Hindi News >>Home >>Odisha Sports

IPL Mini Auction 2023: ପଢି ନିଅନ୍ତୁ ବିକ୍ରି ହୋଇନଥିବା ଖେଳାଳିଙ୍କ ତାଲିକା

IPL Auction 2023:  ପ୍ରଥମ ଦିନରେ ବେସ ପ୍ରାଇସ ଏକ କୋଟି ଥିବା ଜୋ ରୁଟ, ବେସ ପ୍ରାଇସ ଦୁଇ କୋଟି ଥିବା ରିଲି ରୋସାଓ, କ୍ରିସ ଜୋର୍ଡାନଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ସେହିପରି ଦେଢ କୋଟି ବେସ ପ୍ରାଇସ ଥିବା ସାକିବ ଉଲ ହାସନ ଓ ଆଡ଼ମ ଜାମ୍ପା ମଧ୍ୟ ବିକ୍ରି ହୋଇ ନାହାନ୍ତି। ଆହୁରି ମଧ୍ୟ ଅନେକ ଦିଗ୍ଗଜ ଖେଳାଳି ବିକ୍ରି ହୋଇ ନାହାନ୍ତି। ପଢି ନିଅନ୍ତୁ ପୁରା ତାଲିକା...

Advertisement
IPL Mini Auction 2023: ପଢି ନିଅନ୍ତୁ ବିକ୍ରି ହୋଇନଥିବା ଖେଳାଳିଙ୍କ ତାଲିକା
Stop
Zee Odisha Desk|Updated: Dec 23, 2022, 08:49 PM IST

IPL Mini Auction 2023: ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ପାଇଁ ମିନି ନିଲାମର ପ୍ରଥମ ଦିନ ଆଜି ଶେଷ ହୋଇଛି। ଫ୍ରାଞ୍ଚାଇଜ୍ ଦଳ ଗୁଡ଼ିକ କିଛି ଖେଳାଳିଙ୍କ ଉପରେ ବହୁତ ଟଙ୍କା ଦେଇଥିବାବେଳେ କିଛି ଭେଟେରାନଙ୍କ ପାଇଁ ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରି ନାହାଁନ୍ତି। ମିନି ନିଲାମରେ ଆଇପିଏଲ୍ ଇତିହାସର ସବୁଠାରୁ ବଡ ବିଡ୍ ଇଂଲଣ୍ଡ ଯୁବ ଅଲରାଉଣ୍ଡର ସାମ କୁରାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ସାମ କୁରାନଙ୍କୁ ପଞ୍ଜାବ କିଙ୍ଗସ ୧୮.୫୦ କୋଟିରେ କିଣିଛି। ସେହିପରି ପ୍ରଥମ ଦିନରେ ବେସ ପ୍ରାଇସ ଏକ କୋଟି ଥିବା ଜୋ ରୁଟ, ବେସ ପ୍ରାଇସ ଦୁଇ କୋଟି ଥିବା ରିଲି ରୋସାଓ, କ୍ରିସ ଜୋର୍ଡାନଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ସେହିପରି ଦେଢ କୋଟି ବେସ ପ୍ରାଇସ ଥିବା ସାକିବ ଉଲ ହାସନ ଓ ଆଡ଼ମ ଜାମ୍ପା ମଧ୍ୟ ବିକ୍ରି ହୋଇ ନାହାନ୍ତି। ଆହୁରି ମଧ୍ୟ ଅନେକ ଦିଗ୍ଗଜ ଖେଳାଳି ବିକ୍ରି ହୋଇ ନାହାନ୍ତି। ପଢି ନିଅନ୍ତୁ ପୁରା ତାଲିକା...

ବିକ୍ରି ହୋଇ ନଥିବା ଖେଳାଳି
ଜୋ ରୁଟ (୧ କୋଟି)
କ୍ରିସ ଜୋର୍ଡାନ (୨ କୋଟି)
ଏଡମ ମିଲନ (୨ କୋଟି)
ରିଲି ରୋସାଓ (୨ କୋଟି)
ଟୋମ ବେଣ୍ଟନ (୨ କୋଟି)
ଶାକିବ ଅଲ ହାସନ (୧.୫ କୋଟି)
ଏଡମ ଜାମ୍ପା (୧.୫ କୋଟି)
ଲିଟନ ଦାସ (୫୦ ଲକ୍ଷ)
କୁସଲ ମେଣ୍ଡିସ (୫୦ ଲକ୍ଷ)
ଅକିଲ ହୁସେନ (୧ କୋଟି)
ତବରେଜ ଶାମ୍ସ (୧ କୋଟି)
ମୁଜିବ ଉଲ ରେହମାନ (୧ କୋଟି)

ସବୁଠାରୁ ମହଙ୍ଗା ଖେଳାଳି
ସାମ କୁରାନ (୧୮.୫୦ କୋଟି, କିଙ୍ଗସ ଏକାଦଶ ପଞ୍ଜାବ)
କେମରୁନ ଗ୍ରୀନ (୧୭.୫୦ କୋଟି, ମୁମ୍ବଇ ଇଣ୍ଡିଆନ୍ସ)
ବେନ ଷ୍ଟୋକସ (୧୬.୨୫ କୋଟି, ଚେନ୍ନାଇ ସୁପର କିଙ୍ଗସ)
ନିକୋଲାସ ପୁରନ (୧୬ କୋଟି, ଲକ୍ଷ୍ନୌ ସୁପର ଜିଆଣ୍ଟସ)
ହେରି ବ୍ରୁକ (୧୩.୨୫କୋଟି, ସନରାଇଜର୍ସ ହାଇଦ୍ରାବାଦ)

Also Read: ଏହି ଦୁର୍ଦ୍ଦାନ୍ତ ଖେଳାଳିଙ୍କୁ ଦଳରେ ସାମିଲ କଲା ଚେନ୍ନାଇ, ସେପଟେ ଇତିହାସ ରଚିଲେ କୁରାନ

Read More
{}{}