Hindi News >>Home >>Odisha Sports

IPL 2023 Auction: ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ କରିଥିଲେ ଡେବ୍ୟୁ, ଆଇପିଏଲରେ ଏହି ଖେଳାଳିଙ୍କୁ ୫୦ ଲକ୍ଷରେ କିଣିଲା ଲକ୍ଷ୍ନୌ ଟିମ୍!

IPL 2023 Auction: ଏପରି ଏକ ନାମ ଅଛି, ଯାହାଙ୍କ ଅକ୍ସନ ହେବାର ଖବର ଅନେକ ଲୋକ ଜାଣି ନଥିଲେ ଓ ଏହା ପରେ ମଧ୍ୟ ସେ ବିକ୍ରି ହୋଇଛନ୍ତି । ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ଏହି ଖେଳାଳିଙ୍କୁ ବର୍ତ୍ତମାନ ଲକ୍ଷ୍ନୌର ଆଇପିଏଲ୍ କ୍ୟାମ୍ପରେ ଦେଖିବାକୁ ମିଳିବ ।

Advertisement
IPL 2023 Auction: ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ କରିଥିଲେ ଡେବ୍ୟୁ, ଆଇପିଏଲରେ ଏହି ଖେଳାଳିଙ୍କୁ ୫୦ ଲକ୍ଷରେ କିଣିଲା ଲକ୍ଷ୍ନୌ ଟିମ୍!
Stop
Tamal Bakchi|Updated: Dec 25, 2022, 08:52 AM IST

IPL 2023 Auction: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ ଅକ୍ସନ (IPL 2023 Auction) ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି ​। ଏହି ସମୟରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି ଯେଉଁମାନଙ୍କୁ ଅଣଦେଖା କରାଯାଇଛି । ଏହି ତାଲିକାରେ ଶ୍ରେୟାସ ଗୋପାଳ ଓ ଡେଭିଡ ମାଲାନଙ୍କ ଭଳି ଖେଳାଳି ସାମିଲ ଅଛନ୍ତି । କିନ୍ତୁ ଏପରି ଏକ ନାମ ଅଛି, ଯାହାଙ୍କ ଅକ୍ସନ ହେବାର ଖବର ଅନେକ ଲୋକ ଜାଣି ନଥିଲେ ଓ ଏହା ପରେ ମଧ୍ୟ ସେ ବିକ୍ରି ହୋଇଛନ୍ତି । ୨୦୦୩ରେ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ଟିମ୍ ଇଣ୍ଡିଆ (Team India) ପାଇଁ ଡେବ୍ୟୁ କରିଥିବା ଏହି ଖେଳାଳିଙ୍କୁ ବର୍ତ୍ତମାନ ଲକ୍ଷ୍ନୌ (Lucknow Super Giants) ର ଆଇପିଏଲ୍ (IPL) କ୍ୟାମ୍ପରେ ଦେଖିବାକୁ ମିଳିବ ।

ଏହି ଖେଳାଳିଙ୍କ ନାମ ହେଉଛି ଅମିତ ମିଶ୍ରା (Amit Mishra) । କେ.ଏଲ୍ ରାହୁଲ (KL Rahul) ଙ୍କ ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ଅମିତ ମିଶ୍ରା ଙ୍କୁ ୫୦ ଲକ୍ଷରେ କିଣିଛି । ଏହା ମଧ୍ୟ ତାଙ୍କର ବେସ୍ ପ୍ରାଇସ୍ ଥିଲା । ଅର୍ଥାତ୍ ତାଙ୍କ ପାଇଁ ଅନ୍ୟ କୌଣସି ଦଳ ବିଡ୍ କରି ନଥିଲେ । ଅମିତ ମିଶ୍ରା ପୂର୍ବରୁ ୨୦୦୮-୨୦୧୦ ମଧ୍ୟରେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ୨୦୧୫-୨୦୨୧ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଛନ୍ତି । ମଝିରେ ଅମିତ ମିଶ୍ରା ଡେକାନ୍ ଚାର୍ଜର୍ସ ସହିତ କିଛି ସିଜନ ବିତାଇଥିଲେ । ସେ ସନରାଇଜର୍ସ ହାଇଦ୍ରାବାଦ ସହିତ କିଛି ବର୍ଷ ଖେଳିଛନ୍ତି ।

