Hindi News >>Home >>IPL 2023

MS ଧୋନିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଅରିଜିତ ସିଂ, ଦେଖନ୍ତୁ ଏହି ଭିଡିଓ

Arijit Singh touched Dhoni's feet: IPL 2023 ର ଯେତେବେଳେ ଗ୍ରାଣ୍ଡ୍ ଉଦଘାଟନୀ ସମାରୋହ ଶେଷ ହେବାକୁ ଯାଉଥିଲା, ସେତବେଳେ  ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଏକ ହୃଦୟ ଛୁଆଁ ଦୃଶ୍ୟ ଦେଖିବାକୁ ମିଳିଥିଲା ​​। ଏହା ହେଉଛି ଅରିଜିତ ସିଂ ନିଜେ ମଞ୍ଚରେ କ୍ୟାପଟେନ କୁଲ୍ ଏମଏସ ଧୋନିଙ୍କ ପାଦ ଛୁଇଁ ଜୁହାର ହୋଇଥିଲେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Apr 01, 2023, 02:50 PM IST

Cricket News In Odia: IPL 2023: ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଲିଗ୍ IPL 2023 ଆରମ୍ଭ ହୋଇ ସାରିଛି । ୩୧ ମାର୍ଚ୍ଚରେ ଏହାର ଉଦଘାଟନୀ ସମାରୋହ (IPL 2023 Opening Ceremony) ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନା (Rashmika Mandanna), ତମନ୍ନା ଭାଟିଆ (Tamannaah Bhatia) ଓ ଗାୟକ ଅରିଜିତ ସିଂ (Arijit Singh) ଏକ ଧମାକାଦାର ପରଫରମାନ୍ସ କରିଥିଲେ । ଯେତେବେଳେ ଗ୍ରାଣ୍ଡ୍ ଉଦଘାଟନୀ ସମାରୋହ ବନ୍ଦ ହେବାକୁ ଯାଉଥିଲା, ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଏକ ହୃଦୟ ଛୁଆଁ ଦୃଶ୍ୟ ଦେଖିବାକୁ ମିଳିଥିଲା ​​। କାରଣ ଅରିଜିତ ସିଂ ନିଜେ ମଞ୍ଚ ଉପରେ କ୍ୟାପଟେନ କୁଲ୍ ଏମଏସ ଧୋନିଙ୍କ (MS Dhoni) ପାଦ ଛୁଇଁଥିଲେ ।

ବାସ୍ତବରେ, ଅରିଜିତ ସିଂଙ୍କ ପରେ ଯେତେବେଳେ ଅଭିନେତ୍ରୀ ରଶ୍ମିକା ମନ୍ଦନା, ତମନ୍ନା ଭାଟିଆଙ୍କ ପରଫରମାନ୍ସ ସଂପୂର୍ଣ୍ଣ ହେଲା, ସେତେବେଳେ ଏମଏସ ଧୋନି (MS Dhoni) ମଞ୍ଚରେ ପହଞ୍ଚିବା ମାତ୍ରେ ପ୍ରସିଦ୍ଧ ଗାୟକ ଅରିଜିତ ସିଂ ମାହିଙ୍କ ପାଦ ଛୁଇଁ ଜୁହାର ହୋଇଥିଲେ । ଏହି ମୁହୂର୍ତ୍ତର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଛାଇଯାଇଥିଲେ ଅରିଜିତ ସିଂ
ସୋସିଆଲ ମିଡିଆରେ ଅରିଜିତ ସିଂଙ୍କ MS ଧୋନିଙ୍କୁ ପାଦ ଛୁଇଁଥିବା ଭିଡିଓକୁ ୟୁଜର୍ସ ମାନେ ବହୁତ ପସନ୍ଦ କରୁଛନ୍ତି । ଅନେକ ଲୋକ ଏହାକୁ ଭାରତୀୟ ସଂସ୍କୃତି ସହିତ ଜଡିତ ଥିବା ମଧ୍ୟ ଦେଖୁଛନ୍ତି । ଏହି ଘଟଣା ପରେ ସୋସିଆଲ ମିଡିଆରେ ଗାୟକ ଅରିଜିତ ସିଂଙ୍କୁ ବହୁତ ପ୍ରଶଂସା କରାଯାଉଥିବାବେଳେ, ଧୋନି ନିଜେ ଅରିଜିତ ସିଂଙ୍କୁ ଆଲିଙ୍ଗନ କରୁଥିବା ନଜର ଆସୁଛନ୍ତି ।

ଗୁଜରାଟ ଜିତିଥିଲା ପ୍ରଥମ ମ୍ୟାଚ୍ 
ଗ୍ରାଣ୍ଡ୍ ଉଦଘାଟନୀ ସମାରୋହ ପରେ ଗୁଜୁରାଟ ଟାଇମ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏହି ସିଜିନର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ CSK କୁ ୫ ୱିକେଟ୍ ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା ​। ପ୍ରଥମେ ବ୍ୟାଟିଂ କରି ସିଏସକେ ନିର୍ଦ୍ଧାରିତ ୨୦ ଓଭରରେ ୧୭୯ ରନ୍ ସଂଗ୍ରହ କରିଥିଲା, ଏହାର ଜବାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ କରୁଥିବା ଗୁଜୁରାଟ ଟିମ୍ ୧୯.୨ ଓଭରରେ ୧୮୨ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା ।

ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ (Gujarat Titans Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟସ୍ ଜିତି ଚେନ୍ନାଇ (Chennai Super Kings) କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । CSK ର ଏହି ଇନିଂସରେ ଋତୁରାଜ ଗାଇକୱାଡ (Rituraj Gaikwad) ୫୦ ବଲରେ ସର୍ବାଧିକ ୯୨ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଗୁଜୁରାଟ ଟାଇଟାନ୍ସ ୧୯.୨ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି । ଗୁଜୁରାଟ ଟାଇଟାନ୍ସ ପାଇଁ ଓପନର୍ ଶୁଭମାନ ଗିଲ (Shubman Gill) ୩୬ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ ।

ଏହା ବି ପଢ଼ନ୍ତୁ: IPL 2023: ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ CSK ର ପରାଜୟର ୫ଟି ବଡ଼ କାରଣ, ଜାଣନ୍ତୁ...

Read More
{}{}