Hindi News >>Home >>Odisha Sports

Pakistan vs NewZealand: ୪୮ ଘଣ୍ଟା ଭିତରେ ଶୀର୍ଷ ମାନ୍ୟତା ହରାଇଲା ପାକିସ୍ତାନ, ଜାଣନ୍ତୁ ପୂରା ସମୀକରଣ

  ନୂଆଦିଲ୍ଲୀ: ୮ ଘଣ୍ଟା ମଧ୍ୟରେ ପାକିସ୍ତାନ ODI ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ଅଷ୍ଟ୍ରେଲିଆ ଏବଂ ଭାରତ ପଛକୁ ଆସି ୩ ନମ୍ବର ସ୍ଥାନକୁ ଖସି ଆସିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପଞ୍ଚମ ODIରେ ୩୦୦ ରନ୍‌ର ଗୋଡ ପଛରେ ବାବର ଆଜାମଙ୍କ ଦଳ ୪୬.୧ ଓଭରରେ ୨୫୨ ରନ୍ ସଂଗ୍ରହ କରିବା ପରେ ମ୍ୟାଚ୍ ହାରିଯିବା ସହ ODI ର଼୍ୟାଙ୍କିଙ୍ଗ୍ ମଧ

Advertisement
Pakistan vs NewZealand: ୪୮ ଘଣ୍ଟା ଭିତରେ ଶୀର୍ଷ ମାନ୍ୟତା ହରାଇଲା ପାକିସ୍ତାନ, ଜାଣନ୍ତୁ ପୂରା ସମୀକରଣ
Stop
Zee Odisha Desk|Updated: May 08, 2023, 12:43 PM IST

Pakistan Loss Top Postion:  ନୂଆଦିଲ୍ଲୀ: ୮ ଘଣ୍ଟା ମଧ୍ୟରେ ପାକିସ୍ତାନ ODI ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ଅଷ୍ଟ୍ରେଲିଆ ଏବଂ ଭାରତ ପଛକୁ ଆସି ୩ ନମ୍ବର ସ୍ଥାନକୁ ଖସି ଆସିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପଞ୍ଚମ ODIରେ ୩୦୦ ରନ୍‌ର ଗୋଡ ପଛରେ ବାବର ଆଜାମଙ୍କ ଦଳ ୪୬.୧ ଓଭରରେ ୨୫୨ ରନ୍ ସଂଗ୍ରହ କରିବା ପରେ ମ୍ୟାଚ୍ ହାରିଯିବା ସହ ODI ର଼୍ୟାଙ୍କିଙ୍ଗ୍ ମଧ୍ୟ ହରାଇଛି।

ପଞ୍ଚମ ମ୍ୟାଚ୍ ହାରିବା ସତ୍ତ୍ୱେ ପାକିସ୍ତାନ ନିଶ୍ଚିତ ଭାବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ ବ୍ୟବଧାନରେ ଜିତି ନେଇଥିଲା। କିନ୍ତୁ ଦଳକୁ ଗୋଟିଏ ପଏଣ୍ଟ ହରାଇବାକୁ ପଡିଥିଲା। ବର୍ତ୍ତମାନ ପାକିସ୍ତାନକୁ ୧୧୨ ପଏଣ୍ଟ ମିଳିଛି। ଅଷ୍ଟ୍ରେଲିଆ ଏବେ ପୁଣି ଏକ ନମ୍ବରରେ ପହଞ୍ଚିଛି। ଏଥି ସହିତ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନକୁ ଉଠିଛି। ୧୧୧ ରେଟିଂ ପଏଣ୍ଟ ସହ ପାକିସ୍ତାନ ତୃତୀୟ ଏବଂ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ପାକିସ୍ତାନ ଠାରୁ ୪-୧ରେ ସିରିଜ୍ ହାରିବା ପରେ ନ୍ୟୁଜିଲ୍ୟାଣ୍ଡରେ ୧୦୮ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ରହିଛି।

ଓ୍ୱିଲ ୟଙ୍ଗ (୮୭) ଓ ଟାମ ଲାଥମ (୫୯)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ୨୯୯ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇଥିବା ପାକିସ୍ତାନ ଦଳ ମାତ୍ର ୨୫୨ ରନରେ ଅଲ ଆଉଟ ହୋଇଯାଇଥିଲା। ହେନରୀ ସିପଲୀ ନ୍ୟୁଜିଲାଣ୍ଡ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ୧୦ ଓଭରରେ ୩୪ ରନର ଇନିସଂ ଖେଳିଥିଲେ। ଏହା ସହିତ ସେ ୩ଟି ଓ୍ୱିକଟେ ମଧ୍ୟ ହାତେଇଥିଲେ। ଫଳରେ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେହିପରି ଫକର ଜମାନ ପ୍ଲେୟାର ଅଫ ଦି ସିରିଡ ଭାବେ ବିବେଚିତ ହୋଇଥିଲେ। ଫକର ଏହି ସିରିଜରେ ୯୦.୭୫ ପ୍ରତିଶତରେ ୩୬୩ ରନ ସ୍କୋର କରିଥିଲେ। 

ଖବର ଅପଡେଟ ହେଉଛି।

Read More
{}{}