ବହୁତ କମ୍ ଲୋକ ଜାଣିଥିଲେ ଯେ, ୪୦ ବର୍ଷୀୟ ଅମିତ ମିଶ୍ରା ଅକ୍ସନରେ ସାମିଲ ଅଛନ୍ତି । ଅନ୍ୟ ଅର୍ଥରେ ଏହା ମଧ୍ୟ କହି ହେବ ଯେ ବହୁତ କମ୍ ଲୋକ ଏହା ଉପରେ ଧ୍ୟାନ ଦେଇଥିଲେ । ୨୦୦୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଇଁ ODI ଡେବ୍ୟୁ କରିଥିବା ଅମିତ ମିଶ୍ରାଙ୍କୁ ବହୁ ବର୍ଷ ପୂର୍ବେ ଭାରତର ବ୍ଲୁ ଜର୍ସିରେ ଦେଖିବାକୁ ମିଳିଥିଲା । ୨୦୧୭ ମସିହାରେ ସେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ ।

ଆଇପିଏଲରେ ଅମିତ ମିଶ୍ରାଙ୍କର ଏକ ଅନନ୍ୟ ରେକର୍ଡ ଅଛି । ସେ IPL ୨୦୦୮ରେ ଦିଲ୍ଲୀ ପାଇଁ ଖେଳୁଥିବାବେଳେ ଡେକାନ ଚାର୍ଜର୍ସ ବିପକ୍ଷରେ,  IPL ୨୦୧୧ରେ ଡେକାନ ଚାର୍ଜର୍ସ ପାଇଁ ଖେଳୁଥିବାବେଳେକିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଏବଂ IPL ୨୦୧୩ରେ ସନରାଇଜର୍ସ ପାଇଁ ଖେଳୁଥିବାବେଳେ ପୁଣେ ୱାରିୟର୍ସ ଇଣ୍ଡିଆ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ । ଏହା ସହ ଅମିତ ମିଶ୍ରା ଆଇପିଏଲରେ ତିନୋଟି ହ୍ୟାଟ୍ରିକ୍ ନେଇଥିବା ପ୍ରଥମ ବୋଲର ହୋଇଥିଲେ ।

ଅଧିକ ପଢ଼ନ୍ତୁ:-ସେହୱାଗଙ୍କ ଭଣଜା କ୍ଷଣକରେ ହେଲେ କୋଟିପତି, ଫିଟନେସରେ ଦେଇଥାନ୍ତି କୋହଲିଙ୍କୁ ଟକ୍କର

ଅଧିକ ପଢ଼ନ୍ତୁ:-ବିଶ୍ୱକପ ୨୦୨୩ରେ ଏପରି ନଜର ଆସିପାରେ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ, ଏସବୁ ଦିଗ୍ଗଜଙ୍କ ହୋଇପାରେ ଛୁଟି; ଦେଖନ୍ତୁ ସମ୍ଭାବ୍ୟ ତାଲିକା

ଅଧିକ ପଢ଼ନ୍ତୁ:-ବାଂଲାଦେଶ ଗସ୍ତ ମଧ୍ୟରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପାଇଁ ଖରାପ ଖବର, ଆଇପିଏଲରେ କେହିଁ କିଣିଲେ ନାହିଁ

ଅମିତ ମିଶ୍ରାଙ୍କ ଆଇପିଏଲ୍ ରେକର୍ଡ ଚମତ୍କାର ରହିଛି । ସେ ୧୫୪ଟି ମ୍ୟାଚରେ ୧୬୬ ୱିକେଟ୍ ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ବୋଲିଂ ହେଉଛି ୧୭ ରନ୍ ଦେଇ ୫ଟି ୱିକେଟ୍ ନେବା । ୨୪ର ଏଭେରେଜରେ ଓ ପ୍ରାୟ ୭.୫ର ଇକୋନୋମି ଦର୍ଶାଏ ଯେ ଅମିତ ମିଶ୍ରା ଏହି ଫର୍ମାଟରେ କେତେ ପ୍ରଭାବଶାଳୀ ବୋଲି ପ୍ରମାଣିତ କରେ । ଯଦିଓ IPL ୨୦୨୦ ଓ IPL ୨୦୨୧ ତାଙ୍କ ପାଇଁ ଭଲରେ ଯାଇନଥିଲା । ୨୦୨୦ରେ ଅମିତ ମିଶ୍ରା କେବଳ ୩ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ ଓ ୨୦୨୧ରେ କେବଳ ୪ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ବର୍ତ୍ତମାନ କେ.ଏଲ୍ ରାହୁଲଙ୍କ ଦଳ ତାଙ୍କୁ କିପରି ବ୍ୟବହାର କରୁଛନ୍ତି, ତାହା ଦେଖିବାକୁ ଆକର୍ଷଣୀୟ ହେବ ।

Read More
{}{}