Hindi News >>Home >>Odisha Sports

Paralympics 2024: ଭାରତ ପାଇଲା ପଞ୍ଚମ ପଦକ, ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଜିତିଲେ ରୁବିନା ଫ୍ରାନ୍ସିସ୍

Paralympics 2024: ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ରୁବିନା ଫ୍ରାନ୍ସିସ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ସହ ସେ ପ୍ୟାରିସ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି।  

Advertisement
Paralympics 2024: Rubina Francis
Stop
Jagdish Barik|Updated: Aug 31, 2024, 07:35 PM IST

Paralympics 2024: Rubina Francis, ଶନିବାର ଦିନ ପ୍ୟାରିସ୍ ପାରା ଅଲମ୍ପିକ୍ସ ୨୦୨୪ ଗେମ୍ସର ଶୁଟିଂ ଇଭେଣ୍ଟରେ ଭାରତୀୟ ମହିଳା ସୁଟର ରୁବିନା ଫ୍ରାନ୍ସିସ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତର ରୁବିନା ଫ୍ରାନ୍ସିସ୍ ମହିଳା ୧୦ ମିଟର ଏୟାର ପିସ୍ତଲ SH1 ଫାଇନାଲରେ ୨୧୧.୧ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ସୁଟିଂରେ ଭାରତ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲା। ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ଜିତିଛି।

ସୁଟିଂରେ ଏହା ଭାରତର ଚତୁର୍ଥ ଏବଂ ପ୍ୟାରିସ୍ ପାରାଲିମ୍ପିକ୍ସରେ ମୋଟ ପଞ୍ଚମ ପଦକ ଥିଲା। ସରେହ ଜବାନମାର୍ଡି ଫାଇନାଲରେ ସହଜରେ ଜିତି ଏହି ଇଭେଣ୍ଟରେ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ ୨୦୧୬ ରେ ରିଓ ଏବଂ ୨୦୨୧ ରେ ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ମହିଳା ୧୦ମିଟର ଏୟାର ପିସ୍ତଲ SH1 ର ଯୋଗ୍ୟତା ରାଉଣ୍ଡରେ ରୁବିନା ୫୫୬ ପଏଣ୍ଟ ହାସଲ କରି ସପ୍ତମ ସ୍ଥାନରେ ରହିଥିଲେ। ଅନ୍ୟ ଏକ ମ୍ୟାଚରେ ଭାରତୀୟ ପୁରୁଷ ସୁଟର ସ୍ୱରୂପ ଅନହଲକର ପ୍ୟାରିସ ପାରା ଅଲମ୍ପିକ୍ସରୁ ବାଦ ପଡିଛନ୍ତି। ପୁରୁଷ ୧୦ ମିଟର ଏୟାର ରାଇଫଲରେ SH1 ଯୋଗ୍ୟତା ରାଉଣ୍ଡରେ ସ୍ୱରୂପ ୬୧୪.୪ ପଏଣ୍ଟ ହାସଲ କରି ୧୪ ତମ ସ୍ଥାନ ହାସଲ କରିଥିଲେ। ଏହି ପରାଜୟ ସହିତ ସ୍ୱରୂପ ଉନ୍ହଲକରଙ୍କ ଅଭିଯାନ ଶେଷ ହୋଇଥିଲା।

ଶୁକ୍ରବାର ଦିନ ଟୋକିଓ ପାରା ଅଲମ୍ପିକ୍ସରେ ମହିଳା ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତି ଅବନୀ ଲେଖରା ଇତିହାସ ସୃଷ୍ଟି କରିଥିବାବେଳେ ତାଙ୍କ ସାଥି ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ୧୦ ମିଟର ଏୟାର ପିସ୍ତଲ (SH1) ରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିଥିଲେ।

Also Read: Champions Trophy 2025: ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍ ଇଣ୍ଡିଆ? ପାକିସ୍ତାନର ପୂର୍ବତନ ଖେଳାଳି ଦେଲେ ବଡ଼ ବୟାନ

Also Read: Samit Dravid: ଭାରତୀୟ ଟିମରେ ଚୟନ ହେଲେ ଦ୍ରାବିଡଙ୍କ ପୁଅ, ବିସିସିଆଇ ଘୋଷଣା କଲା ଦଳ

Read More
{}{}