Hindi News >>Home >>Odisha Sports

Jasprit Bumrah: BCCI କଲା ବଡ଼ ଘୋଷଣା, ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହେଲେ ଏହି ଖତରନାକ୍ ଖେଳାଳି

India vs Sri Lanka ODI Series: ସେପ୍ଟେମ୍ବର ୨୦୨୨ ଠାରୁ ଜସପ୍ରୀତ ବୁମ୍ରା କ୍ରିକେଟ୍ ମଇଦାନରୁ ଦୂରେଇ ରହିଥିଲେ ଓ ପିଠିରେ ଆଘାତ ଲାଗିଥିବାରୁ ଆଇସିସି ପୁରୁଷ ଟି-20 ବିଶ୍ୱକପରୁ ମଧ୍ୟ ବାଦ ପଡିଥିଲେ । ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ରିହ୍ୟାବିଲିଟେଶନ୍ ମଧ୍ୟ ଦେଇ ଗତି କରିଛନ୍ତି ଓ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ଦ୍ୱାରା ଫିଟ୍ ଘୋଷିତ ହୋଇଛି । ସେ ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆର ODI ଦଳରେ ଯୋଗଦେବେ ।

Advertisement
Jasprit Bumrah: BCCI କଲା ବଡ଼ ଘୋଷଣା, ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହେଲେ ଏହି ଖତରନାକ୍ ଖେଳାଳି
Stop
Tamal Bakchi|Updated: Jan 03, 2023, 05:16 PM IST

India vs Sri Lanka ODI Series: ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ୨୦୨୩ (OD World Cup 2023) ପୂର୍ବରୁ ଟିମ୍ ଇଣ୍ଡିଆ (Team India) କୁ ଏକ ବଡ଼ ଖୁସି ଖବର ମିଳିଛି । ମଙ୍ଗଳବାର ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଘୋଷଣା କରିଛି ଯେ, ଦୀର୍ଘ ଦିନ ଧରି ଦଳରୁ ଦୂରେଇ ରହିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଶ୍ରୀଲଙ୍କା ବିପକ୍ଷ ODI ସିରିଜ (India vs Sri Lanka ODI Series) ପାଇଁ ଦଳକୁ ଫେରିବେ । ଜାନୁଆରୀ ୧୦ରୁ ୧୫ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକ ODI ସିରିଜ୍ (IND vs SL) ଖେଳାଯିବ ।

ବିସିସିଆଇ (BCCI) ଆଧିକାରୀକ ବୟାନ ଅନୁଯାୟୀ, "ଅଲ-ଇଣ୍ଡିଆ ସିନିୟର ଚୟନ କମିଟି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଆଗାମୀ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଭାରତୀୟ ଦିନିକିଆ ଦଳରେ ସାମିଲ କରିଛି ।" ସେପ୍ଟେମ୍ବର ୨୦୨୨ ଠାରୁ ଜସପ୍ରୀତ ବୁମ୍ରା (Jasprit Bumrah) କ୍ରିକେଟ୍ ମଇଦାନରୁ ଦୂରେଇ ରହିଥିଲେ ଓ ପିଠିରେ ଆଘାତ ଲାଗିଥିବାରୁ ଆଇସିସି ପୁରୁଷ ଟି-20 ବିଶ୍ୱକପରୁ ମଧ୍ୟ ବାଦ ପଡିଥିଲେ । ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ରିହ୍ୟାବିଲିଟେଶନ୍ ମଧ୍ୟ ଦେଇ ଗତି କରିଛନ୍ତି ଓ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ଦ୍ୱାରା ଫିଟ୍ ଘୋଷିତ ହୋଇଛି । ସେ ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆର ODI ଦଳରେ ଯୋଗଦେବେ ।

ଅଧିକ ପଢ଼ନ୍ତୁ:-ଫିଫା ବିଶ୍ୱକପ ୨୦୨୨ର ପଦକକୁ ସୁରକ୍ଷା ପ୍ରଦାନ କରିବ ଏହି କୁକୁର, ଏହାର ମୂଲ୍ୟ ଜାଣି ହୋଇଯିବେ ଚକିତ!

ଅଧିକ ପଢ଼ନ୍ତୁ:-କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଫିଲ୍ଡର ଧରିଲେ ଏପରି ଅସମ୍ଭବ କ୍ୟାଚ୍, କେହି ସ୍ୱପ୍ନରେ ବି ଭାବି ନଥିବେ; ଦେଖନ୍ତୁ ଭିଡିଓ

ଭାରତ ବନାମ ଶ୍ରୀଲଙ୍କା ଟି20 ସିରିଜ୍ 

ପ୍ରଥମ ଟି-20 ମ୍ୟାଚ୍, ଜାନୁଆରୀ ୩, ସନ୍ଧ୍ୟା ୭ଟା, ମୁମ୍ବାଇ

ଦ୍ୱିତୀୟ ଟି-20 ମ୍ୟାଚ୍, ଜାନୁଆରୀ ୫, ସନ୍ଧ୍ୟା ୭ଟା, ପୁଣେ 

ତୃତୀୟ ଟି-20 ମ୍ୟାଚ୍, ଜାନୁଆରୀ ୭, ସନ୍ଧ୍ୟା ୭ଟା, ରାଜକୋଟ 

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।

Read More
{}{}