Hindi News >>Home >>Odisha Sports

Nicholas Pooran: ଟି-20 ବିଶ୍ୱକପ ୨୦୨୨ରେ ପରାଜୟ ପରେ ହଠାତ୍ ଏହି ଖେଳାଳି ଛାଡ଼ିଲେ ଅଧିନାୟକତ୍ୱ, ଫ୍ୟାନ୍ସ ନିରାଶ

Nicholas Pooran: ଚଳିତ ବର୍ଷ ଟି-20 ବିଶ୍ୱକପ ୨୦୨୨ରେ ୱେଷ୍ଟଇଣ୍ଡିଜ୍ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା । ୱେଷ୍ଟଇଣ୍ଡିଜ ଦଳ (West Indies Team) ଟି-20 ବିଶ୍ୱକପ ୨୦୨୨ର ପ୍ରଥମ ରାଉଣ୍ଡରୁ ହିଁ ବାହାର ହୋଇଯାଇଥିଲା । ଦଳ ସୁପର-12ରେ ନିଜ ସ୍ଥାନ କରିପାରି ନଥିଲା ।

Advertisement
Nicholas Pooran: ଟି-20 ବିଶ୍ୱକପ ୨୦୨୨ରେ ପରାଜୟ ପରେ ହଠାତ୍ ଏହି ଖେଳାଳି ଛାଡ଼ିଲେ ଅଧିନାୟକତ୍ୱ, ଫ୍ୟାନ୍ସ ନିରାଶ
Stop
Zee Odisha Desk|Updated: Nov 22, 2022, 07:49 AM IST

Nicholas Pooran: ୱେଷ୍ଟଇଣ୍ଡିଜର ଏକ ଦିବସୀୟ (ODI) ଓ ଟି-20 ଅଧିନାୟକ ( West Indies T20 Captain) ନିକୋଲାସ ପୁରନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟି-20 ବିଶ୍ୱକପରେ ଦଳର ଖରାପ ପ୍ରଦର୍ଶନ ପରେ ନିକୋଲାସ ପୁରନ (Nicholas Pooran) ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ନିକୋଲାସ ପୁରନ ଚଳିତ ବର୍ଷ ମେ ମାସରେ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । କିରୋନ ପୋଲାର୍ଡ (Kieron Pollard) ଙ୍କ ଅବସର ପରେ ନିକୋଲାସ ପୁରନ ଏହି କମାଣ ନିଜ ହାତକୁ ନେଇଥିଲେ । ଚଳିତ ବର୍ଷ ଟି-20 ବିଶ୍ୱକପ ୨୦୨୨ରେ ୱେଷ୍ଟଇଣ୍ଡିଜ୍ ଦଳ (West Indies Cricket Team) ର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା । ୱେଷ୍ଟଇଣ୍ଡିଜ ଦଳ (West Indies Team) ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ପ୍ରଥମ ରାଉଣ୍ଡରୁ ହିଁ ବାହାର ହୋଇଯାଇଥିଲା । ଦଳ ସୁପର-12ରେ ନିଜ ସ୍ଥାନ କରିପାରି ନଥିଲା ।

ସୂଚନାଯୋଗ୍ୟ, ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ପ୍ରଥମ ରାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ଦଳ (West Indies Team) ସ୍କଟଲ୍ୟାଣ୍ଡ, ଜିମ୍ବାୱେ ଏବଂ ଆୟର୍ଲାଣ୍ଡ ସହିତ ଗ୍ରୁପ୍ ବିରେ ଥିଲା । ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ମ୍ୟାଚରେ ସ୍କଟଲ୍ୟାଣ୍ଡ ଓ ତୃତୀୟ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ୱେଷ୍ଟଇଣ୍ଡିଜ୍ ଦଳ (West Indies Team) ଏକମାତ୍ର ବିଜୟ ଜିମ୍ବାୱେ ବିପକ୍ଷରେ ପାଇଥିଲା । ୱେଷ୍ଟଇଣ୍ଡିଜ୍ ଦଳ ଗ୍ରୁପରେ ଶେଷ ସ୍ଥାନରେ ରହିଥିଲା । ୨୦୧୨ ଓ ୨୦୧୪ର ଟି-20 ବିଶ୍ୱକପ ଚାମ୍ପିଅନ୍ ଦଳ ନିଜ ପ୍ରଦର୍ଶନକୁ ନେଇ ସମସ୍ତଙ୍କୁ ନିରାଶ କରିଥିଲା ।

