Hindi News >>Home >>Odisha Sports

IND vs BAN: ୯ ୱିକେଟ ଖସିବା ପରେ ବି କେମିତି ଜିତିଲା ବାଂଲାଦେଶ? ମେହଦି ହସନ କଲେ ବଡ଼ ଖୁଲାସା

IND vs BAN: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଦିନିକିଆ ମ୍ୟାଚର ହିରୋ ବାଂଲାଦେଶର ଅଲରାଉଣ୍ଡର ମେହଦି ହସନ ମିରାଜ ଥିଲେ । ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚରେ ସେ ନିଜ ଦଳକୁ ୧ ୱିକେଟରେ ବିଜୟ ପ୍ରଦାନ କରିଛନ୍ତି । ଏହାସହ ବାଂଲାଦେଶ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । 

Advertisement
IND vs BAN: ୯ ୱିକେଟ ଖସିବା ପରେ ବି କେମିତି ଜିତିଲା ବାଂଲାଦେଶ? ମେହଦି ହସନ କଲେ ବଡ଼ ଖୁଲାସା
Stop
Tamal Bakchi|Updated: Dec 05, 2022, 10:51 AM IST

Mehedi Hasan Miraz On India vs Bangladesh 1st ODI: ଭାରତୀୟ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତରେ ଭାରତୀୟ ଦଳ (Indian Cricket Team) ବାଂଲାଦେଶ ବିପକ୍ଷରେ ପ୍ରଥମେ ୩ଟି ଦିନିକିଆ ମ୍ୟାଚର ସିରିଜ (IND vs BAN ODI Series) ଖେଳିବ । ଏହି ସିରିଜର ପ୍ରଥମ ମ୍ୟାଚ୍ (India  vs Bangladesh First ODI Match)  ଗତକାଲି (ରବିବାର) ଅର୍ଥାତ ଡିସେମ୍ୱର ୪ରେ ଖେଳାଯାଇଛି । ଏହି ରୋମାଞ୍ଚକର ମ୍ୟାଚରେ ବାଂଲାଦେଶ ଭାରତକୁ ୧ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚର ହିରୋ ବାଂଲାଦେଶର ଅଲରାଉଣ୍ଡର ମେହଦି ହସନ ମିରାଜ ଥିଲେ । ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚରେ ସେ ନିଜ ଦଳକୁ ୧ ୱିକେଟରେ ବିଜୟ ପ୍ରଦାନ କରିଛନ୍ତି । ଏହାସହ ବାଂଲାଦେଶ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) କୁ ଜିତିବା ପାଇଁ କେବଳ ଗୋଟିଏ ୱିକେଟର ଆବଶ୍ୟକତା ଥିଲା । କିନ୍ତୁ ଶେଷରେ ଭାରତୀୟ ବୋଲର ମାନେ ଏହି ଗୋଟିଏ ୱିକେଟ ନେଇପାରି ନଥିଲେ । 

ଏହି ମ୍ୟାଚରେ ହିରୋ ମେହଦି ହସନ (Mehedi Hasan Miraz) ଯୋଗୁଁ ବାଂଲାଦେଶ ଗୋଟିଏ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା । ମେହିଦ ହସନ ମିରାଜଙ୍କ ସାଥ୍ ୧୧ ନମ୍ୱରରେ ଖେଳିବାକୁ ଆସିଥିବା ମୁସ୍ତାଫିଜୁର ରହମାନ (Mustafizur Rahman) ଦେଇଥିଲେ । ମୁସ୍ତାଫିଜୁର ରହମାନଙ୍କ ବ୍ୟାଟିଂ ଏଭେରେଜ୍ ମାତ୍ର ୬.୩୦ ଥିଲା  । ଜିତିବା ପାଇଁ ବାଂଲାଦେଶକୁ ୫୧ ରନର ଆବଶ୍ୟକତା ଥିଲା । ସମସ୍ତେ ଅନୁଭବ କରିଥିଲେ ଯେ ବାଂଲାଦେଶ ମ୍ୟାଚ୍ ହାରିବ । ମ୍ୟାଚ୍ ଦେଖିବାକୁ ଆସିଥିବା ହଜାର ହଜରା ଦର୍ଶକ ଧୀରେ ଧୀରେ ଷ୍ଟାଡିୟମ ଛାଡିବାକୁ ଲାଗିଥିଲେ । କିନ୍ତୁ ମେହଦି ହସନ ଓ ରହମାନ ମିଶି ଢାକାରେ ଭାରତ ବିପକ୍ଷରେ ବାଂଲାଦେଶକୁ ଏକ ବଡ଼ ବିଜୟ ଦେଇଥିଲେ । 

