Hindi News >>Home >>Odisha Sports

National Sports Day: 'ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ ହେଉଛି କ୍ରୀଡା ଏବଂ ଖେଳକୁଦ'

International Master Athelet: ଚୀନ, ଥାଇଲାଣ୍ଡ, ଶ୍ରୀଲଙ୍କା, ଇଟାଲୀ, ମାଲେସିଆ ଆଦି ଦେଶରେ ନିଜର କ୍ରୀଡ଼ା ପ୍ରଦର୍ଶନ କରି ଦେଶକୁ ଗୌରାବାନ୍ୱିତ କରିଛନ୍ତି ମାଷ୍ଟର ଆଥଲେଟ ସୁନ୍ଦରମଣୀ ବାରିକ। ଉଭୟ ୧୦୦ ଏବଂ ୨୦୦ ମିଟର ଦୌଡ଼, ଲଙ୍ଗ ଜମ୍ପ ଭଳି  ଖେଳରେ ସେ କୃତିତ୍ୱ ହାସଲ କରିଛନ୍ତି।  

Advertisement
National Sports Day: 'ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ ହେଉଛି କ୍ରୀଡା ଏବଂ ଖେଳକୁଦ'
Stop
Ajay Kumar Nath|Updated: Aug 29, 2023, 11:43 PM IST

Athelet Sunder Mani Barik: କ୍ରୀଡା କିମ୍ବା ଖେଳକୁଦ ହେଉଛି ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ। ଜଣେ କ୍ରୀଡ଼ାବିତ କଠିନ ପରିଶ୍ରମ କରି ନିଜର ସମୟ ଏବଂ ଖେଳ ପ୍ରତି ଆଗ୍ରହ ନିଷ୍ଠା ତାଙ୍କୁ ଶୀର୍ଷରେ ପହଞ୍ଚାଇଥାଏ। କ୍ରୀଡ଼ା ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ଜଣେ ବିଶିଷ୍ଟ କ୍ରୀଡାବିତ ହେଉଛନ୍ତି ସମ୍ବଲପୁର କୁଳୁଥକାନୀ ଅଞ୍ଚଳର ସୁନ୍ଦରମଣି ବାରିକ।

ଗତ ୧୯୭୧ ମସିହାରେ ସ୍କୁଲ ଜୀବନରୁ ସୁନ୍ଦରମଣି ବାରିକଙ୍କ କ୍ରୀଡା ଜୀବନ ଆରମ୍ଭ ହୋଇଥିଲା। ତାଙ୍କର ଜନ୍ମ ଅବିଭକ୍ତ ସମ୍ବଲପୁର ଜିଲ୍ଲା ବର୍ତ୍ତମାନ ଝାରସୁଗୁଡା ଜିଲ୍ଲାର ତାଳପଟିଆ ଅଞ୍ଚଳରେ ହୋଇଥିଲା। ସେଠାରୁ ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ଆରମ୍ଭ କରି କ୍ରୀଡ଼ା ଜୀବନର ମୂଳଦୁଆ ପକାଇଥିଲେ। ପରବର୍ତ୍ତୀ ସମୟରେ ସେ କଲେଜ ଶିକ୍ଷା ଗ୍ରହଣ କରିଥିଲେ। ହେଲେ ଆର୍ଥିକ ଅନାଟନ କାରଣରୁ ଖେଳକୁଦ ପ୍ରତି ବିଶେଷ ଧ୍ୟାନ ଦେଇ ପାରିଲେନାହିଁ। ପରେ ତାଙ୍କୁ ଏକ ବ୍ୟାଙ୍କ ଚାକିରି ମିଳିଥିଲା। ଚାକିରି ଜୀବନ ସହ ଘର ସଂସାରରେ ବ୍ରତୀ ହେବାରୁ ଖେଳ କୁଦ ପ୍ରତି ତାଙ୍କର ଧ୍ୟାନ କମିଯାଇଥିଲା। 

