Hindi News >>Home >>Odisha Sports

ଆୟର-ଇଶାନ ଉପରେ ବିସିସିଆଇ ନେବ ଆକ୍ସନ, ରଣଜୀ ଟ୍ରଫି ନ ଖେଳିବା ପାଇଁ ମିଳିବ ଦଣ୍ଡ

BCCI ଶ୍ରେୟାସ ଆୟର ଏବଂ ଇଶାନ କିଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ, କାରଣ ସେମାନେ ରଣଜୀ ଟ୍ରଫି ୨୦୨୪ ରେ ଅଂଶଗ୍ରହଣ କରିନଥିଲେ। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ଚୁକ୍ତିନାମା ସେମାନଙ୍କଠାରୁ ଛଡ଼ା ନିଆଯାଇପାରେ। ପଢ଼ନ୍ତୁ ପୂରା ରିପୋର୍ଟ।  

Advertisement
Ishan Kishan Shreyas Iyer
Stop
Jagdish Barik|Updated: Feb 23, 2024, 03:25 PM IST

BCCI ଦ୍ୱାରା ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas lyer) ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନଙ୍କ (Ishan Kishan) ବିରୋଧରେ ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରଣଜୀ ଟ୍ରଫି (Ranji Trophy) ଛାଡିଥିବାରୁ ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନଙ୍କୁ ଦଣ୍ଡିତ କରାଯାଇପାରେ। ଉଭୟଙ୍କୁ ବିସିସିଆଇର ସେଣ୍ଟ୍ରାଲ କଣ୍ଟାକ୍ଟରୁ (BCCI Central Contract) ବାହର କରାଯାଇପାରେ, କାରଣ ଏହି ଦୁଇ ଖେଳାଳି ପ୍ରଥମ ଶ୍ରେଣୀ କ୍ରିକେଟ୍ ଅପେକ୍ଷା ଆଇପିଏଲ୍ କୁ ଅଧିକ ପସନ୍ଦ କରିଥିବା ଅଭିଯୋଗ ହୋଇଛି।

ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଶ୍ରେୟସ୍ ଆୟର ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ୍ ବି ର ଅଂଶ ଥିଲେ। ଏଥିପାଇଁ ତାଙ୍କୁ ବାର୍ଷିକ ୩ କୋଟି ଟଙ୍କା ମିଳୁଥିବାବେଳେ, ଇଶାନ କିଶନଙ୍କୁ ସି ଗ୍ରେଡରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତାଙ୍କର ବାର୍ଷିକ ଆୟ ହେଉଛି ୧ କୋଟି ଟଙ୍କା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିସିସିଆଇ ଶୀଘ୍ର ବାର୍ଷିକ ଚୁକ୍ତି ଘୋଷଣା କରିବାକୁ ଯାଉଛି ଏବଂ ଘରୋଇ କ୍ରିକେଟ୍ ନ ଖେଳିବାରୁ ଉଭୟଙ୍କୁ ଦଣ୍ଡ ଦିଆଯାଇପାରେ। ଉଭୟଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦିଆଯାଇପାରେ।

ଏକ ସୂତ୍ର TOI କୁ କହିଛି "ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନକର୍ତ୍ତାମାନେ 2023-24 ସିଜିନ୍ ପାଇଁ କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ଖେଳାଳିଙ୍କ ତାଲିକା ପ୍ରାୟ ଚୂଡାନ୍ତ କରିସାରିଛନ୍ତି, ଯାହା ବିସିସିଆଇ ଖୁବ ଶୀଘ୍ର ଘୋଷଣା କରିବ। ଇଶାନ୍ କିଶାନ୍ ଏବଂ ଶ୍ରେୟସ୍ ଆୟରଙ୍କୁ ଏହି ତାଲିକାରୁ ବାହାର କରାଯିବାର ସମ୍ଭାବନା ରହିଛି। ବିସିସିଆଇର ନିର୍ଦ୍ଦେଶ ସତ୍ତ୍ୱେ ଉଭୟ ଘରୋଇ କ୍ରିକେଟ୍ ଖେଳୁ ନ ଥିବାରୁ ତାଲିକାରୁ ବାଦ ପଡିବାର ସମ୍ଭାବନା ରହିଛି। " ବିସିସିଆଇ ସଚିବ ଜୟ ଶାହା ମଧ୍ୟ ଏହା ବିଷୟକୁ ନେଇ ଏକ ଚେତାବନୀ ଦେଇସାରିଛନ୍ତି ଏବଂ ପରେ ରଣଜୀ ଟ୍ରଫି ନ ଖେଳିବାର ପରିଣାମ ଭୟଙ୍କର ହେବ ବୋଲି ଇମେଲ ମାଧ୍ୟମରେ ସମସ୍ତ ଖେଳାଳିଙ୍କୁ କୁହାଯାଇଛି।

ମାନସିକ ଥକାପଣ କାରଣରୁ ଦକ୍ଷିଣ ଆଫ୍ରିକା ଗସ୍ତ ମଝିରେ ଦଳ ଛାଡିବା ପରେ ଇଶାନ କିଶନ ବ୍ୟକ୍ତିଗତ କାରଣରୁ ବିରତି ନେଇଛନ୍ତି। ତେବେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ବରୋଦା ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଶେଷ ତିନୋଟି ଟେଷ୍ଟ ମ୍ୟାଚ୍ ପାଇଁ ଶ୍ରେୟସ୍ ଆୟରଙ୍କୁ ଦଳରେ ଚୟନ କରାଯାଇ ନାହିଁ। ଯଦିଓ ବିସିସିଆଇ ଶ୍ରେୟାସଙ୍କୁ ବାଦ ଦେବାର କାରଣ କହି ନାହିଁ, ଏହା ପରେ ମଧ୍ୟ ସେ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳି ନାହାଁନ୍ତି। ରଣଜୀ ନକ୍ଆଉଟ୍ ମ୍ୟାଚ୍ ପୂର୍ବରୁ ମଧ୍ୟ ଶ୍ରେୟସ୍ ପିଠି ଯନ୍ତ୍ରଣା ଦର୍ଶାଇ ଚୟନ ପାଇଁ ନିଜକୁ ଉପଲବ୍ଧ କରିନଥିଲେ।

Read More
{}{}