ମ୍ୟାଚ୍ ପରେ ମେହଦି ହସନଙ୍କ ବୟାନ ସାମ୍ନାକୁ ଆସିଛି । ମେହଦି ହସନ ମିରାଜ (Mehedi Hasan Miraz) କହିଛନ୍ତି ଯେ, "ଆମେ ବିଶ୍ୱାସ କରିବା ବନ୍ଦ କରୁ ନଥିଲୁ । ବୋଧହୁଏ ଲୋକମାନେ ମୋତେ ପାଗଳ ବୋଲି କହିବେ, କିନ୍ତୁ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଆମେ ଜିତିପାରିବା । ମୁଁ କେବଳ ମ୍ୟାଚ୍ ଜିତିବା ଉପରେ ଧ୍ୟାନ ଦେଇଥିଲି । ମୁଁ ନିଜକୁ କହିଲି ଯେ ମୁଁ ଏହା କରିପାରିବି । ମୁଁ ଭାବିଲି କି ମୁଁ ମନଧ୍ୟାନ ସହ ୧୫ ରନ୍ କରିବି, ହାସନ୍ ମହମୁଦଙ୍କ ସହ ୨୦ ରନ୍ ଏବଂ ମୁସ୍ତାଫିଜ୍ ସହିତ ବାକି ୧୫-୨୦ ରନ୍ ସ୍କୋର କରିବି । କିନ୍ତୁ ଦୁଇଟି ୱିକେଟ୍ ଖସିବା ପରେ ଶେଷ ୱିକେଟ୍ ବାକି ରହିଯାଇଥିଲା । ଯାହା ଫଳରେ ଏହା କର ବା ମର ସ୍ଥିତି ଉତ୍ପନ୍ନ ହୋଇଥିଲା ।" ମେହଦି ହସନ (Mehedi Hasan Miraz) ମୁସ୍ତାଫିଜୁର ରହମାନ (Mustafizur Rahman) ଙ୍କ ସହ ହୋଇଥିବା ବାର୍ତ୍ତାଳାପରୁ ଖୁଲାସା କରିଛନ୍ତି, ଯିଏ କ୍ରିଜର ଅନ୍ୟ ପଟେ ଠିଆ ହୋଇଥିଲେ ଏବଂ ମୁସ୍ତାଫିଜୁର ମୋତେ କହିଥିଲେ ଯେ, "ତୁମେ ମୋ ବିଷୟରେ ଚିନ୍ତା କର ନାହିଁ । ମୁଁ ଶେଷ ଯାଏ ବଲକୁ ରୋକିବି । ମୁଁ ନିଜ ଦେହରେ ବଲ ନେବି, କିନ୍ତୁ ମୁଁ ଆଉଟ ହେବି ନାହିଁ ।" 

ଅଧିକ ପଢ଼ନ୍ତୁ:-ମ୍ୟାଚ ହାରିବା ପରେ ରୋହିତ ଶର୍ମା ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

ଅଧିକ ପଢ଼ନ୍ତୁ:-ଆଜି ଗୁଜୁରାଟରେ ଶେଷ ପର୍ଯ୍ୟାୟରେ ୯୩ଟି ଆସନ ପାଇଁ ମତଦାନ ଜାରି, ବାଜିରେ ଲାଗିଛି ସିଏମ୍ ସମେତ ୯ ମନ୍ତ୍ରୀଙ୍କ ଭାଗ୍ୟ

ଏହି ବାର୍ତ୍ତାଳାପ ସେତେବେଳେ ହୋଇଥିଲା ଯେତେବେଳେ ୪୧ ତମ ଓଭରରେ କୁଲଦୀପ ସେନ ବଲରେ ଦୁଇଟି ଛକା ମାରିଥିଲେ । ମେହଦି ହସନ (Mehedi Hasan Miraz) କହିଛନ୍ତି ଯେ, "ଯଦି ଆମେ ଚିନ୍ତା କରିଥାନ୍ତୁ କି ଆମେ ହାରି ଯିବୁ କିମ୍ୱା ବାକି ରନ୍ କରିପାରିବୁ ନାହିଁ, ତେବେ କାମ କରି ନ ଥା'ନ୍ତି । ଏହା ନିଶ୍ଚିତ ଭାବରେ ଏକ କର ବା ମର ପରିସ୍ଥିତି ଥିଲା । ହିଟ୍ କରିବାର ଚେଷ୍ଟା କରି ଆଉଟ ହେବାର କୌଣସି ଅସୁବିଧା ନଥିଲା । ଯେତେବେଳେ ଆମକୁ ୫୦ ରନ୍ ଦରକାର ଥିଲା, ମୁଁ ରିସ୍କ ନେଇଥିଲି ଓ ଏହା ଫଳ ଦେଇଥିଲା । ଯେତେବେଳେ ଆମେ ୧୪ କିମ୍ବା ୧୦ ରନ୍ ଆବଶ୍ୟକ କରୁଥିଲି ମୁଁ ଉତ୍ସାହିତ ଥିଲି । ଆମେ ଅନେକ ନିକଟତମ ମ୍ୟାଚ୍ ହାରିଛୁ, କିନ୍ତୁ ମୁସ୍ତାଫିଜୁର ମୋତେ ଉତ୍ସାହିତ କରି ଚାଲିଥିଲେ । ସେ ମୋତେ କହିଥିଲେ, 'ଶୀଘ୍ରତା ଦେଖାଅ ନାହିଁ, ଛକା ମାରିବାକୁ ଚେଷ୍ଟା କର ନାହିଁ । ତୁମେ ମୈଦାନରେ ବ୍ୟାଟିଂ କର, ଆମେ ରନ୍ ସ୍କୋର କରିବୁ । ମୋର ଗେମ୍ ପ୍ଲାନ୍ ବିଷୟରେ ମୁଁ ବହୁତ ସ୍ପଷ୍ଟ ଥିଲି । ମୁଁ ଜାଣିଥିଲି ମୁଁ କଣ କରିବାକୁ ଚାହୁଁଛି । ମୁଁ ଭାବୁଛି ଏହା ମଧ୍ୟ ସାହାଯ୍ୟ କରିଛି ।"

Read More
{}{}