Hindi News >>Home >>IPL 2023

Arjun Tendulkar: ଉମ୍ରାନ୍ ମଲିକଙ୍କ ଅପେକ୍ଷା ଅଧିକ ବିପଜ୍ଜନକ ଅର୍ଜୁନ ତେନ୍ଦୁଲକର, ଜାଣନ୍ତୁ କାହିଁକି?

Arjun Tendulkar: ଅର୍ଜୁନ ତେନ୍ଦୁଲକର ବର୍ତ୍ତମାନ ସୁଦ୍ଧା କେବଳ ୨ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି, କିନ୍ତୁ ସେ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହାର କାରଣ ହେଉଛି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ତାଙ୍କର ପ୍ରଦର୍ଶନ । ବର୍ତ୍ତମାନ କ୍ରିକେଟ ଏକ୍ସପର୍ଟ ମାନେ ଅର୍ଜୁନ ତେନ୍ଦୁଲକରକୁ ନେଇ ବଡ ଦାବି କରୁଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Apr 19, 2023, 07:25 PM IST

IPL 2023: ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ସନରାଇଜର୍ସ ହାଇଦ୍ରାବାଦକୁ (Sunrisers Hyderabad) ଯେତେବେଳେ ୧୪ ରନରେ ପରାସ୍ତ କଲା, ସେବେଠାରୁ ଗୋଟିଏ ନାମ ନିଆଁ ପରି ବ୍ୟାପିଗଲା । ଏହି ନାମ ହେଉଛି ଅର୍ଜୁନ ତେନ୍ଦୁଲକର । ଅର୍ଜୁନ ତେନ୍ଦୁଲକର (Arjun Tendulkar) ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି, କାରଣ ତାଙ୍କ କ୍ୟାରିୟରର ଦ୍ୱିତୀୟ ଆଇପିଏଲ୍ (IPL) ମ୍ୟାଚ୍‌ରେ ତାଙ୍କୁ ମ୍ୟାଚ୍‌ର ଶେଷ ଓଭର ବୋଲିଂ କରିବାର ଦାୟିତ୍ୱ ଦିଆଯାଇଥିଲା, ଯେଉଁଠାରେ ସେ ନିଜ ଦଳକୁ ଜିତାଇବାରେ ସୁଯୋଗ ପାଇଥିଲେ, କିନ୍ତୁ ଅର୍ଜୁନ ଏହା କରି ସମସ୍ତଙ୍କୁ ଚକିତ କରାଇ ଦେଇଥିଲେ । ଅର୍ଜୁନ ତେନ୍ଦୁଲକର ଶେଷ ଓଭରରେ ମାତ୍ର ୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ ଓ ମୁମ୍ବାଇକୁ ବିଜୟୀ କରାଇ ଥିଲେ । ବିଶ୍ୱର ବଡ ବଡ କ୍ରିକେଟର ତଥା କ୍ରିକେଟ ବିଶେଷଜ୍ଞ ମାନେ ଅର୍ଜୁନ ତେନ୍ଦୁଲକରଙ୍କ ବୋଲିଂକୁ ପ୍ରଶଂସା କରିଛନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କୁ ନେଇ ପ୍ରଶ୍ନ କରୁଛନ୍ତି ।

ବିଶେଷକରି ଅର୍ଜୁନ ତେନ୍ଦୁଲକରଙ୍କ ବୋଲିଂ ବେଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ବଡ଼ ବଡ଼ କ୍ରିକେଟ ଏକ୍ସପର୍ଟଙ୍କ ଆସନୁସାରେ ଅର୍ଜୁନ ତେନ୍ଦୁଲକରଙ୍କ ଗତି ନିଶ୍ଚିତ ଭାବରେ କମ୍ କିନ୍ତୁ ସେ ଉମ୍ରାନ ମଲିକଙ୍କ ପରି ଦ୍ରୁତ ବୋଲରଙ୍କ ଅପେକ୍ଷା ଅଧିକ ବିପଜ୍ଜନକ । ଜାଣନ୍ତୁ ଏପରି କ୍ରିକେଟ ଏକ୍ସପର୍ଟ କାହିଁକି କହୁଛନ୍ତି?

