Hindi News >>Home >>IPL 2023

Kohli vs Gambhir: 'ଅବ୍ ତୁ ମୁଝେ ଶିଖାଏଗା'; ପିଲାଙ୍କ ପରି ଲଢ଼ିଥିଲେ ବିରାଟ କୋହଲି ଓ ଗୌତମ ଗମ୍ଭୀର, ଜାଣନ୍ତୁ ପୂରା ଘଟଣା

Virat Kohli-Gautam Gambhir Fight: ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଲଢେଇର ପ୍ରକୃତ କାରଣ ସାମ୍ନାକୁ ଆସିଛି । ଏକାନା ଷ୍ଟାଡିୟମରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ଲଢେଇ ଏବେବି ସବୁଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: May 03, 2023, 01:17 PM IST

IPL 2023: Kohli vs Gambhir, ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ମଧ୍ୟରେ ନିକଟରେ ହୋଇଥିବା ମ୍ୟାଚରେ ବିରାଟ କୋହଲି (Virat Kohli) ଓ ନବୀନ-ଉଲ-ହକ (Naveen-ul-Haq) ମଧ୍ୟରେ ପ୍ରଥମେ ବିବାଦ ଦେଖାଦେଇଥିଲା । ଏହା ପରେ କୋହଲି ଓ ଗୌତମ ଗମ୍ଭୀରଙ୍କ (Gautam Gambhir) ମଧ୍ୟରେ ଝଗଡା ହୋଇଥିଲା । ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ବିବାଦ ଏବେ ବି ଚର୍ଚ୍ଚାରେ ରହିଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, କୋହଲିଙ୍କୁ ଆକ୍ରମଣାତ୍ମକ ଭାବ ଦେଖି ଗମ୍ଭୀର ତାଙ୍କ ଆଡକୁ ଯାଇ ଏକ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ କୋହଲି କହିଥିଲେ ଯେ 'ମୁଁ ତୁମକୁ କିଛି କହି ନାହିଁ' । ଏହା ପରେ ମାମଲା ଆଗକୁ ବଢିଯାଇଥିଲା । ତା’ପରେ ଅନ୍ୟ ଖେଳାଳିମାନେ ଏହି ମାମଲାକୁ ଶାନ୍ତ କରିଥିଲେ ।

ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ସମୟରେ କୋହଲି ଅତ୍ୟନ୍ତ ଆକ୍ରମଣାତ୍ମକ ସେଲିବ୍ରେସନ କରୁଥିଲେ । ଗୌତମ ଗମ୍ଭୀର ତାଙ୍କର ଏହି କାର୍ଯ୍ୟକୁ ପସନ୍ଦ କରିନଥିଲେ । ଏହା ପରେ ମ୍ୟାଚରେ କୋହଲିଙ୍କର ସ୍ଲେଜିଂକୁ ନେଇ ନବୀନ-ଉଲ-ହକ ଓ ଅମିତ ମିଶ୍ରଙ୍କ ସହ ବିବାଦ ଆରମ୍ଭ ହୋଇଥିଲା । ମ୍ୟାଚ୍ ଶେଷ ହେବା ପରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ମାମଲା ଆହୁରି ଅଧିକ ବଢିଯାଇଥିଲା । ଇନସାଇଡ୍ ସ୍ପୋର୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗମ୍ଭୀର କୋହଲିଙ୍କୁ ପଚାରିଥିଲେ, "କ୍ୟା ବୋଲ୍ ରହା ହେ ବୋଲ୍?" ବିରାଟ ଜବାବରେ କହିଥିଲେ, "ମେ ଆପକୁ କୁଛ ବୋଲା ହି ନେହିଁ, ଆପ କିୟୁ ଘୁସ ରହେ ହୋ?"

