Hindi News >>Home >>Odisha Sports

ଶୁଟିଂ ସ୍କିଟ ମିକ୍ସଡ ଇଭେଣ୍ଟ, ୧ ପଏଣ୍ଟ ପାଇଁ ପଦକରୁ ବଞ୍ଚିତ ହେଲେ ଭାରତୀୟ ଟିମ୍

ଚାଇନା ମ୍ୟାଚରେ ବାଜିମାତ କରିବା ସହ ଭାରତର ବ୍ରୋଞ୍ଚ ପଦକ ଆଶାକୁ ନିରାଶା କରିଛି । ଚାଇନା ଦଳର ଲୟୁ ଜିଆନଲିନଙ୍କ ସହ ଜିଆଙ୍ଗ ୟିଟିଙ୍ଗ ୪୪ ପଏଣ୍ଟ ହାସଲ କରି ଭାରତୀୟ ଯୋଡିଙ୍କୁ ହରାଇଛନ୍ତି । ଭାରତର ସ୍କୋର ୪୩ ପଏଣ୍ଟରେ ଅଟକି ଯାଇଥିଲା ।

Advertisement
ଶୁଟିଂ ସ୍କିଟ ମିକ୍ସଡ ଇଭେଣ୍ଟ, ୧ ପଏଣ୍ଟ ପାଇଁ ପଦକରୁ ବଞ୍ଚିତ ହେଲେ ଭାରତୀୟ ଟିମ୍
Stop
Soubhagya Ranjan Mishra|Updated: Aug 05, 2024, 09:23 PM IST

Olympic Games Paris 2024: ଶୁଟିଂ ସ୍କିଟ ମିକ୍ସଡ ଇଭେଣ୍ଟରେ ଭାରତୀୟ ଯୋଡି ମାହେଶ୍ୱରୀ ଚୌହାନ ଓ ଅନନ୍ତଜିତ ସିଂହଙ୍କୁ ମାତ୍ର ୧ ପଏଣ୍ଟ ପାଇଁ ବ୍ରୋଞ୍ଜ ପଦକରୁ ବଞ୍ଚିତ ହେବାକୁ ପଡିଛି । ଚାଇନା ମ୍ୟାଚରେ ବାଜିମାତ କରିବା ସହ ଭାରତର ବ୍ରୋଞ୍ଚ ପଦକ ଆଶାକୁ ନିରାଶା କରିଛି । ଚାଇନା ଦଳର ଲୟୁ ଜିଆନଲିନଙ୍କ ସହ ଜିଆଙ୍ଗ ୟିଟିଙ୍ଗ ୪୪ ପଏଣ୍ଟ ହାସଲ କରି ଭାରତୀୟ ଯୋଡିଙ୍କୁ ହରାଇଛନ୍ତି । ଭାରତର ସ୍କୋର ୪୩ ପଏଣ୍ଟରେ ଅଟକି ଯାଇଥିଲା ।

ତେବେ ଖେଳପ୍ରେମୀଙ୍କ ପାଇଁ ଆଜିର ଲଢେଇ ଖୁବ ରୋମାଞ୍ଚକର ରହିଥିଲା । ଷ୍ଟେସନ ୧ରେ ମାହେଶ୍ୱର ୪ରୁ ୪ ପଏଣ୍ଟ ହାସଲ କରିଥିବା ସମୟରେ ଅନନ୍ତଜିତ ୪ରୁ ୩ ପଏଣ୍ଟ ହାସଲ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଭାରତୀୟ ଟିମ୍ ଗୋଟିଏ ପଏଣ୍ଟ ପଛରେ ରହିଥିଲା । ଷ୍ଟେସନ ୨ରେ ଉଭୟ ମାହେଶ୍ୱରୀ ଓ ଅନନ୍ତଜିତଙ୍କର ଗୋଟିଏ ଲେଖାଏ ଶଟ ମିସ ହୋଇଥିଲା ଫଳରେ ସ୍କୋର ୧୬-୧୬ ରହିଥିଲା । ତୃତୀୟ ଷ୍ଟେସନ ସମୟରେ ୨୪-୨୦ରେ ଚାଇନା ଆଗରେ ରହିଥିଲା । ଚତୁର୍ଥ ଷ୍ଟେଶନରେ ମଧ୍ୟ ଖେଳ ଏତେ ଦମଦାର ହୋଇପାରିନଥିଲା । ଶେଷ ଷ୍ଟେଶନରେ ସବୁ ଟାର୍ଗେଟକୁ ହିଟ୍ କରିବାରେ ସକ୍ଷମ ହୋଇଥିଲେ ଭାରତୀୟ ଯୋଡି । କିନ୍ତୁ ଚାଇନା ଟିମ୍ ଚତୁରତାର ସହ କୌଣସି ଶଟ୍ ମିସ୍ କରିନଥିଲେ । ଫଳରେ ଭାରତୀୟ ଟିମକୁ ୪୩ ପଏଣ୍ଟ ମିଳିଥିବା ସମୟରେ ଚାଇନା ୪୪ ପଏଣ୍ଟ ହାସଲ କରି ବାଜିମାତ କରିନେଇଥିଲା ।

Also Read- ସ୍ବାଧୀନତା ଦିବସ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଜିଲ୍ଲାସ୍ତରକୁ ଅଧିକ ଅର୍ଥ ବରାଦ

Read More
{}{}