Hindi News >>Home >>Odisha Sports

Michael Vaughan: 'ଅହଂକାରକୁ ସାଇଡ୍ କରି ଇଂଲଣ୍ଡଠୁ ଶିଖନ୍ତୁ', BCCIକୁ ଉପଦେଶ ଦେଲେ ଏହି ପୂର୍ବତନ ଅଧିନାୟକ

Michael Vaughan Advises BCCI: ଫାଇନାଲ ମ୍ୟାଚରେ ଇଂଲଣ୍ଡ ଦଳ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ୨୦୧୯ ମସିହାରେ ଇଂଲଣ୍ଡ ଦଳ ମଧ୍ୟ ଏକ ଦିବସୀୟ ବିଶ୍ୱକପ ଟାଇଟଲ ଜିତିଥିଲା ।​ ଏହାର ଅର୍ଥ ହେଉଛି ଇଂଲଣ୍ଡ ଦଳ ବର୍ତ୍ତମାନ ଉଭୟ ODI ଓ T20 କ୍ରିକେଟରେ ଚାମ୍ପିଅନ୍  ହୋଇଛି ।

Advertisement
Michael Vaughan: 'ଅହଂକାରକୁ ସାଇଡ୍ କରି ଇଂଲଣ୍ଡଠୁ ଶିଖନ୍ତୁ', BCCIକୁ ଉପଦେଶ ଦେଲେ ଏହି ପୂର୍ବତନ ଅଧିନାୟକ
Stop
Tamal Bakchi|Updated: Nov 15, 2022, 10:49 AM IST

Michael Vaughan Advises BCCI: ଜୋସେ ବଟଲର (Jose Butler) ଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦମଦାର୍ ପ୍ରଦର୍ଶନ କରି ଟି-20 ବିଶ୍ୱକପ ୨୦୨୨ ଟାଇଟଲ (ICC T20 World Cup 2022 Title) ଜିତିଛି । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (MCG) ରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଂଲଣ୍ଡ ଦଳ (England Team) ପାକିସ୍ତାନ (Pakistan Team) କୁ ୫ ୱିକେଟରେ ପରାସ୍ତ କରିଥିଲା । ୨୦୧୯ ମସିହାରେ ଇଂଲଣ୍ଡ ଦଳ ମଧ୍ୟ ଏକ ଦିବସୀୟ (ODI) ବିଶ୍ୱକପ ଟାଇଟଲ ଜିତିଥିଲା ।​ ଏହାର ଅର୍ଥ ହେଉଛି ଇଂଲଣ୍ଡ ଦଳ ବର୍ତ୍ତମାନ ଉଭୟ ODI ଓ T20 କ୍ରିକେଟରେ ଚାମ୍ପିଅନ୍ (T20 Champion) ହୋଇଛି । ଇଂଲଣ୍ଡ ହେଉଛି ଏକମାତ୍ର କ୍ରିକେଟ୍ ଦଳ, ଯାହା ପାଖରେ ଉଭୟ ଏକଦିବସୀୟ ଓ ଟି-20 ଟାଇଟଲ୍ ରହିଛି ।

ସେପଟେ ଟି-20 ଚାମ୍ପିଅନ ହେବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ୍ (Michael Vaughan) ନିଜ ଦଳକୁ ପ୍ରଶଂସା କରିଛନ୍ତି । ଏହା ସହିତ ମାଇକେଲ ଭାଓନ୍ ଏହି ବିଜୟ ବାହାନାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) କୁ ଖାସ୍ ପରାମର୍ଶ ଦେଇଛନ୍ତି । ଭାଓନ୍ କହିଛନ୍ତି ଯେ, ବିସିସିଆଇ ଅହଂକାର ଛାଡ଼ି ଇଂଲଣ୍ଡ ଠାରୁ ଶିଖିବା ଉଚିତ କି ଆଇସିସି ଟୁର୍ନାମେଣ୍ଟ (ICC Tournaments) କିପରି ଜିତାଯାଏ । ଟେଲିଗ୍ରାଫ୍ ପାଇଁ ନିଜ ସ୍ତମ୍ଭରେ ମାଇକେଲ୍ ଭାଓନ୍ ଲେଖିଛନ୍ତି ଯେ, "ଇଂଲଣ୍ଡ ବିଶ୍ୱକପ୍ ଏଥିପାଇଁ ଜିତିଛି କାରଣ ତା' ପାଖରେ ସବୁଠାରୁ ଭଲ ଦଳ ଅଛି, କିନ୍ତୁ ଆମେ ଅନେକ ଥର ଦେଖୁଛୁ ଯେ ସର୍ବଶ୍ରେଷ୍ଠ ଦଳ ଆଶା ଅନୁରୂପ ପ୍ରଦର୍ଶନ କରନ୍ତି ନାହିଁ । ଇଂଲଣ୍ଡ ୨୦୧୯ ବିଶ୍ୱକପର ଫାଇନାଲ୍ ଜିତିଥିଲା ଓ ଏଥର ମଧ୍ୟ ସେମାନେ ସମାନ କାର୍ଯ୍ୟ କରିଛି । ଇଂଲଣ୍ଡ ଦଳକୁ ଭାଗ୍ୟର ସାଥ୍ ମିଳିଛି ଓ ସେମାନେ ଏହାର ଯୋଗ୍ୟ ଅଧିକାରୀ ମଧ୍ୟ ।"

