Hindi News >>Home >>Odisha Sports

IPL 2024: ଶେଷ ବଲ୍ ରେ ଘରୋଇ ମଇଦାନରେ ବାଜି ମାରିନେଲା ଦିଲ୍ଲୀ

DC vs GT Match Result 2024: ଘରୋଇ ମଇଦାନ ଅରୁଣ ଜେଟଲୀ ଷ୍ଟାଡିୟମ ଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ବଲ୍ ରେ ବିଜୟ ହାସଲ କରିଛି।

Advertisement
IPL 2024: ଶେଷ ବଲ୍ ରେ ଘରୋଇ ମଇଦାନରେ ବାଜି ମାରିନେଲା ଦିଲ୍ଲୀ
Stop
Zee Odisha Desk|Updated: Apr 26, 2024, 12:26 AM IST

DC vs GT Match Highlights 2024: ଅପ୍ରେଲ ୨୪ ତାରିଖ ବୁଧବାର ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମ ଠାରେ ମୁହାଁମୁହିଁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ। ଆଜି ଖେଳାଯାଇଥିବା ୪୦ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ଦିଲ୍ଲୀ ଧାର୍ଯ୍ୟ ୨୦ ଓଭର ରେ ୪ ୱିକେଟ ହରାଇ ୨୨୪ ରନ୍ ସଂଗ୍ରହ କରିଥିଲା। ୨୨୫ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ଧାର୍ଯ୍ୟ ୨୦ ଓଭର ରେ ୮ ୱିକେଟ ହରାଇ ୨୨୦ ରନ୍ ସଂଗ୍ରହ କରିଥିଲା।

ଏପରି ଭାବରେ ଶୁଭମାନ ଗିଲଙ୍କ ନେତୃତ୍ୱାଧିନ ଗୁଜୁରାଟ ଟାଇଟାନ୍ସ ୪ ରନ୍ ରେ ପରାଜିତ ହୋଇଛି। ଗୁଜୁରାଟ ପାଇଁ ଡେଭିଡ ମିଲର ଧମାକାଦାର ଇନିଂସ ଖେଳିଥିଲେ। ସେ ୨୩ ବଲ ଖେଳି ୬ ଚୌକା ଏବଂ ୩ ଛକା ସହାୟତାରେ ୫୫ ରନ୍ ସଂଗ୍ରହ କରିଥିଲେ। ଧମାକାଦାର ବ୍ୟାଟିଂ କରିବା ସତ୍ତ୍ୱେ ସେ ଦଳକୁ ଜିତାଇ ପାରିଲେ ନାହିଁ। ଚାଙ୍କ ବ୍ୟତୀତ ସାଇ ସୁଦର୍ଶନ ୩୯ ବଲ ଖେଳି ୬୫ ରନ୍ ସଂଗ୍ରହ କରିଥିଲେ। ରିଦ୍ଧିମାନ ସାହା ୨୫ ବଲ ଖେଳି ୩୯ ରନ୍ ସଂଗ୍ରହ କରିଥିଲେ। ଶେଷ ଓଭର ବେଳକୁ ରସିଦ ଖାନ ୧୧ ବଲ ଖେଳି ୨୧ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଗୁଜୁରାଟ ବିଜୟୀ ହୋଇପାରିଲା ନାହିଁ। 