ହେଲେ ପରବର୍ତ୍ତୀ ସମୟରେ କ୍ରୀଡ଼ା ପାଇଁ ସେ ପରିଣତ ବୟସରେ ପୁଣି ଥରେ ନିଜର ଇଛା ଜାଗ୍ରତ କରି ଦେଶ ପାଇଁ ଖେଳିବା ଲାଗି ପ୍ରଚେଷ୍ଟା ଆରମ୍ଭ କରିଥିଲେ। ଜିଲ୍ଲା ପାଇଁ ଗୌରବ ଆଣି ରାଜ୍ୟ ତଥା ଦେଶକୁ ପ୍ରତିନିଧିତ୍ୱ କରିବା ପାଇଁ ନିଷ୍ପତ୍ତି ନେଇ ସେ ମାଷ୍ଟର ଆଥଲେଟ ସହ ଗୌରବ ପାଇଁ ତାଙ୍କର ଅଭ୍ୟାସ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ମାଷ୍ଟର ଆଥେଲେଟ ଭାବରେ ଏସିଏନ ଗେମ୍ସ ମୁକାବିଲାରେ ପଦକ ଜିଣି ଦେଶ ପାଇଁ ପ୍ରଥମ ପୁରସ୍କାର ପାଇଥିଲେ। ପରବର୍ତ୍ତୀ ସମୟରେ ଚୀନ, ମାଲେସିଆ, ଇଟାଲୀ, ଶ୍ରୀଲଙ୍କା ଭଳି ଦେଶରେ ନିଜର କ୍ରୀଡ଼ା ପ୍ରଦର୍ଶନ କରି ଅନେକ ପଦକ ହାସଲ କରିଥିଲେ।

କ୍ରୀଡାବିତ ସୁନ୍ଦରମଣି ବାରିକ ମୁଖ୍ୟତଃ ୧୦୦ ଏବଂ ୨୦୦ ମିଟର ଦୌଡ଼, ଲଙ୍ଗ୍ ଜମ୍ପ୍ ଭଳି ଖେଳରେ ଭାଗ ନେଇ କୃତିତ୍ୱ ହାସଲ କରି ଦେଶ ତଥା ରାଜ୍ୟକୁ ଗର୍ବିତ କରିଛନ୍ତି। ଏବେ ସେ ନିଜେ ଖେଳ ପ୍ରତି ସମର୍ପିତ ହୋଇଥିବା ସହ ପିଲାଙ୍କୁ ମଧ୍ୟ ଖେଳ କୁଦ ପ୍ରତି ପ୍ରୋତ୍ସାହନ ଦେଉଛନ୍ତି। ତାଙ୍କର ଦୁଇ ଜଣ ଶିଷ୍ୟ ଏବେ ରାଜ୍ୟରେ କୋଚ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏନେଇ ସେ କହିଛନ୍ତି ଯେ ତାଙ୍କ ସମୟରେ ଖେଳ କୁଦ ପାଇଁ ଅନେକ ଆର୍ଥିକ ସହାୟତାର ଆବଶ୍ୟକତା ରହିଥିଲା। ଯଦି ଜଣେ ଖେଳାଳିଙ୍କୁ ଉପଯୁକ୍ତ ମାତ୍ରାରେ ଭରପେଟ ଖାଦ୍ୟ ନ ମିଳେ ତାହେଲେ ସେ ଖେଳିବ କେମିତି? ସେଥିପାଇଁ ରାଜ୍ୟ ସରକାର ଖେଳାଳିଙ୍କ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରନ୍ତୁ। ଯେପରିକି ବିଭିନ୍ନ କ୍ରୀଡାରେ କୋଚ ପଦବୀ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା କ୍ରୀଡା ଅଧିକାରୀ ଭଳି ଚାକିରି ଖେଳାଳିଙ୍କୁ ପ୍ରଦାନ କରାଯାଉ।

Read More
{}{}