ଅର୍ଜୁନ ତେନ୍ଦୁଲକରଙ୍କ ବୋଲିଂରେ ବେଗେ କେତେ?
ସର୍ବପ୍ରଥମେ ଜାଣନ୍ତୁ ଅର୍ଜୁନ ତେନ୍ଦୁଲକରଙ୍କ ବୋଲିଂରେ ବେଗେ? ଅର୍ଜୁନ ତେନ୍ଦୁଲକରଙ୍କ ହାରାହାରି ଗତି ହେଉଛି ୧୨୪ କିଲୋମିଟର ପ୍ରତି ଘଣ୍ଟା ଅଟେ । ସେ ୧୩୦ ବେଗରେ ବହୁତ କମ୍ ଥର ନଜର ଆସିଥାନ୍ତି । କିନ୍ତୁ ଏହା ସତ୍ତ୍ୱେ ଏହି ଖେଳାଳି ଜଣେ ବିପଜ୍ଜନକ ବୋଲର । ଏହାର କାରଣ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

  • ଅର୍ଜୁନଙ୍କ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଯେ ତାଙ୍କ ହାତରେ ଏକ ସୁଇଙ୍ଗ୍ ଅଛି । ଏହି ଖେଳାଳି ବଲକୁ ଉଭୟ ଦିଗକୁ ମୁଭ କରି ପାରନ୍ତି ।
  • ଅର୍ଜୁନଙ୍କ ବୋଲିଂରେ ବିଭିଧତା ରହିଛି । ତାଙ୍କର ସର୍ବୋତ୍ତମ ସ୍ଲୋ ବାଉନ୍ସର୍ ମଧ୍ୟ ଅଛି । ଏହି ବଲ୍ ସହିତ ସେ ହ୍ୟାରି ବ୍ରୁକ୍ ପରି ଜଣେ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଅସୁବିଧାରେ ପକାଇ ଦେଇଥିଲେ।
  • ଅର୍ଜୁନ ଜଣେ ବାମହାତୀ ବୋଲର, ତେଣୁ ବଲ୍ ବାହାର ଆଡକୁ ନେବାପାଇଁ ତାଙ୍କର ପ୍ରାକୃତିକ ପ୍ରତିଭା ଅଛି । ଏହା ପରେ ଯଦି ସେ ବଲ୍ ଭିତରକୁ ଆଣନ୍ତି, ତେବେ ଏହା ବ୍ୟାଟ୍ସମ୍ୟାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରେ ।
  • ଅର୍ଜୁନଙ୍କ ଚତୁର୍ଥ ବିଶେଷତା ହେଉଛି ତାଙ୍କର ଉଚ୍ଚତା । ଅର୍ଜୁନଙ୍କ ଗତି କମ୍ କିନ୍ତୁ ତାଙ୍କ ଉଚ୍ଚତା ଯୋଗୁଁ ସେ ଅତିରିକ୍ତ ବାଉନ୍ସ ପାଆନ୍ତି ।
  • ଅର୍ଜୁନଙ୍କ ପଞ୍ଚମ ତଥା ସବୁଠାରୁ ବଡ ବିଶେଷତା ହେଉଛି ତାଙ୍କର ୟର୍କର୍ ବଲ୍ । ଅର୍ଜୁନ ତେନ୍ଦୁଲକରଙ୍କ ୟର୍କର୍ ଅନେକ ବୋଲରଙ୍କ ଅପେକ୍ଷା ଭଲ । ଆହୁରି ମଧ୍ୟ, ସେ ପୁରୁଣା ବଲରୁ ଗତି ପାଆନ୍ତି, ତେଣୁ ତାଙ୍କର ୟର୍କର୍ ଅଧିକ ବିପଜ୍ଜନକ ହୋଇଯାଏ ।

ବର୍ତ୍ତମାନ ଆପଣ ଭାବୁଥିବେ ଯେ ଉମ୍ରାନ ମଲିକଙ୍କର ଗତି ଅଛି କିନ୍ତୁ ସେ ବଲକୁ ମୁଭ କରିବାକୁ ସକ୍ଷମ ନୁହଁନ୍ତି । ଏହା ସହିତ ତାଙ୍କର ଲମ୍ବ ଅନେକ ସମୟରେ ପରଫେକ୍ଟ ନ ଥାଏ । ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ କେବଳ ଉଚ୍ଚ ବେଗରେ କିଛି ଘଟେ ନାହିଁ, ଯଦି ବୋଲରଙ୍କର ଭଲ ଲାଇନ-ଲେନ୍ଥ ଓ ବିବିଧତା ଥାଏ, ତେବେ ସେ କମ୍ ବେଗରେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିପାରିବେ । ସନ୍ ପୋଲକ୍ ଓ ଚାମିଣ୍ଡା ଭାସ୍ ମଧ୍ୟ ଏହାର ସବୁଠାରୁ ବଡ ଉଦାହରଣ ।

ଏହା ବି ପଢ଼ନ୍ତୁ: IPL Match Fixing: ଆଇପିଏଲରେ ଆରମ୍ଭ ହୋଇଗଲା ମ୍ୟାଚ୍ ଫିକ୍ସିଂ! ସିରାଜକୁ କଲ୍ କଲେ ମ୍ୟାଚ୍ ଫିକ୍ସର୍, ଜାଣନ୍ତୁ ମାମଲା

Read More
{}{}