Hindi News >>Home >>IPL 2023

VIDEO: କୋହଲିଙ୍କ ପିଠି ଥାପୁଡ଼ା, ସଚିନ ଠିଆ ହୋଇ ମାରିଲେ କରତାଳି; କିଛି ଏପରି ଥିଲା ସୁର୍ଯ୍ୟଙ୍କ ତୂଫାନୀ ଇନିଂସ

Suryakumar Yadav Batting vs RCB: ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏକ ବିସ୍ଫୋରକ ଇନିଂସ ଖେଳି ମୁମ୍ବାଇକୁ ଜିତିଇବାରେ ସଫଳ ହୋଇଥିଲେ । ସୂର୍ଯ୍ୟକୁମାର ଏହି ମ୍ୟାଚରେ ମାତ୍ର ୩୫ ବଲରେ ୮୩ ରନ୍ ସ୍କୋର କରିଥିଲେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: May 10, 2023, 03:32 PM IST

IPL 2023: Suryakumar Yadav: ବାଙ୍ଗାଲୋର (RCB) ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ମାତ୍ର ୩୫ ବଲରେ ୮୩ ରନ ସ୍କୋର ଖେଳିଥିଲେ, ଯେଉଁଥିରେ ସୁର୍ଯ୍ୟ ୪ ଚୌକା ଓ ୬ଟି ଛକା ମାରିଥିଲେ । ସୂର୍ଯ୍ୟକୁମାର ଯାଦବ ୨୩୭.୧୪ ଷ୍ଟ୍ରାଇକ୍ ରେଟରେ ବାଙ୍ଗାଲୋର ବୋଲିଂର ଧଜିଆ ଉଡାଇ ଦେଇଥିଲେ । କହିରଖୁଛୁ ଯେ ଏହି ମ୍ୟାଚ ସମୟରେ ମଧ୍ୟ ସୂର୍ଯ୍ୟକୁମାର ଆଇପିଏଲରେ ନିଜର ୩୦୦୦ ରନ୍ ପୂରଣ କରିଥିଲେ । ଯେତେବେଳେ ସୂର୍ଯ୍ୟକୁମାର ବ୍ୟକ୍ତିଗତ ୬୩ ରନ୍ କରିଥିଲେ, ସତେବେଳେ ସେ ତାଙ୍କ ଆଇପିଏଲ୍ (IPL) କ୍ୟାରିୟରରେ ୩୦୦୦ ରନ୍ ମଧ୍ୟ ପୂରଣ କରିଥିଲେ । ଏହା ତାଙ୍କ ଆଇପିଏଲ୍ କ୍ୟାରିୟରର ବିଂଶ ଅର୍ଦ୍ଧଶତକ ଥିଲା । ଏହା ବ୍ୟତୀତ ସୂର୍ଯ୍ୟ ନିଜ ଆଇପିଏଲ କ୍ୟାରିୟରରେ ୧୦୦ ଟି ଛକା ମାରିବାରେ ସଫଳ ହୋଇଛନ୍ତି ।

'ସୂର୍ଯ୍ୟଙ୍କ ବ୍ୟାଟିଂ ଆଗରେ ନତମସ୍ତକ ହେଲେ ବିରାଟ ଓ ସଚିନ୍'
ଏହି ମ୍ୟାଚରେ ସୂର୍ଯ୍ୟକୁମାରଙ୍କୁ ନିଜ ପୁରୁଣା ରଙ୍ଗରେ ଦେଖିବାକୁ ମିଳିଥିଲା, ସେ ଏପରି ଅନେକ ସଟ୍ ମାରିଥିଲେ ଯାହା ପାଇଁ ସେ ଜଣାଶୁଣା । ଏହି କାରଣରୁ SKY ବାହାରକୁ ଆସିବା ପରେ ବିରାଟ କୋହଲି (Virat Kohli) ତାଙ୍କ ନିକଟକୁ ଯାଇ ତାଙ୍କ ପିଠି ଥାପୁଡ଼ାଇବା ଆରମ୍ଭ କରିଥିବାବେଳେ 'ଗଡ ଅଫ୍ କ୍ରିକେଟ୍' ସଚିନ ତେନ୍ଦୁଲକର (Sachin Tendulkar)ମଧ୍ୟ ତାଙ୍କ କେହଲକୁ ସମ୍ମାନ ଜଣାଇବାକୁ ଯାଇ ଛିଡା ହୋଇ କରତାଳି ମାରିଥିଲେ । ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯେ ପ୍ରଶଂସକମାନେ ଦେଖି ଝୁମି ଉଠିଥିଲେ । ସୂର୍ଯ୍ୟଙ୍କ ଇନିଂସ ଆଧାରରେ ମୁମ୍ବାଇ ୧୭ ତମ ଓଭରରେ ଏହି ମ୍ୟାଚ ଜିତି ନେଇଥିଲା ।

