Hindi News >>Home >>Odisha Sports

Mumbai Indians: ମୁମ୍ବାଇ ଉପରେ ଭାରି ପଡ଼ିଲା ପାଣ୍ତ୍ୟାଙ୍କ କ୍ୟାପଟେନ୍ସି , ଜାଣନ୍ତୁ କାହିଁକି?

Mumbai Indians: IPL 2024: ଆଇପିଏଲ୍ ୨୦୨୪ (IPL 2024) ଆରମ୍ଭ ହେବା ପୂର୍ବରୁ ଶୁକ୍ରବାର ମୁମ୍ବାଇ ଇଣ୍ତିଆନ୍ସ (Mumbai Indians) ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରାଞ୍ଚଇଜ୍ ରୋହିତ ଶର୍ମାଙ୍କ (Rohit Sharma) ବଦଳରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ (Hardik Pandya) ଅଧିନାୟକ ଦାୟିତ୍ବ ଦେଇଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Dec 16, 2023, 11:07 AM IST

IPL 2024: ଆଇପିଏଲ୍ ୨୦୨୪ (IPL 2024) ଆରମ୍ଭ ହେବା ପୂର୍ବରୁ ଶୁକ୍ରବାର ମୁମ୍ବାଇ ଇଣ୍ତିଆନ୍ସ (Mumbai Indians) ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରାଞ୍ଚଇଜ୍ ରୋହିତ ଶର୍ମାଙ୍କ (Rohit Sharma) ବଦଳରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ (Hardik Pandya) ଅଧିନାୟକ ଦାୟିତ୍ବ ଦେଇଛି । ଅର୍ଥାତ୍ ଆଇପିଏଲ୍ ର ଆଗାମୀ ସିଜନରେ ମୁମ୍ବାଇ ହାର୍ଦ୍ଦିକଙ୍କ ଅଧିନାୟିକତ୍ବରେ ଖେଳିବ ବୋଲି ଘୋଷଣା କରାଯାଇଛି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ପ୍ରାଞ୍ଚଇଜ୍ ପକ୍ଷରୁ ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ (Hardik Pandya) ମୁମ୍ବାଇ ଇଣ୍ତିଆନ୍ସର (Mumbai Indians ) ନୂତନ ଅଧିନାୟକ ଭାବେ ଗୁରୁ ଦାୟିତ୍ବ ଦିଆଯାଇଛି । ଦଳର ଅଫିସିଆଲ ଇନଷ୍ଟାଗ୍ରାମ୍ ହ୍ୟାଣ୍ତେଲରେ ସୂଚନା ଦିଆଯାଇଥିଲା । ତେବେ ଏଭଳି ନିଷ୍ପତ୍ତିକୁ ପ୍ରଂସଶକମାନେ ନିନ୍ଦା କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଘୋଷଣାର ମାତ୍ର କେଇ ଘଣ୍ଟା ପରେ ମୁମ୍ବାଇ ଇଣ୍ତିଆନ୍ସର ଅଫିସିଆଲ ପେଜକୁ ପ୍ରାୟ ୧.୫ ଲକ୍ଷ ୟୁଜର୍ସ ଅନଫଲୋ କରିଥିବା ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ, ପାଣ୍ତ୍ୟାଙ୍କୁ ରୋହିତଙ୍କ ପଦ ଦିଆଯିବା ପରେ ସୋସିଆଲ ମିଡ଼ିଆରେ #ShameonMI ଓ ବୟକଟ ମୁମ୍ବାଇ ଟ୍ରେଣ୍ତ ମଧ୍ଯ ଆରମ୍ଭ ହୋଇଥିଲା ।

 

ପ୍ରକାଶ ଥାଉ କି, ରୋହିତ ୨୦୧୩ରେ ରିକି ପଣ୍ଟିଂଙ୍କଠାରୁ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ଭାର ଗ୍ରହଣ କରିଥିଲେ। ରୋହିତଙ୍କ ଅଧିନରେ ମୁମ୍ବାଇ ୫ ଥର (୨୦୧୩,୨୦୧୫, ୨୦୧୭, ୨୦୧୯ ଓ ୨୦୨୦)ରେ ଆଇପିଏଲ୍‌ ବିଜେତା ହୋଇଛି। ତେଣୁ ହିଟ୍ ମ୍ୟାନଙ୍କ ନେତୃତ୍ବ ଦଳ ପାଇଁ ସ୍ମରଣୀୟ ରହିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଗ୍ଲୋବାଲ୍‌ ହେଡ୍‌ ଅଫ୍‌ ପରଫର୍ମାନ୍ସ ମାହେଲା ଜୟବର୍ଦ୍ଧନେ କହିଛନ୍ତି। ଆଇପିଏଲରେ ରୋହିତ ବର୍ତ୍ତମାନ ସୁଦ୍ଧା ୨୨୨ଟି ମ୍ୟାଚ୍ ଖେଳି ମୋଟ ୫୮୭୯ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୪୦ଟି ଅର୍ଦ୍ଧଶତକ ସାମିଲ ରହିଛି ।

 

 

 

 

 

 

 

 

 

 

 

 

 

 

 

Read More
{}{}