କୋହଲିଙ୍କ ଉତ୍ତର ପରେ ଗମ୍ଭୀର କ୍ରୋଧିତ ହୋଇ ପ୍ରତିକ୍ରିୟା ଦେଇ କହିଥିଲେ, "ତୁନେ ଅଗର ମେରେ ପ୍ଲେୟାର କୋ ବୋଲା ହେ, ମତଲବ ତୁନେ ମେରୀ ଫ୍ୟାମିଲି କୋ ଗାଲି ଦି ହେ" । ଏହାର ଜବାବରେ କୋହଲି କହିଥିଲେ, "ତୋ ଆପ ଅପନି ଫେମିଲି କୋ ସମ୍ଭାଲ କର ରଖିଏ ।" ଏହାପରେ ଗମ୍ଭୀର କହିଥିଲେ, "ତୋ ଅବ୍ ତୁ ମୁଝେ ଶିଖାଏଗା ।"

କୋହଲି ଓ ମେୟର୍ସଙ୍କ ମଧ୍ୟରେ ପ୍ରଥମେ ହୋଇଥିଲା ଯୁକ୍ତିତର୍କ
ବାଙ୍ଗାଲୋର ଏହି ମ୍ୟାଚକୁ ୧୮ ରନରେ ଜିତି ନେଇଥିଲା । ମ୍ୟାଚ୍ ପରେ ମେୟର୍ସ ଓ କୋହଲି ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଲକ୍ଷ୍ନୌର ଖେଳାଳି ମେୟର୍ସ କୋହଲିଙ୍କୁ ପଚାରିଥିଲେ ଯେ ସେ ସେ ଲଗାତାର ତାଙ୍କ ପାଇଁ ଖରାପ ଶବ୍ଦ କାହିଁକି ବ୍ୟବହାର କରୁଥିଲେ? କୋହଲି ଏହାର ଜବାବର ମେୟର୍ସଙ୍କୁ ପଚାରିଲେ ସେ କାହିଁକି ତାଙ୍କ ଆଡକୁ ଚାହିଁ ରହୁଥିଲେ?

କଥାବାର୍ତ୍ତା କରିବାକୁ ମନା କରିଥିଲେ ଗମ୍ଭୀର 
ଏହାପୂର୍ବରୁ ଅମିତ ମିଶ୍ର କୋହଲିଙ୍କ ବିଷୟରେ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ କୋହଲି ନବୀନ-ଉଲ-ହକଙ୍କୁ ନିରନ୍ତର ଖରାପ ଶବ୍ଦ କହୁଥିଲେ । ଏହି ସମୟରେ ଗମ୍ଭୀର ଭିତରକୁ ଆସି ମେୟରଙ୍କୁ ତାଙ୍କ ଆଡକୁ ଟାଣି ନେଇ କୋହଲିଙ୍କ ସହ କଥା ନହେବାକୁ କହିଥିଲେ । ଏହାପରେ ଗମ୍ଭୀର ଓ କୋହଲିଙ୍କ ଝଗଡା ହୋଇଥିଲା, ଯାହା ଆପଣ ଉପରେ ପଢିସାରିଛନ୍ତି ।  

କହିରଖୁଛୁ ଯେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୋହଲି ଓ ଗମ୍ଭୀରଙ୍କ ଏହି ମ୍ୟାଚର ୧୦୦% ମ୍ୟାଚ୍ ଫି କଟାଯାଇଛି । ଏହି କାରଣରୁ କୋହଲି ପ୍ରାୟ ୧.୦୭ କୋଟି ଟଙ୍କା କ୍ଷତି ସହିଛନ୍ତି । ଅନ୍ୟପକ୍ଷରେ ଗମ୍ଭୀର ମଧ୍ୟ ଲକ୍ଷାଧିକ ଟଙ୍କା କ୍ଷତି ସହିଛନ୍ତି । ନବୀନ-ଉଲ-ହକଙ୍କୁ ମ୍ୟାଚ ଫିସର ୫୦ ପ୍ରତିଶତ ଜରିମାନା କରାଯାଇଛି ।

ଏହା ବି ପଢ଼ନ୍ତୁ: IPL 2023: ପଡ଼ିଆରେ ଝଗଡା ପରେ ନବୀନ ଇନଷ୍ଟାରେ ଯାହା ଲେଖିଲେ, ଲଢେଇ ଆହୁରି ଲମ୍ବା ହେବ!

Read More
{}{}