Hindi News >>Home >>IPL 2023

IPL 2023: ଟିମ୍ ଇଣ୍ଡିଆ ପରେ ଆଇପିଏଲରୁ ମଧ୍ୟ ଏହି ଖେଳାଳିଙ୍କୁ କରାଯିବ ବାହାର! ନିଜକୁ ଗୋଡ଼ରେ ମାରିଲେ କୁରାଢ଼ୀ

IPL 2023:  ଆଇପିଏଲ୍ ୨୦୨୩ ପାଇଁ ସନରାଇଜର୍ସ ହାଇଦ୍ରାବାଦ ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କ ଉପରେ ସବୁଠାରୁ ବଡ ବିଡ୍ ଲଗାଇଥିଲା ​। ୮.୨୫ କୋଟି ଖର୍ଚ୍ଚ କରିବା ପରେ ତାଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା ।​ ଗତ ସିଜନରେ ମୟଙ୍କ ଅଗ୍ରୱାଲ (Mayank Agarwal) ପଞ୍ଜାବ କିଙ୍ଗ୍ସର ଏକ ଅଂଶ ଥିଲେ । କିନ୍ତୁ ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଦଳରୁ ବାହାରିବା ବାଟ ଦେଖାଯାଇଥିଲା ।  ଏପରିକି ସନରାଇଜର୍ସ ହାଇଦ୍ରାବାଦ ପାଇଁ ସେ ଏପର୍ଯ୍ୟନ୍ତ କିଛି ବିଶେଷ କରିପାରି ନାହାଁନ୍ତି ।

Advertisement
IPL 2023: ଟିମ୍ ଇଣ୍ଡିଆ ପରେ ଆଇପିଏଲରୁ ମଧ୍ୟ ଏହି ଖେଳାଳିଙ୍କୁ କରାଯିବ ବାହାର! ନିଜକୁ ଗୋଡ଼ରେ ମାରିଲେ କୁରାଢ଼ୀ
Stop
Zee Odisha Desk|Updated: Apr 08, 2023, 02:31 PM IST

Lucknow Super Giants VS Sunrisers Hyderabad, IPL 2023:  ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୩ (IPL 2023) ର ଦଶମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା (LSG Vs SRH Match) । ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) କୁ ୫ ୱିକେଟରେ ପରାସ୍ତ କରିଛି । ଆଇପିଏଲର ଚଳିତ ସିଜନରେ (IPL Season 16) ରେ ଏହା ସନରାଇଜର୍ସ ହାଇଦ୍ରାବାଦର କ୍ରମାଗତ ଦ୍ୱିତୀୟ ପରାଜୟ ଥିଲା । ଏହି ମ୍ୟାଚ୍‌ (LSG Vs SRH Match) ରେ ଦଳର ଜଣେ ଖେଳାଳି ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ । ଖରାପ ପ୍ରଦର୍ଶନ ଯୋଗୁଁ ଏହି ଖେଳାଳି ଦୀର୍ଘ ବର୍ଷ ଧରି ଟିମ୍ ଇଣ୍ଡିଆ (Team India) ରୁ ବାହାର ଅଛନ୍ତି । ସେପଟେ ବର୍ତ୍ତମାନ ଏହି ଖେଳାଳିଙ୍କ ଆଇପିଏଲ୍ (IPL) କ୍ୟାରିୟର ମଧ୍ୟ ବିପଦରେ ଅଛି ।