ମାଇକେଲ ଭାଓନ୍ ଆଗକୁ କହିଛନ୍ତି ଯେ, ଇଂଲଣ୍ଡ କେବେ ବି ଭୟଭୀତ ହୋଇନାହିଁ । ୨୦୧୯ ରେ ସେମାନେ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ହାରିଥିଲେ । ଏଠାରେ ସେମାନେ ଆୟର୍ଲାଣ୍ଡ ଠାରୁ ପରାସ୍ତ ହୋଇଥିଲେ । ଇଂଲଣ୍ଡର ଆଶା ଉଭୟ ସମୟରେ ଶେଷ ହୋଇପାରିଥାନ୍ତା । ସେମାନେ ଜାଣନ୍ତି କିପରି ଜିତି ହେବ, ଇଂରାଜୀ ଦଳ ପାଖରେ ଭଲ ଖେଳ ଖେଳାଳି ଅଛନ୍ତି । ଭାରତୀୟ ଦଳକୁ ଏକ ବାର୍ତ୍ତା ଦେଇ ଭାଓନ୍ କହିଛନ୍ତି ଯେ, ଇଂଲଣ୍ଡର ସୀମିତ ଓଭର ଖେଳାଳିଙ୍କ ଏହି ଦଳ ଅସାଧାରଣ ଅଟେ । ଇଂଲଣ୍ଡ ଦଳ ଏପରି ଏକ ମାନକ ସ୍ଥିର କରୁଛି ଯାହାକୁ ସମଗ୍ର ବିଶ୍ୱ ଅନୁସରଣ କରିବା ଉଚିତ୍ । ଇଂଲଣ୍ଡରେ କ୍ରିକେଟ୍ କିପରି ଚାଲିଛି ତାହା ସେମାନେ ଦେଖିବା ଉଚିତ୍ । ସେମାନେ କଣ କରୁଛନ୍ତି? ଯଦି ମୁଁ ଭାରତୀୟ କ୍ରିକେଟ୍ ଚଳାଉଥା’ନ୍ତି, ତେବେ ମୁଁ ମୋର ଗର୍ବ ଛାଡି ଇଂଲଣ୍ଡ ଠାରୁ ପ୍ରେରଣା ନେଇଥା’ନ୍ତି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ଶାମି-ଭୁବନେଶ୍ୱରଙ୍କ ସ୍ଥାନ ନେବେ ଏହି ୨ ଖତରନାକ୍ ଖେଳାଳି!

ଅଧିକ ପଢ଼ନ୍ତୁ:-T20 ବିଶ୍ୱକପ ୨୦୨୪ ପାଇଁ ଏହି ଖେଳାଳୀଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ

ଅଧିକ ପଢ଼ନ୍ତୁ:-ଜେଲରୁ ମୁକୁଳିବା ପରେ ରଙ୍ଗ ବଦଳାଇଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ନଳିନୀ ଓ ରବିଚନ୍ଦ୍ରନ

ଏହା ପ୍ରଥମ ଘଟଣା ନୁହେଁ ଯେ ମାଇକେଲ ଭାଓନ୍ ଭାରତୀୟ କ୍ରିକେଟ୍ ସମ୍ପର୍କରେ ଏପରି ବୟାନ ଦେଇଛନ୍ତି । ବିଶ୍ୱକପରୁ ଭାରତ ବାଦ୍ ପଡ଼ିବା ପରେ ଭାଓନ୍ ଟିମ୍ ଇଣ୍ଡିଆକୁ କ୍ରିକେଟ୍ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ଧଳା ବଲ୍ ଦଳ ଭାବରେ ସମ୍ବୋଧିତ କରିଥିଲେ ।

Read More
{}{}