Hindi News >>Home >>Odisha Sports

IPL 2023: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେନି ରୋହିତ ଶର୍ମା ଓ ଜୋଫ୍ରା ଆର୍ଚର? କୋଚ୍ କଲେ ନିଶ୍ଚିତ

Mumbai Indians vs Royal Challengers Bangalore​: ମୁମ୍ୱାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଜି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ କୋଚ୍ ମାର୍କ ବଚର୍ ଏକ ବଡ଼ ବୟାନ ଦେଇଛନ୍ତି । କେବଳ ରୋହିତ ଶର୍ମା (Rohit Sharma) ନୁହଁନ୍ତି, ଦଳର ପେସର ଜୋଫ୍ରା ଆର୍ଚର (Jofra Archer) ଙ୍କ ବିଷୟରେ ମଧ୍ୟ ସେ ଏକ ଅପଡେଟ୍ ଦେଇଛନ୍ତି ।

Advertisement
IPL 2023: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେନି ରୋହିତ ଶର୍ମା ଓ ଜୋଫ୍ରା ଆର୍ଚର? କୋଚ୍ କଲେ ନିଶ୍ଚିତ
Stop
Tamal Bakchi|Updated: Apr 02, 2023, 07:14 AM IST

IPL 2023 Rohit Sharma Mumbai Indians: ରେକର୍ଡ ପାଞ୍ଚ ଥରର ଚାମ୍ପିଅନ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ (IPL 2023) ର ୧୬ତମ ସିଜନରେ ପ୍ରଥମ ମ୍ୟାଚ୍ ଆଜି (ରବିବାର) ଅର୍ଥାତ ଏପ୍ରିଲ ୨ରେ ଖେଳିବ (Mumbai Indians vs Royal Challengers Bangalore) । ମୁମ୍ୱାଇ ଇଣ୍ଡିଆନ୍ସ (Mumbai Indians) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (MI vs RCB) କୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ କୋଚ୍ ମାର୍କ ବଚର୍ (Mark Boucher) ଏକ ବଡ଼ ବୟାନ ଦେଇଛନ୍ତି । କେବଳ ରୋହିତ ଶର୍ମା (Rohit Sharma) ନୁହଁନ୍ତି, ଦଳର ପେସର ଜୋଫ୍ରା ଆର୍ଚର (Jofra Archer) ଙ୍କ ବିଷୟରେ ମଧ୍ୟ ସେ ଏକ ଅପଡେଟ୍ ଦେଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ (Mumbai Indians Captain) ରୋହିତ ଶର୍ମା (Rohit Sharma) ଆଇପିଏଲର ୧୬ ତମ ସିଜିନ ଆରମ୍ଭ ପୂର୍ବରୁ ସମସ୍ତ ଦଳର ଫଟୋ ସୁଟର ଅଂଶ ଗ୍ରହଣ କରିନଥିଲେ । ତା’ପରେ ତାଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ ତାଙ୍କ ସ୍ୱାସ୍ଥ୍ୟ ଭଲ ନୁହେଁ, ସେ ଫିଟ୍ ନୁହଁନ୍ତି । ପରେ ଜାଣିବାକୁ ପାଇଲା ଯେ ରୋହିତ ଶର୍ମାଙ୍କ ସ୍ୱାସ୍ଥ୍ୟ ସେତେବେଳେ ଭଲ ନଥିଲା । ତେଣୁ ସେ ଅହମ୍ମଦାବାଦରେ ପହଞ୍ଚି ପାରିନଥିଲେ । ବର୍ତ୍ତମାନ ମୁମ୍ବାଇ ଦଳର କୋଚ୍ ମାର୍କ ବଚର୍ (Mark Boucher) ରୋହିତ ଓ ଟିମ୍ ପେସର୍ ଜୋଫ୍ରା ଆର୍ଚର (Jofra Archer) ଙ୍କ ବିଷୟରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି ।

