Hindi News >>Home >>Odisha Sports

IPL 2024: ଗୁଜୁରାଟ ଟାଇଟନ୍ସର କମାଣ ଧରିବେ ଏହି ବ୍ୟାଟସ ମ୍ୟାନ୍

IPL 2024:  ୨୦୨୪ ଆଇପିଏଲ୍ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ (Gujarat Titans) ଟ୍ରେଡ୍ ନିୟମ ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ହାର୍ଦ୍ଦିକଙ୍କୁ (Hardik Pandya) ଦେଇଛି। ହାର୍ଦ୍ଦିକଙ୍କ ଯିବା ପରେ ଦଳ ମଧ୍ୟ ଏହାର ନୂଆ ଅଧିନାୟକ ଚୟନ କରିଛି।  

Advertisement
IPL 2024: ଗୁଜୁରାଟ ଟାଇଟନ୍ସର କମାଣ ଧରିବେ ଏହି ବ୍ୟାଟସ ମ୍ୟାନ୍
Stop
Rasmita Sahoo|Updated: Nov 27, 2023, 04:49 PM IST

IPL 2024: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ପୂର୍ବରୁ ଗୋଟିଏ ଥର ଚାମ୍ପିଅନ୍ ହୋଇଥିବା ଦଳ ଗୁଜୁରାଟ ଟାଇଟନ୍ସ ନିଜର ନୂଆ ଅଧିନାୟକ ବା କ୍ୟାପଟେନ ଆଜି ଘୋଷଣା କରିଛି । ଦଳ ୨୬ନଭେମ୍ବର ଅର୍ଥାତ୍ ଗତକାଲି ରିଲିଜ୍ କରିଥିବା ଏବଂ ରିଟେନ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିଥିଲା। ଏହା ବ୍ୟତୀତ ଦଳ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଟ୍ରେଡ ଡିଲ୍ ମଧ୍ୟ କରିଛି। ଦଳ ଏହାର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ ନିୟମ ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍ସକୁ ଦେଇ ଦେଇଛି। ହାର୍ଦ୍ଦିକ ପ୍ରତ୍ୟାବର୍ତ୍ତନ ପରେ ଦଳ ଏହାର ନୂତନ ଅଧିନାୟକ ଦାୟିତ୍ୱ କାହାକୁ ଦେବ ସେନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ଶେଷରେ ଦଳ ଏହି ଷ୍ଟାର ଓପନରଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛି।

ଗୁଜରାଟ ଟାଇଟନ୍ସ ବର୍ଷ ୨୦୨୨ରେ ଆଇପିଏଲ ରେ ଡେବ୍ୟୁ (IPL Debue) କରିଥିଲା। ସେହି ବର୍ଷ ହି କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଦଳରକୁ ଚମ୍ପିୟାନ ସ୍ୱାଦ ଚଖାଇଥିଲେ। ଉତ୍କୃଷ୍ଟ ଅଧିନାୟକତ୍ୱ ସହିତ ହାର୍ଦ୍ଦିକ ତାଙ୍କର ଡେବ୍ୟୁ ସିଜିନ୍ ରେ ହିଁ ଦଳକୁ ଚାମ୍ପିଅନ୍ କରାଇଥିଲେ। ଯଦିଓ ହାର୍ଦ୍ଦିକ ପରବର୍ତ୍ତୀ ସିଜନରେ ଦଳକୁ ଫାଇନାଲକୁ ନେଇଥିଲେ, ତେବେ ଫାଇନାଲରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ୨୦୨୪ ଆଇପିଏଲ୍ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ (Gujarat Titans) ଟ୍ରେଡ୍ ନିୟମ ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ହାର୍ଦ୍ଦିକଙ୍କୁ (Hardik Pandya) ଦେଇଛି। ହାର୍ଦ୍ଦିକଙ୍କ ଯିବା ପରେ ଦଳ ମଧ୍ୟ ଏହାର ନୂଆ ଅଧିନାୟକ ଚୟନ କରିଛି।

ଗୁଜୁରାଟ ଟାଇଟନ୍ସ ଷ୍ଟାର ଯୁବ ଓପନର୍ ଶୁବମନ ଗିଲଙ୍କୁ (Shubman Gill)  ଆଇପିଏଲ୍ ୨୦୨୪ ପାଇଁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛି। ହାର୍ଦ୍ଦିକଙ୍କ ପରେ ବର୍ତ୍ତମାନ ଶୁବମନ୍ ଗିଲ୍ ଗୁଜୁରାଟର ଅଧିନାୟକ ଭାବେ ନଜର ଆସିବେ। ଟିମ୍ ଇଣ୍ଡିଆରେ ଗିଲ୍ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛନ୍ତି । କେବଳ ଏତିକି ନୁହେଁ, ଗତ ଦୁଇଟି ଆଇପିଏଲରେ ଗୁଜରାଟ ପାଇଁ ଗିଲ୍ ମଧ୍ୟ ଅନେକ ରନ୍ ସ୍କୋର କରିଛନ୍ତି । ଦଳ ପରିଚାଳନା ଗିଲଙ୍କୁ ଆଇପିଏଲ ୨୦୨୪ ପାଇଁ ଅଧିନାୟକ କରିପାରିଛି।

ଭାରତୀୟ ଷ୍ଟାର ଯୁବ ଶୁବମନ୍ ଗିଲ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ଦଳ ସହିତ ଆଇପିଏଲ୍ ଆରମ୍ଭ କରିଥିଲେ। ସେବେଠାରୁ ଗିଲ ଚମତ୍କାର ପ୍ରଦର୍ଶନ କରିଆସୁଥିଲେ, ଏହା ପରେ ତାଙ୍କୁ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ମିଳିଥିଲା। ଗିଲ ଏହି ସୁଯୋଗକୁ ମୁଠା କରିନେଇଥିଲେ। ଯେତେବେଳେ କି ଗିଲ ବର୍ତ୍ତମାନ ନିୟମିତ ଟିମ୍ ଇଣ୍ଡିଆର ଏକ ଅଂଶ ହୋଇପାରିଛନ୍ତି। ତାଙ୍କ ଆଇପିଏଲ କ୍ୟାରିୟର ବିଷୟରେ କହିବାକୁ ଗଲେ ଗିଲ ଏପର୍ଯ୍ୟନ୍ତ ୩୭.୭ ମ୍ୟାଚରେ ୮୮ଟି ଇନିଂସରେ ୨୭୯୦ ରନ୍ ସଂଗ୍ରହ କରିଛନ୍ତି ଏବଂ ଷ୍ଟ୍ରାଇକ୍ ହାର ୧୩୪.୧ ରହିଛି। ଏହି ଅବଧି ମଧ୍ୟରେ, ଗିଲ୍ ମଧ୍ୟ ୩ଟି ଶତକ, ଏବଂ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଇପିଏଲରେ ଗିଲ୍ ୨୭୩ ଟି ଚୌକା ଏବଂ ୮୦ ଟି ଛକା ମାରିଛନ୍ତି । 

Also Read: VK Pandian: ବିଜେଡିରେ ସାମିଲ ପରେ ରାଜ୍ୟବାସୀଙ୍କ ପାଇଁ ପାଣ୍ଡିଆନଙ୍କ '3N' ଫର୍ମୁଲା

Also Read: Vande Bharat Express: ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

 

Read More
{}{}