Hindi News >>Home >>Odisha Sports

IPL 2024: ଚେନ୍ନାଇ ବିଜୟ ରଥରେ ବ୍ରେକ ଲଗାଇଲା ଲକ୍ଷ୍ନୌ

CSK vs LSG Match Result 2024: ଘରୋଇ ମଇଦାନ ଏକାନା କ୍ରିକେଟ ଷ୍ଟାଡିୟମ ଠାରେ  ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ରଥରେ ବ୍ରେକ ଲଗାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍।

Advertisement
IPL 2024: ଚେନ୍ନାଇ ବିଜୟ ରଥରେ ବ୍ରେକ ଲଗାଇଲା ଲକ୍ଷ୍ନୌ
Stop
Updated: Apr 24, 2024, 11:56 PM IST

CSK vs LSG Match Highlights 2024: ଅପ୍ରେଲ ୧୮ ତାରିଖ ଶୁକ୍ରବାର ଲକ୍ଷ୍ନୌ ଏକାନା କ୍ରିକେଟ ଷ୍ଟାଡିୟମ ଠାରେ ମୁହାଁମୁହିଁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ। ଆଜି ଖେଳାଯାଇଥିବା ୩୪ ତମ ମ୍ୟାଚ୍ ରେ ଲକ୍ଷ୍ନୌ ବାଜି ମାରିନେଇଛି। ଘରୋଇ କ୍ରିକେଟ ଷ୍ଟାଡିୟମ ଠାରେ ଲକ୍ଷ୍ନୌ ଟିମ୍ ଅତିଥି ଚେନ୍ନାଇ ଦଳର ବିଜୟ ରଥରେ ବ୍ରେକ ଲଗାଇଛି। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ୧୭୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌ ଗୋଟିଏ ଓଭର ବାକି ଥାଇ ୨ ୱିକେଟ ହରାଇ ୧୮୦ ରନ୍ ସଂଗ୍ରହ କରିଥିଲା।

ଆଜିର ମୁକାବିଲାକୁ ମିଶାଇ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଚଳିତ ଆଇପିଏଳ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ତୃତୀୟ ପରାଜୟ ବରଣ କରିଛି। 

ଜବରଦସ୍ତ ବ୍ୟାଟିଂ କରିଥିଲେ ରାହୁଲ- ଡି କକ୍ 
ଚେନ୍ନାଇ ଟିମ୍ ପକ୍ଷରୁ ମିଳିଥିବା ୧୭୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌ ଦଳର ବିଜୟରେ କେ.ଏଲ୍ ରାହୁଲ ଏବଂ କ୍ୱିଣ୍ଟନ୍ ଡି କକ୍ ଙ୍କ ବ୍ୟାଟିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଲକ୍ଷ୍ନୌ  ଦଳର ବିଜୟ ଉଭୟଙ୍କ ଇନିଂସ ଦ୍ୱାରା ସ୍ଥିର ହୋଇଯାଇଥିଲା। ଉଭୟେ ବ୍ୟାଟ୍ସମ୍ୟାନ୍ ପ୍ରଥମ ୱିକେଟ୍ ପାଇଁ ୧୩୪ ରନ୍ ସଂଗ୍ରହ କରିଥିଲେ। ଡି କକ୍ ୪୩ ବଲ ଖେଳି ୫ ଚୌକା ଏବଂ ୧ ଛକା ସହାୟତାରେ ୫୪ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ  କ୍ୟାପଟେନ କେ.ଏଲ୍ ରାହୁଲ ୫୩ ବଲ ଖେଳି ୯ ଚୌକା ଏବଂ ୩ ଛକା ସହାୟତାରେ ୮୨ ରନ୍ ସଂଗ୍ରହ କରିଥିଲେ। ଉଭୟଙ୍କ ବ୍ୟତୀତ ନିକୋଲାସ୍ ପୁରନ୍ ୨୩ ଏବଂ ମାର୍କସ୍ ଷ୍ଟୋଇନିସ୍ ୮  ରନ୍ ସ୍କୋର କରି ଅପରାଜିତ ରହିଥିଲେ।

