Hindi News >>Home >>IPL 2023

RR vs GT: ପୂର୍ବ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେଲା ଗୁଜୁରାଟ; ଏକପାଖିଆ ହାରିଗଲା ରାଜସ୍ଥାନ

RR vs GT: ରାଜସ୍ତାନ ଦଳ ଏହି ମ୍ୟାଚରେ ମାତ୍ର ୧୧୮ ରନ୍ ସ୍କୋର କରିବାରେ ସଫଳ ହୋଇଥଲା । ଗୁଜୁରାଟ ଦଳ ୧୩.୫ ଓଭରରେ ୧ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା ଓ ପୂର୍ବ ପରାଜୟର ପ୍ରତିଶୋଧ ମଧ୍ୟ ନେଇଥିଲା ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: May 05, 2023, 10:53 PM IST

IPL 2023: RR vs GT, ଆଇପିଏଲର ୧୬ ତମ ସିଜନର ୪୮ ତମ ଲିଗ୍ ମ୍ୟାଚ୍ ସଂପୂର୍ଣ୍ଣ ଭାବେ ଏକପାଖିଆ ଥିଲା । ରାଜସ୍ଥାନ ରୟାଲ୍ସ ବିପକ୍ଷ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଗୁଜୁରାଟ ଟାଇଟାନ୍ସ  ଏହି ମ୍ୟାଚକୁ ୯ ୱିକେଟରେ ଜିତି ନେଇଛି । ଏହି ମ୍ୟାଚ୍‌ରେ ଗୁଜୁରାଟ ମାତ୍ର ୧୧୯ ରନ୍‌ର ଲକ୍ଷ୍ୟ ସହଜରେ ହାସଲ କରିନେଇଛି । ଶୁଭମନ ଗିଲ ଓ ରିଦ୍ଧିମାନ ସାହାଙ୍କ ଚମତ୍କାର ଓପନିଂ ଯୋଗୁଁ ଦଳ ୧୩.୫ ଓଭରରେ ୧ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଚଳିତ ସିଜନରେ ଏହା ଗୁଜୁରାଟର ସପ୍ତମ ବିଜୟ ।

ମ୍ୟାଚକୁ ଏକପାଖିଆ କରିଥିଲା ଶୁଭମନ ଗିଲ ଓ ରିଦ୍ଧିମାନ ସାହାଙ୍କ ଚମତ୍କାର ଓପନିଂ
୧୧୯ ରନ୍‌ର ଟାର୍ଗେଟକୁ ପିଛାକରି ଶୁଭମନ ଗିଲ ଓ ରିଦ୍ଧିମାନ ସାହା ଗୁଜୁରାଟ ଟାଇଟାନ୍ସ ପାଇଁ ଇନିଂସ ଆରମ୍ଭ କରିବାକୁ ପଡିଆକୁ ଓହ୍ଲାଇଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ୩ ଓଭରରେ ଟିକେ ସତର୍କତାର ସହ ବ୍ୟାଟିଂ କରି ଦଳକୁ ୧୬ ରନ୍ ସ୍କୋରରେ ପହଞ୍ଚିଥିଲେ । ଇନିଂସର ଚତୁର୍ଥ ଓଭରରେ ରନ୍ ହାର ବୃଦ୍ଧି ପାଇବାରେ ଲାଗିଲା । ପ୍ରଥମ ୬ ଓଭର ଶେଷ ହେବା ପରେ ଗୁଜୁରାଟର ସ୍କୋର ୪୯ ରନ ସ୍କୋର କରିଥିଲା ।

ସାହା ଓ ଗିଲ ଏହାପରେ ଦ୍ରୁତ ରନ୍ ସ୍କୋର କରିବାକୁ ଲାଗିଲେ, ଯାହା ଦ୍ୱାରା ଦଳ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରିପାରିଥିଲା । ଶୁଭମନ ଗିଲ ଆକାରରେ ଗୁଜୁରାଟ ଦଳ ୭୧ ସ୍କୋରରେ ପ୍ରଥମ ଝଟକା ପାଇଥିଲା । ୟୁଜଭେନ୍ଦ୍ର ଚହଲ ଶୁଭମନ ଗିଲଙ୍କୁ ବ୍ୟକ୍ତିଗତ ସ୍କୋରରେ ୩୬ରେ ଆଉଟ କରିଥିଲେ ।

କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଥିଲେ ବିସ୍ଫୋରକ ଇନିଂସ 
ଶୁଭମନ ଗିଲ ପାଭିଲିୟନକୁ ଫେରିବା ପରେ ଗୁଜୁରାଟ ଟାଇଟାନ୍ସ ତରଫରୁରୁ ୩ ନମ୍ବର ବ୍ୟାଟିଂ କରିବାକୁ ଆସି କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବ୍ୟାଟିଂ କରିଥିଲେ । ସେ ପଡ଼ିଆକୁ ଆସିବା ମାତ୍ରେ ନିଜ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ । ହାର୍ଦ୍ଦିକ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ ଓ ମ୍ୟାଚରେ ଗୁଜୁରାଟର ବିଜୟକୁ ସମ୍ପୂର୍ଣ୍ଣ ରୂପେ ସୁନିଶ୍ଚିତ କରିଥିଲେ । ଏହି ମ୍ୟାଚରେ ହାର୍ଦ୍ଦିକ ମାତ୍ର ୧୫ ଟି ବଲରେ ୩୯ ରନ୍ ସଂଗ୍ରହ କରିଥିଲେ।  ଏହି ମ୍ୟାଚରେ ରିଦ୍ଧିମାନ ସାହା ୪୧ ରନର ଅପରାଜିତ ଇନିଂସ ଖେଳିଥିଲେ । ୧ ୱିକେଟ୍ ହରାଇ ୧୩.୫ ଓଭରରେ ଗୁଜୁରାଟ ୧୧୯ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ରାଜସ୍ଥାନ ପାଇଁ ବୋଲିଂରେ ୟୁଜବେନ୍ଦ୍ର ଚହଲ ମାତ୍ର ଗୋଟିଏ ୱିକେଟ୍ ପାଇଥିଲେ ।

ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଇନିଂସ ବିଷୟରେ କହିବାକୁ ଗଲେ ଦଳ ପକ୍ଷରୁ ବହୁତ ଖରାପ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନର ମାତ୍ର ୪ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଅତିକ୍ରମ କରିପାରିନଥିଲେ । ରାଜସ୍ଥାନ ପାଇଁ କ୍ୟାପଟେନ ସଞ୍ଜୁ ସାମସନ୍ ସର୍ବାଧିକ ୩୦ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ଟ୍ରେଣ୍ଟ ବୋଲ୍ଟ ୧୫ ଏବଂ ଯଶସ୍ୱୀ ଜୌସୱାଲ ୧୪ ରନ ସ୍କୋର କରିଥିଲେ । ଗୁଜୁରାଟ ତରଫରୁ ବୋଲିଂକରି ରସିଦ ଖାନ ୩ ୱିକେଟ୍ ନେଇଥିବା ବେଳେ ନୁର ଅହମ୍ମଦ ୨ଟି ୱିକେଟ୍ ନେଇଥିଲେ । ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜୋଶୁଆ ଲିଟିଲ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Read More
{}{}