Hindi News >>Home >>Odisha Sports

Asia Cup 2022 Final: ଶ୍ରୀଲଙ୍କାଠୁ କାହିଁକି ହାରିଲା ଭାରତକୁ ହରାଇଥିବା ପାକିସ୍ତାନ? ଜାଣନ୍ତୁ ଚାରୋଟି ମୁଖ୍ୟ କାରଣ

Asia Cup 2022 Final: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୭୦ ରନ୍ ସଂଗ୍ରହ କରି ପାକିସ୍ତାନକୁ ୧୭୧ ରନର ଟାର୍ଗେଟ ଦେଇଥିଲା। ଆଉ ୧୭୧ ରନକୁ ପିଛା କରୁଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୪୭ ରନ୍ ସ୍କୋର କରି ଅଲ ଆଉଟ୍ ହୋଇଥିଲା।

Advertisement
Asia Cup 2022 Final: ଶ୍ରୀଲଙ୍କାଠୁ କାହିଁକି ହାରିଲା ଭାରତକୁ ହରାଇଥିବା ପାକିସ୍ତାନ? ଜାଣନ୍ତୁ ଚାରୋଟି ମୁଖ୍ୟ କାରଣ
Stop
Zee Odisha Desk|Updated: Sep 12, 2022, 12:01 PM IST

Asia Cup 2022 Final: ଏସିଆ କପ୍ ୨୦୨୨ ଫାଇନାଲରେ ଶ୍ରୀଲଙ୍କାଠାରୁ ପାକିସ୍ତାନ ମାତ୍ର ୨୩ ରନରେ ପରାସ୍ତ ହୋଇଛି। ଏହି ବିଜୟ ସହ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୭୦ ରନ୍ ସଂଗ୍ରହ କରି ପାକିସ୍ତାନକୁ ୧୭୧ ରନର ଟାର୍ଗେଟ ଦେଇଥିଲା। ଆଉ ୧୭୧ ରନକୁ ପିଛା କରୁଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୪୭ ରନ୍ ସ୍କୋର କରି ଅଲ ଆଉଟ୍ ହୋଇଥିଲା। ତେବେ ଭାରତକୁ ପରାସ୍ତ କରିଥିବା ପାକିସ୍ତାନ କାହିଁକି ଶ୍ରୀଲଙ୍କା ଠାରୁ ହାରିଲା ଆସନ୍ତୁ ଜାଣିବା... 

ବାବର ଆଜମଙ୍କ ବିଫଳ ନେତୃତ୍ୱ

ଏସିଆ କପ୍ ଫାଇନାଲରେ ପାକିସ୍ତାନର ପରାଜୟର ସବୁଠାରୁ ବଡ କାରଣ ବିଫଳ ନେତୃତ୍ୱ ବୋଲି ବିବେଚନା କରାଯାଉଛି। ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ଦୂରଦୃଷ୍ଟି ଅଭାବରୁ ଟିମ ଶ୍ରୀଲଙ୍କା ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ବାସ୍ତବରେ, ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମ୍ୟାଚରେ ବାବର ତାଙ୍କ ବୋଲରମାନଙ୍କୁ ସଠିକ୍ ଭାବରେ ବ୍ୟବହାର କରିନଥିଲେ, ଯେଉଁଥିପାଇଁ ଦଳ ଟାଇଟଲ୍ ହରାଇଲା। ମାତ୍ର ୬୦ ରନରେ ଶ୍ରୀଲଙ୍କା ଅଧା ବ୍ୟାଟର ଆଉଟ ହୋଇଥିଲେ। କିନ୍ତୁ ଏହା ପରେ ବାବର ତାଙ୍କର ମୁଖ୍ୟ ବୋଲରମାନଙ୍କୁ ବୋଲିଂ କରିବାକୁ ସୁଯୋଗ ଦେଇନଥିଲେ। ବାବରଙ୍କ ଭୁଲ ନିଷ୍ପତ୍ତି ପାଇଁ ପାକିସ୍ତାନ ହାରିଥିବା ଅଭିଯୋଗରେ ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ମଧ୍ୟ ସମାଲୋଚନା କରିଥିଲେ।

Also Read: ଟି-20 ବିଶ୍ୱକପ ପୂର୍ବରୁ ବଦଳିଯିବ ଭାରତୀୟ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିବ ବଡ଼ ଦାୟିତ୍ୱ

 

