Hindi News >>Home >>Odisha Sports

'ସମସ୍ତଙ୍କ ପାଇଁ ଲାଗୁ କର, ନଚେତ୍ ...', BCCI ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟକୁ ନେଉ ଇରଫାନ୍ ପଠାନଙ୍କ ସାଂଘାତିକ ପ୍ରତିକ୍ରିୟା

Irfan Pathan On Central Contracts: ବିସିସିଆଇ ବୁଧବାର ଏହାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି, ଯେଉଁଥିରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବାବେଳେ ଶ୍ରେୟସ୍ ଆୟର (Shreyas Iyer) ଏବଂ ଇଶାନ୍ କିଶାନଙ୍କୁ (Ishan kishan) କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦିଆଯାଇଛି। ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ (Irfan Pathan) ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।  

Advertisement
Irfan Pathan On BCCI Central Contracts
Stop
Jagdish Barik|Updated: Feb 29, 2024, 03:21 PM IST

Irfan Pathan On BCCI Central Contracts: ବିସିସିଆଇ ବୁଧବାର ଦିନ ଏହାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି, ଯେଉଁଥିରେ ଅନେକ ଯୁବ ଖେଳାଳିଙ୍କ ଭାଗ୍ୟ ସୁଯୋଗ ମିଳିଥିବାବେଳେ ଶ୍ରେୟସ୍ ଆୟର (Shreyas Iyer) ଏବଂ ଇଶାନ୍ କିଶାନଙ୍କୁ (Ishan kishan) କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦିଆଯାଇଛି। ଇଶାନ-ଶ୍ରେୟସ୍ ଏହି ଚୁକ୍ତିରୁ ଦୂରେଇ ରହିବା ପରେ, ଅନେକ ଭାରତୀୟ ଭେଟେରାନ ମାନେ ସେମାନଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ସମ୍ପ୍ରତି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ (Irfan Pathan) X (ପୂର୍ବ ଟ୍ୱିଟର) ରେ ଏକ ପୋଷ୍ଟ ସେୟାର କରି ଶ୍ରେୟାସ-ଇଶାନଙ୍କୁ ସମର୍ଥନ କରିଛନ୍ତି। ବର୍ତ୍ତମାନ ତାଙ୍କ ପୋଷ୍ଟକୁ ନେଇ ଏକ ବିତର୍କ ଆରମ୍ଭ ହୋଇଛି ଯେ କିଛି ଖେଳାଳିଙ୍କ ପାଇଁ ବିସିସିଆଇର ଭିନ୍ନ ନିୟମ ରହିଛି କି?

ବାସ୍ତବରେ, ଇରଫାନ୍ ପଠାନ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରିଥିଲେ। ଇଶାନ-ଶ୍ରେୟାସଙ୍କୁ ସମର୍ଥନ କରିବା ସହିତ ଇରଫାନ ପଠାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ (Hardik pandya) ଚୁକ୍ତିରେ ରଖିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି, 'ଉଭୟ ଶ୍ରେୟସ ଓ ଇଶାନ ଜଣେ ଦକ୍ଷ କ୍ରିକେଟର। ଆଶାକରେ ସେମାନେ ଅଧିକ ଶକ୍ତିଶାଳୀ ହୋଇ ଫେରିବେ। ଯଦି ହାର୍ଦ୍ଦିକଙ୍କ ପରି ଖେଳାଳିମାନେ ରେଡ-ବଲ କ୍ରିକେଟ୍ ଖେଳିବାକୁ ଚାହାଁନ୍ତି ନାହିଁ, ତେବେ ସେ ଏବଂ ତାଙ୍କ ପରି ଅନ୍ୟ ଖେଳାଳିମାନେ ନେସନାଲ ଡ୍ୟୁଟିରେ ନଥିବାବେଳେ ହ୍ୱାଇଟ୍ ବଲ୍ ଘରୋଇ କ୍ରିକେଟ୍ ରେ ଅଂଶଗ୍ରହଣ କରିବା ଉଚିତ୍ ନୁହେଁ କି? ଯଦି ଏହା ସମସ୍ତଙ୍କ ପାଇଁ ଲାଗୁ ନହୁଏ, ତେବେ ଭାରତୀୟ କ୍ରିକେଟ୍ ଇଚ୍ଛାକୃତ ଫଳାଫଳ ହାସଲ କରିପାରିବ ନାହିଁ।'

ଆମେ ଯଦି ବିସିସିଆଇର ମାନଦଣ୍ଡ ବିଷୟରେ ଆଲୋଚନା କରୁ, ତେବେ ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ ଯେ ଯଦି କୌଣସି ଖେଳାଳି ୧ ଅକ୍ଟୋବରରୁ ୩ଟି ଟେଷ୍ଟ, ୮ଟି ODI କିମ୍ବା ୧୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି ଏବଂ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା ହେବା ପର୍ଯ୍ୟନ୍ତ, ତେବେ ସେହି ଖେଳାଳି ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରେ ଅନ୍ତର୍ଭୂକ୍ତ ହୋଇପାରିବେ। ଉଭୟ ଇଶାନ-ଆୟର ଏଥିରେ ତଥାପି ସ୍ଥାନ ପାଇ ନ ଥିବାବେଳେ, ହାର୍ଦ୍ଦିକଙ୍କୁ ଯିଏ ୨୦୨୩ ବିଶ୍ୱକପ ପରଠାରୁ କ୍ରିକେଟରୁ ଦୂରେଇ ରହିଛନ୍ତି ତାଙ୍କୁ ଏ ଗ୍ରେଡ ଦିଆଯାଇଛି।

ଆପଣଙ୍କୁ କହିବୁ ଯେ ଇଶାନ୍ କିଶାନ୍ ନିକଟରେ ଘରୋଇ ଟୁର୍ଣ୍ଣାମେଣ୍ଟ ଡି.ୱାଇ ପାଟିଲ୍ ଟି-୨୦ କପ୍ ରେ ଏକ ମ୍ୟାଚ୍ ଖେଳୁଥିବା ନଜର ଆସିଥିଲେ। ୨୦୨୩ ନଭେମ୍ବର ପରଠାରୁ ଇଶାନ କିଶନ ପ୍ରଥମ ଥର ପାଇଁ କ୍ରିକେଟ୍ ପଡ଼ିଆକୁ ଆସିଥିଲେ, କିନ୍ତୁ ସେ ସେହି ମ୍ୟାଚରେ ବ୍ୟାଟ୍ ସହ ଭଲ ରନ୍ ସ୍କୋର କରିବାରେ ବିଫଳ ହୋଇଥିବାବେଳେ, ଅନ୍ୟପଟେ ବିଶ୍ୱକପରେ ୫୦୦ ରନ୍ ସଂଗ୍ରହ କରିଥିବା ଶ୍ରେୟସ୍ ଆୟର ଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ରଣଜୀ ଟ୍ରଫିରେ ଏକ ମ୍ୟାଚ୍ ଖେଳିଥିଲେ। ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବା ପରେ ଆୟରଙ୍କୁ ଅବଶିଷ୍ଟ ମ୍ୟାଚ୍ ପାଇଁ ଡ୍ରପ୍ କରାଯାଇଥିଲା।

Read More
{}{}