Hindi News >>Home >>Odisha Sports

PAK vs ENG Final: ନିର୍ଦ୍ଧାରିତ ସମୟ ପୂର୍ବରୁ କାହିଁକି ହେବ ଟସ୍? ଜାଣନ୍ତୁ କ'ଣ ରହିଛି କାରଣ

PAK Vs ENG Final: ଭାରତକୁ ପରାସ୍ତ କରିବା ପରେ ଇଂଲଣ୍ଡ ଦଳ ଫାଇନାଲରେ ପହଞ୍ଚିଛି । ସେହିପରି ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପାକିସ୍ତାନ ଫାଇନାଲ ଟିକେଟ୍ ପାଇଛି । ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ ଆଜି ଦିନ ୧.୩୦ ମିନିଟରେ ଆରମ୍ଭ ହେବ । 

Advertisement
PAK vs ENG Final: ନିର୍ଦ୍ଧାରିତ ସମୟ ପୂର୍ବରୁ କାହିଁକି ହେବ ଟସ୍? ଜାଣନ୍ତୁ କ'ଣ ରହିଛି କାରଣ
Stop
Zee Odisha Desk|Updated: Nov 13, 2022, 05:20 AM IST

Pakistan Vs England Final T20 World Cup 2022: ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ଫାଇନାଲ ମ୍ୟାଚ୍ ଆଜି (ରବିବାର) ଅର୍ଥାତ୍ ନଭେମ୍ୱର ୧୩ରେ ପାକିସ୍ତାନ ଓ ଇଂଲଣ୍ଡ (PAK vs ENG Final) ମଧ୍ୟରେ ଖେଳାଯିବ । ଭାରତ (Team India) କୁ ପରାସ୍ତ କରିବା ପରେ ଇଂଲଣ୍ଡ ଦଳ (England Team) ଫାଇନାଲରେ ପହଞ୍ଚିଛି । ସେହିପରି ନ୍ୟୁଜିଲ୍ୟାଣ୍ଡ (New Zealand) କୁ ପରାସ୍ତ କରି ପାକିସ୍ତାନ (Pakistan Team) ଫାଇନାଲ ଟିକେଟ୍ ପାଇଛି । ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ (ENG vs PAK) ଆଜି ଦିନ ୧.୩୦ ମିନିଟରେ ଆରମ୍ଭ ହେବ । କିନ୍ତୁ ଏହି ମ୍ୟାଚ (England Vs Pakistan) ର ଟସ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନୁଷ୍ଠିତ ହେବ ବୋଲି କୁହାଯାଉଛି ।

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ପାକିସ୍ତାନ ଓ ଇଂଲଣ୍ଡ ଟି-20 ବିଶ୍ୱକପର ଫାଇନାଲ ଟସ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ । ରବିବାର ଓ ସୋମବାର ଦିନ ବର୍ଷା ହେବାର ପୂର୍ବାନୁମାନ କରିଛି ଅଷ୍ଟ୍ରେଲିଆ ପାଣିପାଗ ବିଭାଗ । ପାକିସ୍ତାନୀ ନ୍ୟୁଜ୍ ୱେବସାଇଟ୍ ଜିଓ ନ୍ୟୁଜ୍ ଅନୁଯାୟୀ, ଫାଇନାଲ୍ ମ୍ୟାଚର ଟସ୍ ନିର୍ଦ୍ଧାରିତ ସମୟର ୮ ମିନିଟ୍ ପୂର୍ବରୁ ହେବ । ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ICC ମଧ୍ୟ କିଛି ନିୟମରେ ପରିବର୍ତ୍ତନ ଆଣିଛି । ଯଦି ମ୍ୟାଚ ବର୍ଷା ଦ୍ୱାରା ପ୍ରଭାବିତ ହୁଏ ତେବେ ରିଜର୍ଭ ଡେ’ର ସମ୍ପ୍ରସାରଣ ସମୟକୁ ୨ ଘଣ୍ଟାରୁ ୪ ଘଣ୍ଟାକୁ ବୃଦ୍ଧି କରାଯାଇଛି । ଟସ୍ ପରେ ଏକ ସଂଗୀତ କାର୍ଯ୍ୟକ୍ରମ ହେବ ଯେଉଁଥିରେ ସ୍ଥାନୀୟ ଗାୟକମାନେ ନିଜ କଳାର ପ୍ରଦର୍ଶନ କରିବେ । ଫାଇନାଲ୍ ମ୍ୟାଚ୍ ଶେଷରେ ଆତସବାଜି ମଧ୍ୟ କରାଯିବ ।

ଅଧିକ ପଢ଼ନ୍ତୁ:-ରୋହିତ, କୋହଲିଙ୍କୁ ଫି ଫେରାଇବାକୁ କାହିଁକି କୁହାଗଲା?

ଅଧିକ ପଢ଼ନ୍ତୁ:-ଆଧାର କାର୍ଡର ନିୟମରେ ସରକାର କଲେ ବଡ଼ ପରିବର୍ତ୍ତନ, କରିବାକୁ ପଡ଼ିବ ଏହି କାମ ନଚେତ୍...

ଅଧିକ ପଢ଼ନ୍ତୁ:-ଇଂଲଣ୍ଡ ବିପକ୍ଷ ଫାଇନାଲ ପୂର୍ବରୁ ବାବର ଆଜମଙ୍କ ହୁଙ୍କାର, କହିଲେ କ'ଣ ରହିବ ପାକିସ୍ତାନର 'ଗେମ୍ ପ୍ଲାନ'

ଆଇସିସି ଟି-20 ବିଶ୍ୱକପ ୨୦୨୨ର ଫାଇନାଲ ପୂର୍ବରୁ ଇଂଲଣ୍ଡ ଅଧିନାୟକ ଜୋସ ବଟଲର (Jos Buttler) ଓ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ଶନିବାର ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଓ ଶାଦବ ଖାନ (Shadab Khan) ଙ୍କୁ ନିଜ ନିଜର 'ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ଭାବରେ ବାଛିଛନ୍ତି । ଏହି ମ୍ୟାଚ୍ ବ୍ୟତୀତ ଯେତେବେଳେ ଇଂଲଣ୍ଡ ଦଳର ଅଧିନାୟକ ବଟଲରଙ୍କୁ ପଚରାଯାଇଥିଲା ଯେ ସେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ କାହାକୁ ବାଛିବେ, ସେତେବେଳେ ସେ ଭାରତର ତୁଫାନୀ ବ୍ୟାଟ୍ସମ୍ୟାନ୍ ସୁର୍ଯ୍ୟକୁମାର ଯାଦବଙ୍କ ନାମ ନେଇଥିଲେ । ସେ କହିଛନ୍ତି ଯେ, ସୂର୍ଯ୍ୟକୁମାର ଯାଦବ ଏପରି ଜଣେ ଖେଳାଳି ଯିଏକି ବହୁତ ଖୋଲାଖୋଲି ଭାବେ ଖେଳିଛନ୍ତି । ଅବଶ୍ୟ ସେହି ତାଲିକାରେ କିଛି ଖେଳାଳି ଅଛନ୍ତି, ଯେପରି ଆମର ସାମ୍ କରନ୍ ଓ ଆଲେକ୍ସ ହେଲ୍ସ । ଯଦି ସେମାନେ ଫାଇନାଲରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେମାନେ ମୋ ପାଇଁ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇପାରନ୍ତି । 

Read More
{}{}