Hindi News >>Home >>Odisha Sports

IPL 2024: ସାମ୍ନାକୁ ଆସିଲା ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ଜର୍ସି, ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍?

IPL 2024: ଦୀର୍ଘ ଦିନର ଅପେକ୍ଷା ଅନ୍ତ ଘଟାଇ ଆଇପିଏଲ୍ ସିଜନ୍ ୧୭ ପାଇଁ ନୂଆ ଜର୍ସି ରିଲିଜ କରିଛି ଦଳ । ପୁଣି ଥରେ ହଳଦିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଚେନ୍ନାଇ । 

Advertisement
IPL 2024: ସାମ୍ନାକୁ ଆସିଲା ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ଜର୍ସି, ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍?
Stop
Payal Priyadarshini|Updated: Feb 18, 2024, 01:19 PM IST

IPL 2024: ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଦୀର୍ଘ ଦିନର ଅପେକ୍ଷା ଅନ୍ତ ଘଟାଇ ଆଇପିଏଲ୍ ସିଜନ୍ ୧୭ ପାଇଁ ନୂଆ ଜର୍ସି ରିଲିଜ କରିଛି ଦଳ । ପୁଣି ଥରେ ହଳଦିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ ଚେନ୍ନାଇ । ତେବେ ଆସନ୍ତୁ, ଜାଣିବା ବେଶ ଆକର୍ଷଣୀୟ ଓ ବିଭିନ୍ନ ଦୃଷ୍ଟି କୋଣରୁ ଖାସ୍ ଥିବା ଚେନ୍ନାଇ ସୁପର କିଙ୍ଗ୍ସର ଏହି ନୂତନ ଜର୍ସିର ବିଶେଷତା ବିଷୟରେ.. ?

ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନୂତନ ଜର୍ସି ଫଟୋ ଅପଲୋଡ଼ କରିବା ସହ ଏହାର ବିଶେଷତା ବିଷୟରେ ଉଲ୍ଲେଖ କରିଛି । ଏହି ଜର୍ସିର ଉଭୟ ପଟ କାନ୍ଧରେ ଭାରତୀୟ ସେନାବାହିନୀଙ୍କ ୟୁନିଫର୍ମ ଭଲି ସବୁଜ ରଙ୍ଗର ପଟି ରହିଛି । ଏହି ଡିଜାଇନ୍ ନୂଆ ନୁହେଁ, ସେନାଙ୍କ ସମ୍ମାନରେ ଚେନ୍ନାଇର ପୁରୁଣା ଜର୍ସିରେ ମଧ୍ୟ ଏହି ଷ୍ଟ୍ରିପ୍ ଲଗାଯାଇଥିଲା । ଏହା ବ୍ୟତୀତ, CSK ଲୋଗୋ ଥିବା ସ୍ଥାନରେ ୫ଟି ଷ୍ଟାର ବା ତାରକା ରହିଛି । ଏହି ସମସ୍ତ ତାରକା ଚେନ୍ନାଇର ୫ ଥର ଟାଇଟଲ୍ ବିଜୟକୁ ଦର୍ଶାଉଛି । ଜର୍ସି ପ୍ରକାଶ କରିବା ସହିତ CSK ଅର୍ଡର ନେବା ମଧ୍ଯ ଆରମ୍ଭ କରିଛି । ଆଇପିଏଲ୍ ପୂର୍ବରୁ ଚେନ୍ନାଇ ଜର୍ସି ଅର୍ଡର କରିବା ପାଇଁ ଏକ ଲିଙ୍କ୍ ମଧ୍ଯ ଦିଆଯାଇଛି । ଯାହା ଉପରେ କ୍ଲିକ୍ କରି ଆପଣ ନୂତନ ଜର୍ସି ଅର୍ଡ଼ର କରିପାରିବେ ।

 

ଆଇପିଏଲ ଦୌଡ଼ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସମକକ୍ଷ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ଉଭୟ ଚେନ୍ନାଇ ଓ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ୫-୫ ଆଇପିଏଲ ଟାଇଟଲ ଜିତିଛନ୍ତି । ଆଇପିଏଲ୍ ୨୦୨୩ରେ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ ୫ ଥର ପାଇଁ ଆଇପିଏଲରେ ବିଜୟୀ ହୋଇଥିବା ଦଳ । ଏହାପୂର୍ବରୁ ଆଇପିଏଲରେ ସର୍ବାଧିକ ଟାଇଟେଲ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ରହିଥିଲା ।

ଶେଷ ଆଇପିଏଲ ଖେଳିବେ ଧୋନୀ!

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏହା ଶେଷ ଆଇପିଏଲ୍ ସିଜନ ହୋଇପାରେ । ଗତ ୨-୩ ବର୍ଷ ଧରି ଧୋନୀ କୌଣସି ମୂହୂର୍ତ୍ତରେ ଆଇପିଏଲରୁ ଅବସର ନେଇପାରିନ୍ତି ବୋଲି ଚର୍ଚ୍ଚା ହେଉଥିଲା । ନିଜେ ଧୋନି ଆଇପିଏଲ୍ ୨୦୨୪ ଖେଳିବାକୁ ଚାହୁଁନଥିଲେ ମଧ୍ଯ ପ୍ରଶଂସକଙ୍କ ଭଲ ପାଇବା ପାଇଁ ଖେଳିବାକୁ ପଡିବ ବୋଲି ସେ କହିଥିଲେ। ଏଭଳି ପରିସ୍ଥିତିରେ ଧୋନି ଆଇପିଏଲ୍ ୨୦୨୪ ପରେ ଖେଳିବେ ନାଁ ଏହା ତାଙ୍କର ଶେଷ ଆଇପିଏଲ ସିଜିନ ହେବ ତାହା ଦେଖିବା ବାକି ରହିଲା । ​

 

Read More
{}{}