ଆରସିବି ବିପକ୍ଷ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମାର୍କ ବଚର୍ ଏକ ବଡ଼ ବୟାନ ଦେଇଛନ୍ତି । ସେ ନିଶ୍ଚିତ କରିଛନ୍ତି ଯେ, ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ରବିବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି ବିପକ୍ଷ ଆଇପିଏଲ ୧୬ର ଓପନିଂ ମ୍ୟାଚରେ ଖେଳିବାକୁ ଫିଟ୍ ଅଛନ୍ତି । ଦଳର ଉଦଘାଟନୀ ମ୍ୟାଚ ପାଇଁ ରୋହିତ ଶର୍ମା ଉପଲବ୍ଧ ନଥାଇ ପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା । ସେ ଅହମ୍ମଦାବାଦରେ କ୍ୟାପଟେନଙ୍କ ଫଟୋ ସୁଟରେ ଉପସ୍ଥିତ ନଥିଲେ କିନ୍ତୁ ବୁଚର୍ ସମସ୍ତ କଳ୍ପନା ଜଳ୍ପନାକୁ ଖାରଜ କରିଦେଇଛନ୍ତି ।

ଶନିବାର ସାମ୍ବାଦିକ ସମ୍ମିଳନୀରେ ବୁଚର କହିଛନ୍ତି ଯେ, "ଆଜ୍ଞା ହଁ, ରୋହିତ ଶର୍ମା ଫିଟ୍ ଅଛନ୍ତି । ସେ ଗତ ୨ ଦିନ ପାଇଁ ଟ୍ରେନିଂ ନେଇଛନ୍ତି ଓ ସେ ଖେଳିବାକୁ ୧୦୦ ପ୍ରତିଶତ ଫିଟ୍ ଅଛନ୍ତି । ସେଦିନ ସକାଳେ ସେ ଭଲ ଅନୁଭବ କରୁନଥିଲେ ଓ ସତର୍କତାମୂଳକ ପଦକ୍ଷେପ ଭାବରେ ଆମେ ତାଙ୍କୁ ଘରେ ରହିବାକୁ କହିଥିଲୁ । ଖେଳାଳୀଙ୍କୁ ଅନେକ ଫଟୋ-ସୁଟ୍ କରିବାକୁ ପଡ଼ିଥାଏ । ତେଣୁ ସେମାନେ ନିଜ ପାଇଁ ଅଧିକ ସମୟ ପାଆନ୍ତି ନାହିଁ । ତେଣୁ ଆମେ ଭାବିଲୁ ଏହା ଭଲ ହେବ ।"

ଅଧିକ ପଢ଼ନ୍ତୁ:-ଏସିଆ କପ୍ ୨୦୨୩ ହେବ ରଦ୍ଦ!

ଅଧିକ ପଢ଼ନ୍ତୁ:-ମାସର ପ୍ରଥମ ଦିନରେ ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର, ରାଜ୍ୟ ସରକାର ବଢ଼ାଇଲେ ୪ ପ୍ରତିଶତ ମହଙ୍ଗା ଭତ୍ତା

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ବଡ଼ ଖୁସି ଖବର, ବଢ଼ିବ ବେସିକ୍ ଦରମା!

ଷ୍ଟାର ପେସର ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଇଂଲଣ୍ଡର ଦ୍ରୁତ ବୋଲର ଆର୍ଚର ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲିଂ ଆଟାକର ନେତୃତ୍ୱ ନେବେ । ସେ ନିଜେ ଦୀର୍ଘ ସମୟ ପରେ ଆଘାତରୁ ଫେରୁଛନ୍ତି । ବୁଚର୍ ସ୍ପଷ୍ଟ କରିଛନ୍ତି ଯେ ଆର୍ଚର ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । କୋଚ୍ କହିଛନ୍ତି ଯେ, ଜୋଫ୍ରା ଆରସିବି ବିପକ୍ଷ ମ୍ୟାଚ୍ ପାଇଁ ଶତ ପ୍ରତିଶତ ପ୍ରସ୍ତୁତ ଅଛନ୍ତି । ସେ ଟ୍ରେନିଂ କରିନଥିଲେ କିନ୍ତୁ ଏହା ଏକ ଇଚ୍ଛାଧୀନ ତାଲିମ ଅଧିବେଶନ ଥିଲା । ସେ ଅନୁଭବ କଲେ ଯେ ସେ ମ୍ୟାଚ୍ ପାଇଁ ପ୍ରସ୍ତୁତ ଓ ସେ ଖେଳିବେ ।

Read More
{}{}