Hindi News >>Home >>Odisha Sports

World Cup 2023: ବିଶ୍ୱକପରେ ଏଣ୍ଟ୍ରି ମାରିଲା 'ଇସ୍ରାଏଲ୍-ହାମାସ୍' ଲଢ଼େଇ, ଗାଜାକୁ ନେଇ ଏହା କହିଲେ ରିଜୱାନ୍, କାର୍ଯ୍ୟାନୁଷ୍ଠାନ ନେବ ICC?

World Cup 2023: ଦିନିକିଆ ବିଶ୍ୱକପ୍ ୨୦୨୩ ମଧ୍ୟରେ 'ଇସ୍ରାଏଲ୍ ଏବଂ ହାମାସ୍' ମଧ୍ୟରେ ଚାଲିଥିବା ଲଢ଼େଇ ମଧ୍ୟ ଏଣ୍ଟ୍ରି ମାରିଛି । ଏହି ବିଶ୍ୱକପ ଭାରତରେ ଖେଳାଯାଉଛି । ଏହି ସମୟରେ ମଙ୍ଗଳବାର ଦିନ ଏକ ମହାନ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପାକିସ୍ତାନ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଛି ।  

Advertisement
Mohammad Rizwan on Gaza Strip
Stop
Jagdish Barik|Updated: Oct 11, 2023, 04:48 PM IST

Mohammad Rizwan On Gaza Strip: ଦିନିକିଆ ବିଶ୍ୱକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟ ମଝିରେ 'ଇସ୍ରାଏଲ୍ ଓ ହାମାସ୍' ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟ ଏଣ୍ଟ୍ରି ମାରିଛି । ବିଶ୍ୱକପ ୨୦୨୩ ଭାରତରେ ଖେଳାଯାଉଛି । ଏହି ସମୟରେ ମଙ୍ଗଳବାର ଏକ ମହାନ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପାକିସ୍ତାନ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପାକିସ୍ତାନୀ ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଓ ଅବଦୁଲ୍ଲା ଶାଫିକ୍ ଚମତ୍କାର ଶତକ ହାସଲ କରିଥିଲେ । ରିଜୱାନ୍ ୧୩୧ ରନର ଅପରାଜିତ ଇନିଂସ ଖେଳିଥିଲେ । ଯେତେବେଳେ କି ଶାଫିକ୍ ୧୧୩ ରନ୍ ର ଏକ ଚମତ୍କାର ଶତକ ଇନିଂସ ଖେଳିଥିଲେ ।

ଗାଜାର ଲୋକଙ୍କ ପାଇଁ ନିଜ ଶତକକୁ ଉତ୍ସର୍ଗୀକୃତ କଲେ ରିଜୱାନ୍ 
ଏହି ମ୍ୟାଚ୍ ପରେ ରିଜୱାନ୍ ବୁଧବାର ଦିନ (୧୧ ଅକ୍ଟୋବର) ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗାଜାକୁ ମନେ ପକାଇ ବିଶ୍ୱକପ ମଝିରେ 'ଇସ୍ରାଏଲ୍-ହାମାସ୍' ଲଢ଼େଇ ଆଣିଛନ୍ତି । ରିଜୱାନ୍ ଗାଜାର ଲୋକଙ୍କ ପାଇଁ ନିଜ ଶତକକୁ ଉତ୍ସର୍ଗ କରିଛନ୍ତି ।

X (ପୂର୍ବ ଟ୍ୱିଟର) ରେ ଏହି ପୋଷ୍ଟକୁ ସେୟାର କରି ରିଜୱାନ୍ ଲେଖିଛନ୍ତି, 'ଏହା (ଶତକ) ଗାଜାରେ ଆମର ଭାଇ ଓ ଭଉଣୀମାନଙ୍କ ପାଇଁ ଅଟେ । ଏହି ବିଜୟରେ ଯୋଗଦାନ କରି ବହୁତ ଖୁସି । ଏଥିପାଇଁ ଶ୍ରେୟ ସମଗ୍ର ଦଳ ଓ ବିଶେଷକରି ଅବଦୁଲ୍ଲା ଶାଫିକ୍ ଏବଂ ହାସନ ଅଲିଙ୍କ ନିକଟକୁ ଯାଉଛି ।

କହିରଖୁଛୁ ଯେ ଗତ ସପ୍ତାହରେ ହାମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୯୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହା ପରେ ଇସ୍ରାଏଲ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲା ।

ରିଜୱାନଙ୍କ ବିରୋଧରେ ପ୍ରଶଂସକମାନେ ଆଇସିସିରୁ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । କହିରଖିଛୁ ଯେ ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ମହେନ୍ଦ୍ର ସିଂ ଧୋନି ତାଙ୍କ ଭାରତୀୟ ସେନାକୁ ସମର୍ଥନ କରୁବାକୁ ଯାଇ ଏକ ସ୍ୱତନ୍ତ୍ର ଲୋଗୋ ଥିବା ଗ୍ଲୋଭସ୍ ପିନ୍ଧି ପଡ଼ିଆକୁ ଆସିଥିଲେ । ଧୋନି ନିଜ ପିନ୍ଧିଥିବା ଗ୍ଲୋଭସ୍ ଉପରେ ଭାରତୀୟ ସେନାର 'ବଳିଦାନ ବ୍ୟାଜ୍' ରହିଥିଲା । ତା’ପରେ ଆଇସିସି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋଗୋ ହଟାଇବାକୁ କହିଥିଲା । ବର୍ତ୍ତମାନ ପ୍ରଶଂସକମାନେ ଆଇସିସିକୁ ସମାନ କଥା ମନେ ପକାଇ ଦେଉଛନ୍ତି ଓ ରିଜୱାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

 

କହିରଖୁଛୁ ଯେ ପାକିସ୍ତାନ ଦଳ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ ଇତିହାସରେ ସବୁଠାରୁ ସ୍ମରଣୀୟ ବିଜୟ ପଞ୍ଜିକରଣ କରିଛି । ଏହାପୂର୍ବରୁ କୌଣସି ଦଳ ଏତେ ବଡ଼ ସ୍କୋର ହାସଲ କରି ଟୁର୍ଣ୍ଣାମେଣ୍ଟ ଜିତିବାରେ ସକ୍ଷମ ହୋଇନଥିଲେ । ଶ୍ରୀଲଙ୍କା ଦେଇଥିବା ୩୪୫ ରନର ଲକ୍ଷ୍ୟକୁ ପିଛାକରି ପକାଇ ପାକିସ୍ତାନ ଦଳ କେବଳ ୩୭ ରନରେ ନିଜର ଦୁଇଟି ୱିକେଟ୍ ହରାଇଥିଲା । ମହମ୍ମଦ ରିଜୱାନ ଓପନର୍ ଅବଦୁଲ୍ଲା ଶାଫିକଙ୍କ ଶତକ ବଳର ପାକିସ୍ତାନ ପାଇଁ ଥିବା ଅସମ୍ଭବ ଲକ୍ଷ୍ୟ ହାସଲ କରିବା ସହଜ ହୋଇଥିଲା ।

Read More
{}{}