲାଟି ଦିନରୁ ଚୁର୍ମା ଖାଇବାକୁ ଖୁବ ପସନ୍ଦ କରନ୍ତି । ତେଣୁ ନୀରଜଙ୍କ ପ୍ୟାରିସ୍ ଅଲମ୍ପିକ୍ ସଫଳତା ପରେ ତାଙ୍କ ମାଆ ଚୁର୍ମା ତିଆରି କରି ଖୁଆଇବେ ବୋଲି କହିଛନ୍ତି ।

 

ସୂଚନାଯୋଗ୍ୟ, ଅନ୍ତିମ ମ୍ୟାଚରେ ଅର୍ଶଦ ନଦିମ 92.97 ମିଟର ଥ୍ରୋ କରି ଶୀର୍ଷରେ ରହିବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା । କିନ୍ତୁ ନୀରଜ ଚୋପ୍ରା 89.45 ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିବା କାରଣରୁ ସେ ରୋପ୍ୟ ପଦକ ହାସଲ କରିବାରେ ସଫଳ ହୋଇଥିଲେ ।  ଗ୍ରେନାଡାର ଏଣ୍ଡରସନ୍ ପିଟର୍ସ 88.54 ମିଟର ଦୂରତାକୁ ଥ୍ରୋ କରି ବ୍ରୋଞ୍ଚ ପଦକ ହାସଲ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ, ନୀରଜ ଫାଇନାଲକୁ ଯିବା ପରେ ସୋସିଆଲ ମିଡିଆରେ ନୀରଜଙ୍କୁ ନେଇ ଖୁବ୍ କ୍ରେଜ୍ ବଢିଥିଲା । ନୀରଜଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ଆଶା କରିଥିଲେ ଯେ, ଟୋକିଓ ଅଲମ୍ପିକ୍ସ ପରି ପ୍ୟାରିସ୍ ଅଲମ୍ପିକ୍ସରେ ମଧ୍ୟ ନୀରଜ ସୁନା ଜିତିବେ । ତେବେ ନୀରଜ ନିଜ ଫ୍ୟାନ୍ସଙ୍କୁ ନିରାଶ ନକରି ରୋପ୍ୟ ପଦକ ବିଜୟ ଲାଭ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି ।

Also Read- Top 10 News: ମନୀଷ ସିସୋଦିଆଙ୍କୁ ମିଳିଲା ଆଶ୍ୱସ୍ତି ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Also Read- Saturn leaves Aquarius: କୁମ୍ଭ ରାଶିରୁ ଶନି ବାହାରିବା ମାତ୍ରେ ୩ ରାଶି ପାଇଁ ଆରମ୍ଭ ହେବ ଭଲ ଦିନ

Read More
{}{}