Hindi News >>Home >>Odisha Sports

IPL 2024: ଧୋନୀଙ୍କ ଅବସର ଓ IPL ବିଜେତାକୁ ନେଇ ଏପରି କହିଲେ ରୈନା...

IPL 2024: ଚେନ୍ନାଇ ସୁପର କିଙ୍ଗ୍ସ (Chennai super kings) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal challengers Bangalore) ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଏହି ଟୁର୍ନାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ବର୍ତ୍ତମାନ କେବଳ ଆଇପିଏଲ ୨୦୨୪ର ପ୍ରଥମ ୨୧ଟି ମ୍ୟାଚ୍ ଅର୍ଥାତ୍ ଏପ୍ରିଲ ୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍ ଗୁଡିକ ନେଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

Advertisement
IPL 2024: ଧୋନୀଙ୍କ ଅବସର ଓ IPL ବିଜେତାକୁ ନେଇ ଏପରି କହିଲେ ରୈନା...
Stop
Zee Odisha Desk|Updated: Feb 26, 2024, 02:09 PM IST

IPL 2024: ଆଇପିଏଲ ୨୦୨୪ (IPL 2024) ପ୍ରଥମ ପର୍ଯ୍ୟାୟ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମାର୍ଚ୍ଚ ୨୨ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗ୍ସ (Chennai super kings) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal challengers Bangalore) ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଏହି ଟୁର୍ନାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ବର୍ତ୍ତମାନ କେବଳ ଆଇପିଏଲ ୨୦୨୪ର ପ୍ରଥମ ୨୧ଟି ମ୍ୟାଚ୍ ଅର୍ଥାତ୍ ଏପ୍ରିଲ ୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍ ଗୁଡିକ ନେଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ହିଁ ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ଚେନ୍ନାଇ ନିଜ ଘରୋଇ ମଇଦାନରେ ଟୁର୍ନାମେଣ୍ଟ ଯାତ୍ରା ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ରେ ଧୋନି-କୋହଲିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୁରେଶ ରୈନାଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଖେଳାଳି ନିଜ ବୟାନରେ ଚେନ୍ନାଇ ନୁହେଁ ବରଂ ଅନ୍ୟ ଦଳକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ବାସ୍ତବରେ, ସୁରେଶ ରୈନାଙ୍କୁ ପୂର୍ବତନ ଫ୍ରାଞ୍ଚାଇଜ୍ CSK ଓ ଏମଏସ୍ ଧୋନିଙ୍କ ବିଷୟରେ ପଚରାଯାଇଥିଲା । ଏହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ‘ମୁଁ ସବୁ ଦଳକୁ ଅଭିନନ୍ଦନ ଜଣାଉଛି ।  ଆରସିବିକୁ ଢେର ସାରା ଅଭିନନ୍ଦନ କାରଣ ଦଳ ବହୁ ବର୍ଷରୁ ଜିତିବା ନେଇ ସଂର୍ଘଷ କରୁଛି । କୋହଲି ତାଙ୍କ ଦଳ ପାଇଁ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି। କୋହଲିଙ୍କ ପ୍ରଶଂସକମାନେ ଆଇପିଏଲ ଟ୍ରଫି ପାଇଁ ଅପେକ୍ଷା କରିଛନ୍ତି ଏବଂ ମୁଁ ଚାହୁଁଛି କୋହଲି ଆଇପିଏଲ ୨୦୨୪ ଜିତନ୍ତୁ । ଚେନ୍ନାଇ ଗତବର୍ଷ ଜିତିଥିଲା, ଯେଉଁ ଦଳ ଏପର୍ଯ୍ୟନ୍ତ ଜିତି ନାହିଁ ସେମାନେ ଜିତନ୍ତୁ’ ।

ଧୋନିଙ୍କ ଅବସରକୁ ନେଇ କ’ଣ କହିଲେ ରୈନା?

ମହେନ୍ଦ୍ର ସିଂ ଧୋନିଙ୍କ ଅବସରକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରୈନା କହିଛନ୍ତି, ‘ସେ ଏପର୍ଯ୍ୟନ୍ତ ଫିଟ୍ ଅଛନ୍ତି । ସେ ନିଜ ଦଳ ପାଇଁ ବହୁ ପରିଶ୍ରମ କରୁଛନ୍ତି। ଧୋନି ଆଉ କେତେ ଦିନ ପର୍ଯ୍ୟନ୍ତ ଆଇପିଏଲ୍ ଖେଳିବେ ସେ ସମ୍ପର୍କରେ ମୋ ପାଖରେ କୌଣସି ସୂଚନା ନାହିଁ। ସେ ଯେତେ ଦିନ ଚାହିଁବେ ଖେଳି ପାରିବେ’। ସେ ଆଉ ମଧ୍ଯ କହିଛନ୍ତି, ‘ଟି -20 ବିଶ୍ୱକପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟତୀତ ଅନେକ ଯୁବ ଖେଳାଳିଙ୍କୁ ଦେଖିବାକୁ ମିଳିବ । ରିଙ୍କୁ ସିଂ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ସେ ଟି -20 ବିଶ୍ୱକପରେ ଦଳ ପାଇଁ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି’ ।

 

{}{}