ବିଫଳ ହୋଇଥିଲା ଚେନ୍ନାଇ ବୋଲିଂ 
ଶୁକ୍ରବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଚେନ୍ନାଇ ଟିମ୍ ବୋଲର ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ମୁସ୍ତାଫିଜୁର ରହମାନ ଏବଂ ମଥିଶା ପଥିରାନାଙ୍କ ବ୍ୟତୀତ ଦଳର କୌଣସି ଜଣେ ହେଲ ବୋଲର ଗୋଟିଏ ହେଲେ ୱିକେଟ୍ ଦଖଲ କରିପାରିଲେ ନାହିଁ। ଉଭୟେ ପଥିରାନା-ରହମାନ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ। ମୁସ୍ତାଫିଜୁର ରହମାନ ଗୋଟିଏ ୱିକେଟ ନେଇ ୪୩ ରନ୍ ବ୍ୟୟ କରିଥିଲେ। ତୁଷାର ଦେଶପାଣ୍ଡେ 4 ଓଭର ବୋଲିଂ କରି ମଧ୍ୟ ଦଳ ପାଇଁ ଗୋଟିଏ ୱିକେଟ୍ ନେଇପାରିଲେ ନାହିଁ। ରବୀନ୍ଦ୍ର ଜାଡେଜା ମଧ୍ୟ କୌଣସି ୱିକେଟ୍ ଦଖଲ କରିପାରିଲେ ନାହିଁ। ସେ ୩ ଓଭର ବୋଲିଂ କରି ୩୨ ରନ୍ ବ୍ୟୟ କରିଥିଲେ। ଦୀପକ ଚହର ୩ ଓଭର ବୋଲିଂ କରିବା ସହ ୨୬ ରନ୍ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ୱିକେଟ୍ ନେଇପାରିଲେ ନାହିଁ।

କାମ କରିଲା ନାହିଁ ଜାଡେଜା-ଧୋନିଙ୍କ ଇନିଂସ 
ଶେଷ ଓଭର ବେଳକୁ ଏମଏଶ ଧୋନିଙ୍କ ଧମାକା ଏବଂ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଚେନ୍ନାଇ ଏହି ମ୍ୟାଚ୍ ରେ ଧାର୍ଯ୍ୟ ୨୦ ଓଭର ଖେଳିବା ପରେ ୬ ୱିକେଟ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା। ହେଲେ ଜାଡେଜା ଏବଂ ଧୋନିଙ୍କ ଏହି ଇନିଂସ ବ୍ୟର୍ଥ ସାବ୍ୟସ୍ତ ହୋଇଥିଲା। ଜାଡ଼େଜା ୪୦ ବଲ ଖେଳି ୫୭ ରନ୍ ର ଏକ ଅପରାଜିତ ଇନିଂସ ଖେଳିଥିଲେ। ଯେଉଁଥିରେ ୫ ଚୌକା ଏବଂ ୧ ଛକା ସାମିଲ ହୋଇଥିଲା। ଧୋନୀ ୯ ବଲ ଖେଳି ୨୮ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ତାଙ୍କ ବ୍ୟତୀତ ମୋଏନ୍ ଅଲି ୩୦ ରନ୍ ର ଇନିଂସ ଖେଳିଥିଲେ। ଅଜିଙ୍କ୍ୟ ରାହାଣେ ୩୬ ଏବଂ ଅଧିନାୟକ ଋତୁରାଜ ଗାୟକୱାଡ ୧୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ସେମାନଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ୍ ସେପରି ବିଶେଷ କିଛି କରିପାରିନଥିଲେ। ଲକ୍ଷ୍ନୌ ପାଇଁ କୃଣାଳ ପାଣ୍ଡ୍ୟା ସର୍ବାଧିକ ୨ ୱିକେଟ୍ ନେଇଥିଲେ। ମୋହସିନ୍ ଖାନ୍, ଯଶ ଠାକୁର, ରବି ବିଷ୍ଣୋୟୀ ଏବଂ ମାର୍କସ୍ ଷ୍ଟୋଇନିସ୍ ଗୋଟିଏ ଲେଖାଁଏ ୱିକେଟ୍ ଦେଇଥିଲେ।

Read More
{}{}