ଆଇପିଏଲର ଚଳିତ ସିଜନ (IPL Season 16) ର ପ୍ରଥମ ଦୁଇଟି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ (Sunrisers Hyderabad) ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କୁ ଓପନର୍ ଭାବରେ ଦଳରେ ସାମିଲ କରିଛି । ମୟଙ୍କ ଅଗ୍ରୱାଲ (Mayank Agarwal) ଅନେକ ଥର ଟିମ୍ ଇଣ୍ଡିଆ ପାଇଁ ଇନିଂସ ଆରମ୍ଭ କରିଛନ୍ତି । କିନ୍ତୁ ମୟଙ୍କ ଅଗ୍ରୱାଲ (Mayank Agarwal) ଏହି ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି । ମୟଙ୍କ ଅଗ୍ରୱାଲ (Mayank Agarwal) ଲଗାତାର ଦ୍ୱିତୀୟ ମ୍ୟାଚରେ ଫ୍ଲପ ହୋଇଛନ୍ତି । ରାଜସ୍ଥାନ ବିପକ୍ଷରେ ହାଇଦ୍ରାବାଦ ସିଜିନର ପ୍ରଥମ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚରେ ମୟଙ୍କ ଅଗ୍ରୱାଲ (Mayank Agarwal) ୨୩ଟି ବଲରେ ୨୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲା । ଏଥି ସହିତ ମୟଙ୍କ ଅଗ୍ରୱାଲ (Mayank Agarwal) ଲକ୍ଷ୍ନୌ ବିପକ୍ଷରେ ୭ ବଲରେ ମାତ୍ର ୮ ରନ୍ ସ୍କୋର କରିପାରିଥିଲେ । ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କର ଖରାପ ପ୍ରଦର୍ଶନ ତାଙ୍କୁ ଆଗାମୀ ମ୍ୟାଚରେ ଦଳରୁ ବାହାର କରିପାରେ ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ନିକଟ ଅତୀତରେ ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିଥିଲା । ଏହି ତାଲିକାରେ ସ୍ଥାନ ପାଇବାରେ ମୟଙ୍କ ଅଗ୍ରୱାଲ (Mayank Agarwal) ସଫଳ ହୋଇନଥିଲେ । ଗତ ବର୍ଷ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷରେ ମୟଙ୍କ ଅଗ୍ରୱାଲ (Mayank Agarwal) ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲେ, ସେହି ଦିନଠାରୁ ଚୟନକର୍ତ୍ତାମାନେ ତାଙ୍କୁ ବାହାର ବାଟ ଦେଖାଇଥିଲେ । ମୟଙ୍କ ଅଗ୍ରୱାଲ (Mayank Agarwal) ଭାରତୀୟ ଦଳରୁ ବାହାରିବା ମାତ୍ରେ ତାଙ୍କ କ୍ୟାରିଅର ଉପରେ ସଙ୍କଟ ଦେଖାଦେଇଛି ।

ଅଧିକ ପଢ଼ନ୍ତୁ-ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...

ଅଧିକ ପଢ଼ନ୍ତୁ-IPL ମଝିରେ ଭାରତୀୟ କ୍ରିକେଟ୍ ପାଇଁ ଦୁଃଖଦ ଖବର, ଏହି ଖେଳାଳିଙ୍କ ନିଧନ; ଶୋକରେ ବୁଡ଼ିଲା କ୍ରୀଡା ଜଗତ

ଅଧିକ ପଢ଼ନ୍ତୁ-ପେନସନଭୋଗୀଙ୍କ ପାଇଁ ବଡ଼ ଖବର; ସରକାର ବଢ଼ାଇଲେ ପେନସନ ରାଶି! ବର୍ତ୍ତମାନ ଏହି ଲୋକମାନେ ପାଇବେ ଅଧିକ ଟଙ୍କା

ସୂଚନାଯୋଗ୍ୟ,  ମୟଙ୍କ ଅଗ୍ରୱାଲ (Mayank Agarwal) ଏପର୍ଯ୍ୟନ୍ତ ଭାରତ ପାଇଁ ମୋଟ ୨୧ଟି ଟେଷ୍ଟ ଓ ୫ଟି ODI ଖେଳିଛନ୍ତି । ଏହି ଟେଷ୍ଟ ମ୍ୟାଚଗୁଡିକରେ  ମୟଙ୍କ ଅଗ୍ରୱାଲ (Mayank Agarwal) ୪୧.୩୩ ଏଭେରେଜରେ ୧୪୮୮ ରନ୍ କରିଛନ୍ତି ।  ମୟଙ୍କ ଅଗ୍ରୱାଲ (Mayank Agarwal) ଏପର୍ଯ୍ୟନ୍ତ ୫ଟି ଅର୍ଦ୍ଧଶତକ ଓ ୪ଟି ଶତକ ଲଗାଇ ସାରିଛନ୍ତି । ଏଥି ସହିତ  ମୟଙ୍କ ଅଗ୍ରୱାଲ (Mayank Agarwal) ଦିନିକିଆରେ ୧୭.୨ ଏଭେରେଜରେ ମାତ୍ର ୮୬ ରନ୍ କରିଛନ୍ତି । 

Read More
{}{}