ନିକୋଲାସ ପୁରନ (Nicholas Pooran) ନିଜ ବୟାନରେ କହିଛନ୍ତି ଯେ, "ଟି-20 ବିଶ୍ୱକପର ଭାରି ନିରାଶା ପରଠାରୁ ମୁଁ ଅଧିନାୟକତ୍ୱ ବିଷୟରେ ବହୁତ ଚିନ୍ତା କରିଛି । ମୁଁ ଅତ୍ୟଧିକ ଗର୍ବ ଓ ନିଷ୍ଠା ସହିତ ଏହି ଭୂମିକା ନିର୍ବାହ କରିଛି ଓ ଏଥିରେ ମୋର ସମସ୍ତ କିଛି ଦେଇଛି । ଟି-20 ବିଶ୍ୱକପ୍ ଏପରି କିଛି ଯାହା ଆମକୁ ବ୍ୟାଖ୍ୟା କରିବା ଉଚିତ୍ ନୁହେଁ । ମୁଁ ଆଗାମୀ ସମୀକ୍ଷାରେ ସହଜରେ ସାମିଲ ହୋଇଯିବି । ମୁଁ କ୍ରିକେଟ ୱେଷ୍ଟଇଣ୍ଡିଜକୁ ମାର୍ଚ୍ଚରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପୂର୍ବରୁ ପର୍ଯ୍ୟାପ୍ତ ସମୟ ଦେବାକୁ ଚାହୁଁଛି ।"

ଏହା ବି ପଢ଼ନ୍ତୁ:-ଟି-20 ଡେବ୍ୟୁକୁ ଅପେକ୍ଷା କରି ବସିଛନ୍ତି ଏହି ଭାରତୀୟ ଷ୍ଟାର୍; ହାର୍ଦ୍ଦିକ ପାଣ୍ଡ୍ୟା ପୂରଣ କରିବେ ସ୍ୱପ୍ନ!

ଏହା ବି ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଟି-20ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ନୁହଁନ୍ତ, କାରଣ କହିଲେ ନ୍ୟୁଜିଲ୍ୟାଣ୍ଡର ଏହି ଘାତକ ବୋଲର

ଅଧିକ ପଢ଼ନ୍ତୁ:-ସରକାର ଦେଲେ ବଡ଼ ଝଟକା, ୧୦ ଲକ୍ଷ ରାସନ କାର୍ଡ ହେବ ବାତିଲ! ତିଆରି ହୋଇସାରିଛି ପୂରା ଲିଷ୍ଟ୍

ନିକୋଲାସ ପୁରନ (Nicholas Pooran) ଆହୁରି ମଧ୍ୟ କହିଛନ୍ତି ଯେ, "ୱେଷ୍ଟଇଣ୍ଡିଜର ସୀମିତ ଓଭର ଅଧିନାୟକତ୍ୱ ଛାଡିବାବେଳେ ମୁଁ ବିଶ୍ୱାସ କରେ ଏହା ଦଳର ସ୍ୱାର୍ଥରେ ଓ ମୋ ପାଇଁ ବ୍ୟକ୍ତିଗତ ଭାବରେ ଯେହେତୁ ମୁଁ ଜଣେ ଖେଳାଳି ଭାବରେ କ’ଣ କରିବାକୁ ଚାହୁଁଛି ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ । ଜଣେ ଖେଳାଳି ଭାବେ କ’ଣ କରିପାରିବ? ମୁଁ ଦଳକୁ କଣ ଦେଇପାରିବି? ମୁଁ ସଫଳ ହୋଇପାରିବି ଓ ଦଳକୁ ସର୍ବୋତ୍ତମ ପ୍ରଦର୍ଶନ ଦେଇପାରିବି ।"

Read More
{}{}