Hindi News >>Home >>Odisha Sports

Football: ମହିଳା ଫୁଟବଲ୍ ଖେଳାଳିଙ୍କ ସର୍ଟସ୍ ଉପରେ ପାକିସ୍ତାନୀ ସାମ୍ବାଦିକଙ୍କ ଲୋଲୁପ ଦୃଷ୍ଟି

Pakistan women football: ଦୀର୍ଘ ଦିନର ବ୍ୟବଧାନ ପରେ ପାକିସ୍ତାନ ମହିଳା ଫୁଟବଲ ଟିମ ଏକ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି। ଆଠ ବର୍ଷ ପୂର୍ବେ ପାକିସ୍ତାନ SAFF Championship ଟାଇଟଲ ହାତେଇଥିଲା। କାଠମାଣ୍ଡୁରେ ଆୟୋଜିତ SAFF Championshipରେ ମାଳଦ୍ୱୀପକୁ ୭-୦ ଗୋଲରେ ପାକିସ୍ତାନ ପରାସ୍ତ କରିବା ପରେ ସାମ୍ବାଦିକ ଜଣକ ଖେଳାଳିଙ୍କ ସର୍ଟସକୁ ନେଇ ଆପତ୍ତି ଉଠାଇଛନ୍ତି।

Advertisement
Football: ମହିଳା ଫୁଟବଲ୍ ଖେଳାଳିଙ୍କ ସର୍ଟସ୍ ଉପରେ ପାକିସ୍ତାନୀ ସାମ୍ବାଦିକଙ୍କ ଲୋଲୁପ ଦୃଷ୍ଟି
Stop
Zee Odisha Desk|Updated: Sep 18, 2022, 01:45 PM IST

Pakistan women football, କରାଚି: ପାକିସ୍ତାନୀ ମହିଳା ଫୁଟବଲ ଖେଳାଳିଙ୍କ ସର୍ଟସ୍ ଉପରେ ସାମ୍ବାଦିକଙ୍କ ହୀନ ଦୃଷ୍ଟି ପଡିଛି। ସେ ନିଜ ଦେଶର ମହିଳା ଫୁଟବଲ ଖେଳାଳିଙ୍କ ସର୍ଟ ପିନ୍ଧାକୁ ବିରୋଧ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ପଚାରିଛନ୍ତି, "ଆମେ ଇସ୍ଲମିକ ରିପବ୍ଲିକ ଅଫ୍ ପାକିସ୍ତାନର ନାଗରିକ। ମୁଁ ପଚାରିବାକୁ ଚାହୁଁଛି ଯେ, ଏହି ଝିଅମାନେ କାହିଁକିଁ ସର୍ଟସ୍ ବଦଳରେ ଲେଗିଂସ୍ ପିନ୍ଧୁନାହାନ୍ତି?" ଏହି ପ୍ରଶ୍ନ ପାଇଁ ସମ୍ପୃକ୍ତ ସାମ୍ବାଦିକଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି। ପାକିସ୍ତାନ ମହିଳା ଫୁଟବଲ ଟିମର ମୁଖ୍ୟ କୋଚଙ୍କ ସମେତ ଅନେକ କ୍ରୀଡାପ୍ରେମୀ ତାଙ୍କୁ କଡା ସମାଲୋଚନା କରିଛନ୍ତି।

ଦୀର୍ଘ ଦିନର ବ୍ୟବଧାନ ପରେ ପାକିସ୍ତାନ ମହିଳା ଫୁଟବଲ ଟିମ ଏକ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି। ଆଠ ବର୍ଷ ପୂର୍ବେ ପାକିସ୍ତାନ SAFF Championship ଟାଇଟଲ ହାତେଇଥିଲା। କାଠମାଣ୍ଡୁରେ ଆୟୋଜିତ SAFF Championshipରେ ମାଳଦ୍ୱୀପକୁ ୭-୦ ଗୋଲରେ ପାକିସ୍ତାନ ପରାସ୍ତ କରିବା ପରେ ସାମ୍ବାଦିକ ଜଣକ ଖେଳାଳିଙ୍କ ସର୍ଟସକୁ ନେଇ ଆପତ୍ତି ଉଠାଇଛନ୍ତି। ପାକିସ୍ତାନର ଜାତୀୟ ମହିଳା ଫୁଟବଲ ଦଳର ପୋଷାକ ଉପରେ ପ୍ରଶ୍ନ ଉଠାଇ ସେ ଟ୍ରୋଲର ଶିକାର ହୋଇଛନ୍ତି।