ପଏଣ୍ଟ ଟେବୁଲରେ ତିନି ନମ୍ବରରେ ପହଞ୍ଚିଲା ମୁମ୍ବାଇ
କହିରଖୁଛୁ ଯେ ସୂର୍ଯ୍ୟ ଓ ନେହଲ ୱାଡେରା ମାତ୍ର ୬୩ ବଲରେ ତୃତୀୟ ୱିକେଟ୍ ପାଇଁ ୧୪୦ ରନ୍ ପାର୍ଟନରସିପ କରିଥିଲେ, ଯାହା ମ୍ୟାଚ୍କୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା, ଏହା ପରେ ମୁମ୍ବାଇ ୧୬.୩ ଓଭରରେ ୪ ୱିକେଟ୍ ହରାଇ ୨୦୦ ରନ୍ ସ୍କୋର କରି ଲକ୍ଷ୍ୟ ହାସଲ କରି ନେଇଥିଲା । ଏହି ବିଜୟ ସହିତ ମୁମ୍ବାଇ ବର୍ତ୍ତମାନ ପଏଣ୍ଟ ଟେବୁଲରେ ତିନି ନମ୍ବରରେ ପହଞ୍ଚିଛି ।

ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ରବି ଶାସ୍ତ୍ରୀ ଦେଲେ ବଡ ବୟାନ
ରବି ଶାସ୍ତ୍ରୀ କହିଛନ୍ତି ଯେ ଜଣେ କୋଚ୍ ଭାବରେ ସୂର୍ଯ୍ୟକୁମାର ଯାଦବଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଅଛି । ମଙ୍ଗଳବାର ଦିନ ମୁମ୍ବାଇର ୱାନ୍ଖଡେ ଷ୍ଟାଡିୟମରେ ସୁର୍ଯ୍ୟକୁମାରଙ୍କ ୩୫ ବଲ ୮୩ ରନର ପାରି ପରେ ଶାସ୍ତ୍ରୀ ଏହି ବୟାନ ଦେଇଛନ୍ତି । ଶାସ୍ତ୍ରୀ କହିଛନ୍ତି ଯେ ଆଧୁନିକ ଯୁଗରେ କୌଣସି କୋଚ୍ ଏପରି ନାହାଁନ୍ତି, ଯିଏ ସୂର୍ଯ୍ୟକୁମାର ଖେଳୁଥିବା ସଟ୍ଗୁଡ଼ିକୁ ଶିକ୍ଷା ଦେଇ ପାରିବେ ।

ଏହା ବି ପଢ଼ନ୍ତୁ: IPL 2023: ହିଟମ୍ୟାନ୍ ନୁହଁନ୍ତି 'ଫ୍ଲପମ୍ୟାନ୍' ହୋଇସାରିଛନ୍ତି ରୋହିତ ଶର୍ମା, ଏଥର ଆଇପିଏଲରେ କରିଛନ୍ତି ସବୁଠାରୁ ଖରାପ ପ୍ରଦର୍ଶନ

Read More
{}{}