Hindi News >>Home >>Odisha Sports

IPL 2024: ଧୋନିଙ୍କ CSK ଟିମ୍ ପାଇଁ ବଡ଼ ଝଟକା, ଆଘାତ ଯୋଗୁଁ ଷ୍ଟାର ଏହି ଫାଷ୍ଟ ବୋଲର ହେଲେ ଆଉଟ୍

IPL 2024: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଆରମ୍ଭ ପୂର୍ବରୁ, ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ଷ୍ଟାର ଫାଷ୍ଟ ବୋଲର ମଥିସା ପଥିରାନା (Mathisha Pathirana) ଆହତ ହୋଇଛନ୍ତି। ଶେଷ ଟାଇଟଲ୍ ବିଜୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଗତ ସିଜନରେ ୧୯ଟି ୱିକେଟ୍ ନେଇଥିଲେ।  

Advertisement
IPL 2024 CSK Team
Stop
Jagdish Barik|Updated: Mar 16, 2024, 10:30 PM IST

IPL 2024: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଆଗାମୀ ସିଜନ ୨୨ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଚେପାକ୍ ଷ୍ଟାଡିୟମରେ ଏମ୍ଏସ୍ ଧୋନିଙ୍କ ଚେନ୍ନାଇ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହାର ଉଦଘାଟନୀ ମ୍ୟାଚ୍ ପୂର୍ବରୁ CSK ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ଷ୍ଟାର ଫାଷ୍ଟ ବୋଲର ଶ୍ରୀଲଙ୍କା ଖେଳାଳି ମଥିସା ପଥିରାନାଙ୍କୁ (Mathisha Pathirana) ହାମଷ୍ଟ୍ରିଂ ଆଘାତ ଯୋଗୁଁ ଚାରିରୁ ପାଞ୍ଚ ସପ୍ତାହ ବାହାରେ ରହିବାକୁ ପଡିପାରେ। ୬ ମାର୍ଚ୍ଚରେ ସିଲହେଟରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ପଥିରାନା ଆହତ ହୋଇଥିଲେ ଓ ନିଜର ଓଭର ପୂରା ନକରି ପଡ଼ିଆ ବାହାରକୁ ଚାଲି ଯାଇଥିଲେ, ଯାହା ପରେ ସେ ମ୍ୟାଚରୁ ଦୂରେଇ ଯାଇଥିଲେ।

ଗତ ସିଜନରେ ପଥୀରାନା ନେଇଥିଲେ ୧୯ ୱିକେଟ୍ 
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଦାବି କରିଛି ଯେ ମଥିସା ପଥିରାନା ଆଇପିଏଲର ପ୍ରାରମ୍ଭିକ ମ୍ୟାଚରୁ ଦୂରେଇ ରହିପାରନ୍ତି। ଆଇପିଏଲର ଶେଷ ସିଜନରେ ପଥିରାନା ୧୨ଟି ମ୍ୟାଚରେ ୧୯ଟି ୱିକେଟ୍ ନେଇ CSK ର ଟାଇଟଲ୍ ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ଏମଏସ ଧୋନିଙ୍କ ପଞ୍ଚମ ଆଇପିଏଲ ଟାଇଟଲ ଥିଲା। ଏକ ଆଇପିଏଲ୍ ସୂତ୍ର ନ୍ୟୁଜ୍ ଏଜେନ୍ସି PTI କୁ କହିଛି ଯେ ଏକ ଗ୍ରେଡ୍-୧ ହାମଷ୍ଟ୍ରିଙ୍ଗ୍ ସାଧାରଣତଃ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ଦୁଇରୁ ତିନି ସପ୍ତାହ ସମୟ ନେଇଥାଏ। ପଥିରାନାଙ୍କ ଆଘାତର ସ୍ତର କ’ଣ ତାହା ଦେଖିବାକୁ ବାକି ରହିଛି। ଏଭଳି ପରିସ୍ଥିତିରେ ସେ ପ୍ରଥମ କିଛି ମ୍ୟାଚ୍ ପାଇଁ ଉପଲବ୍ଧ ହେବେ କି ନାହିଁ ତାହା କହିବା କଷ୍ଟକର।

ଡିଭନ୍ କନୱେ ମଧ୍ୟ ହୋଇଛନ୍ତି ଆହତ 
ସିଜିନ୍ ଆରମ୍ଭ ହେବା ପୂର୍ବରୁ ଏମଏସ ଧୋନିଙ୍କ CSK ଦ୍ୱିତୀୟ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଡିଭନ୍ କନୱେ ଆଙ୍ଗୁଠି ଅସ୍ତ୍ରୋପଚାର କରିଛନ୍ତି ଓ ସେ ପ୍ରଥମ ମ୍ୟାଚ୍ ଖେଳିବାର ସମ୍ଭାବନା ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ନ୍ୟୁଜିଲ୍ୟାଣ୍ଡର ତୃତୀୟ ଟି-୨୦ ମ୍ୟାଚ୍ ସମୟରେ କନୱେଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲେ। ଉଭୟ ସିଏସକେ ଓ ଏମଏସ ଧୋନି ଏଥର କ୍ରମାଗତ ଚାମ୍ପିୟନ ହେବାକୁ ନଜର ରଖିବେ। ବୋଧହୁଏ ଏହି ସିଜିନ ପରେ ଧୋନି ଅଧିନାୟକ ଭୂମିକାରେ ଆଗକୁ ନ ରହିପାରନ୍ତି। ସେ ଜଣେ ଖେଳାଳି ଭାବରେ ଆଇପିଏଲରୁ ମଧ୍ୟ ଅବସର ନେଇପାରନ୍ତି।

Read More
{}{}