Also Read: T20 World Cup: ସ୍କ୍ୱାଡ୍ ଘୋଷଣା କଲେ ଭାରତ ସମେତ ୧୩ ଦେଶ, ଏହି ତିନି ଦଳ ଉପରେ ସମସ୍ତଙ୍କ ନଜର

ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ଜଣକ ପାକିସ୍ତାନୀ ମହିଳା ଫୁଟବଲ ଦଳର ମ୍ୟାନେଜର ଓ ଅନ୍ୟ ଅଧିକାରୀଙ୍କୁ କହିଥିଲେ, "ଆପଣମାନେ ଜାଣିଛନ୍ତି ଆମେ ଇସ୍ଲମିକ ରିପବ୍ଲିକ ଅଫ୍ ପାକିସ୍ତାନର ନାଗରିକ। ମୁଁ ପଚାରିବାକୁ ଚାହୁଁଛି ଯେ, ଏହି ଝିଅମାନେ କାହିଁକିଁ ସର୍ଟସ୍ ବଦଳରେ ଲେଗିଂସ୍ ପିନ୍ଧୁନାହାନ୍ତି?" ଏହା ଉପରେ ମୁଖ୍ୟ କୋଚ ଆଦୀଲ ରିଜକି ପ୍ରତିକ୍ରିୟା ଦେଇ କହିଛନ୍ତି, "ଜଣେ ପ୍ରଗତିଶୀଳ ହେବା ଉଚିତ। ୟୁନିଫର୍ମକୁ ନେଇ ଆମେ କାହାକୁ ଅଟକାଇ ନାହୁଁ, କାରଣ ଏହା ଆମ ହାତରେ ନାହିଁ।" ସେପଟେ ପାକିସ୍ତାନୀ ସମ୍ବାଦିକଙ୍କ ଆପତ୍ତିକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି।

ଟିଭି ଉପସ୍ଥାପକ ଅନୌସି ଅସରପ୍, ସ୍କ୍ୱାସ୍ ପ୍ଲେୟାର ନୂରେନା ଶାମସ୍ ଏବଂ ଅନ୍ୟମାନେ ମଧ୍ୟ ପାକିସ୍ତାନୀ ସାମ୍ବାଦିକଙ୍କୁ କଡା ସମାଲୋଚନା କରିଛନ୍ତି। ମହିଳା ଖେଳାଳିକୁ ସପର୍ଟ କରିବା ସହ ସେମାନେ ସାମ୍ବାଦିକକୁ ହୀନ ମାନସିକର ବ୍ୟକ୍ତି ବୋଲି କହିଛନ୍ତି। କିଛି ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି, "ଯଦି ମହିଳା ଖେଳାଳିଙ୍କୁ ସର୍ଟସରେ ଦେଖିବାରେ ତାଙ୍କର ଅସୁବିଧା ହେଉଛି, ତେବେ ସେ ଏହି ଇଭେଣ୍ଟ ଦେଖନ୍ତୁ ନାହିଁ।"

Also Read: India vs Australia: ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା! ସିରିଜରୁ ବାଦ ପଡିଲେ ଏହି ଖେଳାଳି

ନିକଟରେ ଫିଫାର ଅନୁମତି ମିଳିଲା ପରେ ପାକିସ୍ତାନୀ ଫୁଟବଲ ଟିମ ଉଭୟ ଅନ୍ତର୍ଜାତୀୟ ଓ ଆଞ୍ଚଳିକ ଫୁଟବଲ ଇଭେଣ୍ଟରେ ସାମିଲ ହେଉଛି। ବର୍ତ୍ତମାନ କାଠମାଣ୍ଡୁରେ ଚାଲିଥିବା  SAFF Championshipରେ ଗୁରୁବାର ମାଳଦ୍ୱୀପକୁ ପାକିସ୍ତାନ ୦-୭ ଗୋଲରେ ପରାସ୍ତ କରିଛି। ତଥାପି ପଏଣ୍ଟ ଅଭାବରୁ ଦଳ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଅନ୍ୟପଟେ ସେମିରେ ନେପାଳଠୁ ୧-୦ରେ ହାରି ଭାରତ ଟୁର୍ଣ୍ଣାମେଣ୍ଟରୁ ଆଉଟ ହୋଇଛି। ସୋମବାର ବାଂଲାଦେଶ ଓ ନେପାଳ ମଧ୍ୟରେ ଫାଇନାଲ ମ୍ୟାଚ ଆୟୋଜିତ ହେବ। 

 

 

 

Read More
{}{}