ଶେଷ ଓଭର ବେଳକୁ ଗୁଜୁରାଟ ଟାଇଟାନ୍ସ ୧୯ ରନ୍ ଆବଶ୍ୟକ କରୁଥିଲା। ରସିଦ ଖାନ ଏବଂ ମୋହିତ ଶର୍ମା ପଡ଼ିଆରେ ଉପସ୍ଥିତ ରହିଥିଲେ। ଦିଲ୍ଲୀ ଦଳର ଆଶା ମୁକେଶ କୁମାରଙ୍କ ଉପରେ ରହିଥିଲା। ଶେଷ ଓଭର ବୋଲିଂ କରିବା ବେଳେ ମୁକେଶଙ୍କ ପ୍ରଥମ ୨ ବଲ୍ ରେ ରସିଦ ଖାନ ଲଗାତାର ୨ ଚୌକା ମାରିଥିଲେ। ହେଲେ ତୃତୀୟ ଏବଂ ଚତୁର୍ଥ ବଲ୍ ରେ କୌଣସି ରନ୍ ସ୍କୋର କରିପାରିନଥିଲେ। ଏହା ପରେ ରସିଦ ଖାନ ପଞ୍ଚମ ବଲ୍ ରେ  ଏକ ଛକା ମାରିଥିଲେ। ଶେଷ ବଲ୍ ରେ ୫ ରନ୍ ଆବଶ୍ୟକ ରହିଥିଲା। ମାତ୍ର ରସିଦ୍ ଖାନ୍ ମାତ୍ର ୧ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଏପରି ଭାବରେ ଋଷଭ ପନ୍ତଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ଘରୋଇ ମାଇଦାନରେ ମାତ୍ର ୪ ରନ୍ ରେ ବିଜୟୀ ହୋଇଥିଲା। ଦିଲ୍ଲୀ ଟିମ୍ ପକ୍ଷରୁ ରାସିଖ ଦାର ୩ ଏବଂ କୁଲଦୀପ ଯାଦବ ୨ ୱିକେଟ ନେଇଥିଲେ। ସେହିପରି ଏର୍ନିକ୍ ନର୍ଖିଆ, ମୁକେଶ କୁମାର ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଦିଆଯାଇଥିବା ୨୨୫ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା  ଗୁଜୁରାଟ ଟାଇଟାନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଦଳର ଅଧିନାୟକ ଶୁଭମାନ ଗିଲ ୫ ବଲ ଖେଳି ୬ ରନ୍ ସ୍କୋର କରିବା ପରେ  ବିଦାୟ ନେଇଥିଲେ। ଏହା ପରେ ରିଦ୍ଧିମାନ ସାହା ଏବଂ ସାଇ ସୁଦର୍ଶନଙ୍କ ୮୨ ରନ୍ ଭାଗିଦାରୀ କରିଥିଲେ ହୋଇଥିଲା। ରିଦ୍ଧିମାନ ସାହା ଆଉଟ ହେବା ପରେ ଦିଲ୍ଲୀ ଟିମ୍ ବୋଲର ସେମାନଙ୍କ ବୋଲିଂ ମଜବୁତ କରିବାରେ ଲାଗିଥିଲେ। ଆଜମତୁଲ୍ଲା ଓମାରଜାଇ, ଶାହାରୁଖ ଖାନ ଏବଂ ରାହୁଲ ତେୱାତିଆଙ୍କ ଭଳି ବ୍ୟାଟ୍ସମ୍ୟାନ୍ ନିରାଶ ହୋଇଥିଲେ। ଗୁଜୁରାଟ ଟାଇଟାନ୍ସ ପାଇଁ ଡେଭିଡ ମିଲର ଦାର ଇନିଂସ ଖେଳିଥିଲେ ମଧ୍ୟ ଶୁଭମନ ଗିଲଙ୍କ ଦଳ ବିଜୟୀ ହୋଇପାରିଲା ନାହିଁ।

ବୁଧବାର ଅନୁଷ୍ଠିତ ହୋଇଥିଲା ମୁକାବିଲାରେ ଗୁଜୁରାଟ ଟାଇଟାନ୍ସ ଅଧିନାୟକ ଶୁଭମନ ଗିଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଧାର୍ଯ୍ୟ ୨୦ ଓଭର ଖେଳି ୪ ୱିକେଟ୍ ହରାଇ ୨୨୪ ରନ୍ ସଂଗ୍ରହ କରିଥିଲା। ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ୪୩ ବଲ ଖେଳି ସର୍ବାଧିକ ୮୮ ରନ ସ୍କୋର କରିଥିଲେ। ଅକ୍ଷର ପଟେଲ ୪୩ ବଲ ଖେଳିସ ୬୬ ରନ୍ ସଂଗ୍ରହ କରିଥିଲେ।

Read More
{}{}