Hindi News >>Home >>Odisha Sports

MS Dhoni Accouncement Updates: ଲାଇଭ ଆସି ଝଟକା ଦେଲେ ଧୋନୀ, ସବୁ ଆକଳନକୁ ଭୁଲ କରିଦେଲେ

MS Dhoni Live Session: ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ସାଧାରଣ ଜୀବନକୁ ବେଶ ଉପଭୋଗ କରିଥାନ୍ତି। ସାଧାରଣ ଭାବେ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ଏହା ସହିତ ସେ ସୋସିଆଲ ମିଡ଼ିଆ ଓ ପବ୍ଲିକ ଲାଇଫରୁ ଢେର ଦୁରରେ ରହିଥାନ୍ତି।

Advertisement
MS Dhoni Accouncement Updates: ଲାଇଭ ଆସି ଝଟକା ଦେଲେ ଧୋନୀ, ସବୁ ଆକଳନକୁ ଭୁଲ କରିଦେଲେ
Stop
Prabhudatta Moharana|Updated: Sep 25, 2022, 03:30 PM IST

MS Dhoni Accouncement Updates: ନୂଆଦିଲ୍ଲୀ: ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଏକ ବଡ଼ ଘୋଷଣା କରିବାକୁ ନେଇ ଜଣାଇଥିଲେ। ଏହି ଘୋଷଣା ସେ ରବିବାର କରିବେ ବୋଲି ପୂର୍ବଦିନ ଅର୍ଥାନ ଶନିବାର ଜଣାଇଥିଲେ। ସୋସିଆଲ ମିଡିଆରେ ଧୋନିଙ୍କ ଏହି ପୋଷ୍ଟ ପରେ ତମାମ ଦେଶରେ ବିଭିନ୍ନ ପ୍ରକାର ପ୍ରସଙ୍ଗ ଉପରେ ଆଲୋଚନା ଜୋର ଧରିଥିଲେ। ଚର୍ଚ୍ଚାର ସବୁଠାରୁ ବଡ଼ ପ୍ରସଙ୍ଗ ଥିଲା ଯେ ସେ ଚେନ୍ନାଇ ସୁପର କିଙ୍ଗସରୁ ଅବସର ନେବେ ବୋଲି ରହିଥିଲା। କିନ୍ତୁ ଧୋନି ଲାଇଭ ଆସି ସମସ୍ତଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। 

ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ସାଧାରଣ ଜୀବନକୁ ବେଶ ଉପଭୋଗ କରିଥାନ୍ତି। ସାଧାରଣ ଭାବେ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ଏହା ସହିତ ସେ ସୋସିଆଲ ମିଡ଼ିଆ ଓ ପବ୍ଲିକ ଲାଇଫରୁ ଢେର ଦୁରରେ ରହିଥାନ୍ତି। ସାର୍ବଜନିନ ସ୍ଥାନରେ ତାଙ୍କୁ ଖୁବ କମ ଦେଖିବାକୁ ମିଳିଥାନ୍ତି। ଧୋନି ଶନିବାର କହିଥିଲେ ଯେ ସେ ସେପ୍ଟେମ୍ବର ୨୫ରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲାଇଭ ଆସିବାକୁ ଯାଉଛନ୍ତି, ଯେଉଁଠାରେ ସେ ପ୍ରଶଂସକଙ୍କ ସହ କିଛି ବଡ଼ ଖବର ସେୟାର କରିବେ।

ସେ ରବିବାର ଅପରାହ୍ନ ୨ଟାରେ ଲାଇଭ୍ ଆସିବେ ବୋଲି କହିଥିଲେ। ତେବେ ତାଙ୍କ ଫ୍ୟାନ ଫଲୋଇଂଙ୍କ ସଂଖ୍ୟାକୁ ଦେଖି ଆପଣ ଅନୁମାନ କରିପାରିବେ ଯେ ଧୋନୀ ଯେତେ ଲାଇଭ ଆସିଥିଲେ ସେତେବେଳେ ତାଙ୍କୁ ଲକ୍ଷାଧିକ ଲୋକ ଦେଖୁଥିଲେ। ଧୋନି ଭାରତରେ ବିସ୍କୁଟ କମ୍ପାନୀ ଓରିଆର ପ୍ରଥମ ଉନ୍ମୋଚନ ପାଇଁ ଆସିଥିଲେ। ଏହାପୂର୍ବରୁ ଧୋନି ଏବଂ ତାଙ୍କ ଝିଅ ଜୀଭା ମଧ୍ୟ ଏହି କମ୍ପାନୀ ପାଇଁ ବିଜ୍ଞାପନ କରିଛନ୍ତି। ଏମଏସ ଧୋନି ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଯଦିଓ ସେ ଫ୍ରାଞ୍ଚାଇଜ କ୍ରିକେଟ୍ ଖେଳୁଛନ୍ତି ଏବଂ ଆଇପିଏଲର ଅନ୍ୟତମ ସଫଳ ଦଳର ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଟନ୍ତି।

Read More
{}{}