ବାବର ଆଜମଙ୍କ ବ୍ୟାଟିଂ ଫ୍ଲପ୍

ଏସିଆ କପ୍ ୨୦୨୨ରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଭାରତ ବିପକ୍ଷରେ ଆରମ୍ଭ ବେଳକୁ ହିଁ ବାବରଙ୍କ ବ୍ୟାଟିଂ ଫ୍ଲପ୍ ରହିଛି। ବାସ୍ତବରେ, ବାବର ଆଜାମ ଏସିଆ କପ୍ ମୋଟ ୬ଟି ମ୍ୟାଚରେ ମାତ୍ର ୬୮ ରନ୍ ସ୍କୋର କରିଛନ୍ତି। ସମଗ୍ର ଏସିଆ କପରେ ସେ ହାରାହାରି ୧୧.୩୩ ରନ୍ କରିଛନ୍ତି। ଏଥି ସହିତ ଏସିଆ କପରେ ତାଙ୍କର ସର୍ବାଧିକ ସ୍କୋର ୩୦ ରନ୍ ଥିଲା। ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ ପରି ଫାଇନାଲରେ ମଧ୍ୟ ବାବରଙ୍କ ବ୍ୟାଟ୍ କାମ କରିପାରି ନଥିଲା। ୬ ବଲରେ ମାତ୍ର ୫ ରନ କରି ସେ ପ୍ରମୋଦ ମଡୁସାନଙ୍କ ବୋଲରେ କ୍ୟାଚ ଆଉଟ୍ ହୋଇଥିଲେ। ସେଥିପାଇଁ ପାକିସ୍ତାନ ହାତରୁ ଏସିଆ କପ୍ ଟାଇଟଲ ଯିବା ପଛରେ ବାବରଙ୍କ ଫ୍ଲପ୍ ବ୍ୟାଟିଂ ଏକ ପ୍ରମୁଖ କାରଣ ହୋଇପାରେ।

ମିଡିଲ ଅର୍ଡର ଫ୍ଲପ୍

ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ମଧ୍ୟମ କ୍ରମ ବା ମିଡିଲ ଅର୍ଡର ଏକ ପ୍ରକାରର ସମ୍ପୂର୍ଣ୍ଣ ଫ୍ଲପ୍ ବୋଲି ପ୍ରମାଣିତ ହୋଇଛି। ମିଡିଲ ଅର୍ଡରରେ ଇଫ୍ତିକର ଅହମ୍ମଦଙ୍କ ବ୍ୟତୀତ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ପିଚ୍‌ରେ ଦୁଇ ଅଙ୍କ ସ୍କୋର ପାରିଲେ ନାହିଁ। ଶ୍ରୀଲଙ୍କା ବିପକ୍ଷ ମଧ୍ୟମ ଅର୍ଡରର ଫ୍ଲପ୍ ସୋ ଯୋଗୁଁ ପାକିସ୍ତାନକୁ ଏହି ଟାଇଟଲ୍ ହରାଇବାକୁ ପଡିଲା। ଓପନର ରିଜୱାନ-୫୫, ବାବର-୫, ଫକର-୦, ଇଫ୍କିଖର-୩୨,  ନୱାଜ-୬, ଖୁସଦୀଲ-୨ ରନ କରିଥିଲେ। ଏହା ପରେ ଅସିଫ-୦, ଶାଦାବ-୮, ହାରିସ-୧୩ ଓ ମାସିମ-୪ ରନ କରି ଆଉଟ ହୋଇଥିଲେ। ମହମ୍ମଦ ହସନୈନ ୪ ବଲରେ ୮ ରନ କରି ଅପରାଜିତ ରହିଥିଲେ।

Also Read: Asia Cup 2022 Final: ଷଷ୍ଠ ଟାଇଟଲ ଜିତି ଶ୍ରୀଲଙ୍କା ମାଲାମାଲ, ପାକିସ୍ତାନ ଉପରେ ବି ହେଲା ଟଙ୍କା

ରିଜୱାନଙ୍କ ଧୀର ଇନିଂସ

୧୭୧ ଭଳି ଏକ ବଡ଼ ସ୍କୋରକୁ ପିଛା କରୁଥିବା ପାକିସ୍ତାନର ଓପନର ବହୁତ ଧୀର ଥିଲେ। ପାକିସ୍ତାନ ପକ୍ଷରୁ ପ୍ରଥମେ ବ୍ୟଟିଂ କରିବାକୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ ଓ ଅଧିନାୟକ ବାବର ଆଜମ ପିଚକୁ ଆସିଥିଲେ। ବାବାର ମାତ୍ର ୫ ରନ କରି ବିଦାୟ ନେଇଥିଲେ। ଏହା ପରେ ରିଜୱାନଙ୍କ ବ୍ୟାଟିଂ ଧୀର ହୋଇଯାଇଥିଲା। ତାଙ୍କର ଏହି ମନ୍ଥର ଇନିଂସ ଯୋଗୁଁ ପାକିସ୍ତାନକୁ ଏସିଆ କପ୍ ଫାଇନାଲରେ ହରାଇବାକୁ ପଡିଲା। ରିଜୱାନ ୪୯ ବଲରେ ୫୫ ରନ କରିଥିଲେ। ଯେଉଁଥିରେ ଗୋଟିଏ ଛକା ଓ ୪ଟି ଚୌକା ସାମିଲ ଅଛି।  

 

 

 

Read More
{}{}