Hindi News >>Home >>Odisha Sports

Suryakumar Yadav: କାହିଁକି ଇନଷ୍ଟାଗ୍ରାମରେ Broken ହାର୍ଟ ଇମୋଜି ପୋଷ୍ଟ କଲେ ସୂର୍ଯ୍ୟକୁମାର ଯାଦବ?

Suryakumar Yadav: ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ (Hardik Pandya) ଆଇପିଏଲ ୨୦୨୪ (IPL 2024) ପାଇଁ ଅଧିନାୟକ ଦାୟିତ୍ବ ଦେଇଛି। ଫ୍ରାଞ୍ଚଇଜର ଏହି ନିଷ୍ପତ୍ତି କୋଟି କୋଟି ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି । ଏଭଳି ନିଷ୍ପତ୍ତିକୁ ଫ୍ୟାନ୍ସମାନେ ତୀବ୍ର ନିନ୍ଦା କରିଛନ୍ତି । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 16, 2023, 01:01 PM IST

Suryakumar Yadav: ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ (Hardik Pandya) ଆଇପିଏଲ ୨୦୨୪ (IPL 2024) ପାଇଁ ଅଧିନାୟକ ଦାୟିତ୍ବ ଦେଇଛି। ଫ୍ରାଞ୍ଚଇଜର ଏହି ନିଷ୍ପତ୍ତି କୋଟି କୋଟି ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି । ଏଭଳି ନିଷ୍ପତ୍ତିକୁ ଫ୍ୟାନ୍ସମାନେ ତୀବ୍ର ନିନ୍ଦା କରିଛନ୍ତି । ଏହି ଘୋଷଣାର ମାତ୍ର କେଇ ଘଣ୍ଟା ପରେ ମୁମ୍ବାଇ ଇଣ୍ତିଆନ୍ସର ଅଫିସିଆଲ ଇନଷ୍ଟାଗ୍ରାମ ପେଜକୁ ପ୍ରାୟ ୧.୫ ଲକ୍ଷ ୟୁଜର୍ସ ଅନଫଲୋ କରିଥିବା ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ, ପାଣ୍ତ୍ୟାଙ୍କୁ ରୋହିତଙ୍କ ପଦ ଦିଆଯିବା ପରେ ସୋସିଆଲ ମିଡ଼ିଆରେ #ShameonMI ଓ ବୟକଟ ମୁମ୍ବାଇ ଟ୍ରେଣ୍ତ କରୁଥିବା ଦେଖିବାକୁ ମିଳିଛି।

ଯେତେବେଳେ ହାର୍ଦ୍ଦିକ ଗୁଜୁରାଟ ଟାଇଟାନ୍ସ (Gujarat Titans) ଛାଡ଼ି ମୁମ୍ବାଇରେ ଯୋଗଦେଲେ ସେତେବେଳେ ବୁମରା (Jasprit Bumrah) ଟ୍ୱିଟର ଓ ଇନଷ୍ଟାଗ୍ରାମରେ ମୁମ୍ବାଇକୁ ଅନଫଲୋ କରିଥିଲେ । ଏବେ ହାର୍ଦ୍ଦିକଙ୍କୁ ଅଧିନାୟକ ପଦ ମିଳିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ (Suryakumar Yadav) ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ସୂର୍ଯ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଏକ ବ୍ରୋକେନ୍ ହାର୍ଟ (Broken Heart) ଇମୋଜି ରଖିଛନ୍ତି । ହାର୍ଦ୍ଦିକଙ୍କୁ ଏହି ଦାୟିତ୍ବ ମିଳିବା କାରଣରୁ ସୂର୍ଯ୍ୟକୁମାର ଏପରି ପୋଷ୍ଟ କରିଥିବା କୁହାଯାଉଛି।

ଅଷ୍ଟ୍ରେଲିଆ ବିପକ୍ଷ ୫ଟି ମ୍ୟାଚ୍ ଟି -20 ସିରିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତର ଅଧିନାୟକତ୍ୱ ଦାୟିତ୍ବ ଦିଆଯାଇଥିଲା । ଏଥିରୁ ଅନୁମାନ କରାଯାଉଥିଲା ଯେ, ରୋହିତ ଶର୍ମାଙ୍କ ପରେ ସୁର୍ଯ୍ୟକୁମାର ଯାଦବଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଅଧିନାୟକ କରାଯାଇପାରେ । କିନ୍ତୁ ଫ୍ରାଞ୍ଚଇଜ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି । ଏହି କାରଣରୁ ସୂର୍ଯ୍ୟକୁମାର ନିଜ ଇନଷ୍ଟାଗ୍ରାମରେ ଏପରି ଷ୍ଟୋରୀ ଦେଇଥିବା ଚର୍ଚ୍ଚା ହେଉଛି । ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ ଆଇପିଏଲରେ ୫ ୫ ଥର ବିଜୟୀ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି। ଏହାପରେ ବିଭିନ୍ନ ସୋସିଆଲ ମିଡିଆରେ ପ୍ଲାର୍ଟଫର୍ମରେ ପ୍ରଶଂସକମାନେ ମୁମ୍ବାଇକୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।

Read More
{}{}