Hindi News >>Home >>Odisha Sports

IPL 2024 Points Table: ରେକର୍ଡ ବିଜୟ କାରଣରୁ ପଏଣ୍ଟ ଟେବୁଲରେ ଲମ୍ୱା ଡିଆଁ ଦେଲା ପଞ୍ଜାବ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି?

IPL 2024 Points Table Orange Cap Purple Cap: ଆଇପିଏଲ୍ ୨୦୨୪ ର ୪୨ ତମ ମ୍ୟାଚ୍ ରେ ପଞ୍ଜାବ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ସେ ଏକ ଐତିହାସିକ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ଦେଇଛି। ଏଠାରେ ଜାଣନ୍ତୁ ଆଇପିଏଲ୍ ୨୦୨୪ ପଏଣ୍ଟ ଟେବୁଲରେ ସବୁ ଦଳ ମାନଙ୍କର କ'ଣ ରହିଛି ସ୍ଥିତି।  

Advertisement
IPL Points Table 2024
Stop
Jagdish Barik|Updated: Apr 27, 2024, 06:48 AM IST

IPL Points Table 2024: କୋଲକାତା ଉପରେ ବିଜୟ ପରେ ପଞ୍ଜାବ ଦଳ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ପହଞ୍ଚି ମୁମ୍ବାଇ ଇଣ୍ଡିଆନ୍ସକୁ ପଛରେ ପକାଇ ଦେଇଛି। ୨୬୧ ରନ୍ ସ୍କୋର କରିବା ପରେ ମଧ୍ୟ ଏହି ମ୍ୟାଚ୍ ହାରିଥିବା କୋଲକାତା ଦଶ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ପଞ୍ଜାବ କିଙ୍ଗସ ଶୁକ୍ରବାର ଦିନ ଆଇପିଏଲ ୨୦୨୪ ରେ ଇତିହାସ ସୃଷ୍ଟି କରି ଟି-୨୦ କ୍ରିକେଟର ସବୁଠୁ ବଡ ଲକ୍ଷ୍ୟ ହାସଲ କରିଛି। ପଞ୍ଜାବକୁ କୋଲକାତା ନାଇଟ ରାଇଡର୍ସଙ୍କଠାରୁ ୨୬୨ ରନର ଏକ ବଡ଼ ଲକ୍ଷ୍ୟ ମିଳିଥିଲା, ଯାହା ଜୋନି ବେୟାରଷ୍ଟୋଙ୍କ ଶତକ ଆଧାରରେ କେବଳ ଦୁଇଟି ୱିକେଟ୍ ହରାଇ ଦଳ ଲକ୍ଷ୍ୟ ହାସଲ କରି ନେଇଥିଲା​।

ଏହି ମ୍ୟାଚ୍ ଜିତିବା ପରେ ପଞ୍ଜାବ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଛାଡି ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ପହଞ୍ଚିଛି। ତିନିଟି ବିଜୟ ଓ ୬ ଟି ପରାଜୟ ସହ ନଅ ମ୍ୟାଚରୁ ଦଳ ୬ ପଏଣ୍ଟ ପାଇଛି। ୨୬୧ ରନ୍ ସ୍କୋର କରିବା ପରେ ମଧ୍ୟ ଏହି ମ୍ୟାଚ୍ ହାରିଥିବା କୋଲକାତା ପଏଣ୍ଟ ଟେବୁଲରେ ପାଞ୍ଚଟି ବିଜୟ ଓ ଆଠଟି ମ୍ୟାଚରେ ତିନୋଟି ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଦଳର ଦଶ ପଏଣ୍ଟ ଥିବାବେଳେ ସମସ୍ତ ଦଶଟି ଦଳ ମଧ୍ୟରେ ଏହାର ନେଟ୍ ରନ୍ ହାର ସର୍ବୋତ୍ତମ ଅଟେ। ଏହି ପଏଣ୍ଟ ଟେବୁଲରେ ରାଜସ୍ଥାନ ରୟାଲ୍ସ ଦଳ ୮ ଟି ମ୍ୟାଚରୁ ଚଉଦ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ଚାରି ପଏଣ୍ଟ ସହ ଶେଷ ସ୍ଥାନରେ ରହିଛି।

ହର୍ଷଲଙ୍କ ପାଖରେ ରହିଛି ପର୍ପଲ କ୍ୟାପ୍
ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚରେ ହର୍ଷଲ ପଟେଲ ୩ ଓଭରରେ ୪୮ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ସେ କେବଳ ଗୋଟିଏ ୱିକେଟ୍ ନେଇ ପର୍ପଲ କ୍ୟାପ୍ ଜିତିଛନ୍ତି। ୯ ଟି ମ୍ୟାଚରେ ହର୍ଷଲ ୧୪ଟି ୱିକେଟ୍ ନେଇଛନ୍ତି। ୮ ଟି ମ୍ୟାଚରେ ୧୩ ୱିକେଟ୍ ନେଇ ଜସପ୍ରୀତ ବୁମ୍ରା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୟୁଜଭେନ୍ଦ୍ର ଚହଲ ମଧ୍ୟ ୮ ଟି ମ୍ୟାଚରେ ୧୩ ଟି ୱିକେଟ୍ ନେଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ ଚତୁର୍ଥ ସ୍ଥାନରେ ଓ ସନରାଇଜର୍ସ ହାଇଦ୍ରାବାଦର ଟି ନାଟାରାଜନ ପଞ୍ଚମ ସ୍ଥାନରେ ଅଛନ୍ତି। ଉଭୟ ୧୨ଟି ଲେଖାଁଏ ୱିକେଟ୍ ନେଇଛନ୍ତି।

ଅରେଞ୍ଜ କ୍ୟାପର ନିକଟତର ହେଲେ ସୁନିଲ ନାରେନ୍
ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓପନର୍ ବ୍ୟାଟ୍ସମ୍ୟାନ୍ ସୁନୀଲ ନାରିନ ୩୨ ବଲରେ ୭୧ ରନ୍ ସଂଗ୍ରହ କରିଥିଲେ। ସେ ଏହି ସିଜନରେ ୩୫୭ ରନ୍ ସ୍କୋର କରିଥିଲେ। ସେ ଅରେଞ୍ଜ କ୍ୟାପ୍ ନିକଟତର ହୋଇଛନ୍ତି। ଏହି ପ୍ରସଙ୍ଗରେ ଆରସିବି ଓପନର୍ ବିରାଟ କୋହଲି ପ୍ରଥମ ସ୍ଥାନରେ ଅଛନ୍ତି। ୯ଟି ମ୍ୟାଚରେ କୋହଲି ୪୩୦ ରନ୍ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ରୁତୁରାଜ ଗାଇକୱାଡ ବର୍ତ୍ତମାନ ୮ ଟି ମ୍ୟାଚରେ ୩୫୯ ରନ୍ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ତାଙ୍କ ଆଗରେ ସୁନୀଲ ନାରିନ ଥିଲେ।

Read More
{}{}