Hindi News >>Home >>Odisha Sports

ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ଭାରତ ଜିତିଲା Diamond League Trophy

Neeraj Chopra won Diamond League Final: ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ଡାଏମଣ୍ଡ ଲିଗ୍ ଟ୍ରଫି ଜିତିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ୮୮.୪୪ ମିଟର ଜାଭେଲିନ୍ ଫିଙ୍ଗି ଜିତିଛନ୍ତି । ପ୍ରଥମ ପ୍ରୟାସ ରେ ନୀରଜ ବିଫଳ ହୋଇଥିଲେ । ସୁଇଜରଲ୍ୟାଣ୍ଡର ଜୁରିକ ସହରରେ ପ୍ରତିଯୋଗିତା ଚାଲିଥିଲା ।

Advertisement
ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ଭାରତ ଜିତିଲା Diamond League Trophy
Stop
Zee Odisha Desk|Updated: Sep 09, 2022, 09:17 AM IST

Neeraj Chopra won Diamond League Final: ପୁଣି ଥରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସେ ଡାଏମଣ୍ଡ ଲିଗ୍ ଟ୍ରଫି ଜିତିଛନ୍ତି। ଗୁରୁବାର ରାତିରେ ଜୁରିଚରେ ଅନୁଷ୍ଠିତ ଇଭେଣ୍ଟର ଗ୍ରାଣ୍ଡ ଫାଇନାଲ ଆୟୋଜିତ ହୋଇଥିଲା। ଏଥିରେ ୨୪ ବର୍ଷୀୟ ଭାରତୀୟ ଆଥଲେଟ୍ ୮୮.୪୪ ମିଟର ଜାଭଲିନ୍ ଫିଙ୍ଗି ଚାମ୍ପିଅନ୍ ହୋଇଥିଲେ। ନୀରଜଙ୍କ ପ୍ରଥମ ପ୍ରୟାସ ବିଫଳ ହୋଇଥିବା ବେଳେ ଦ୍ୱିତୀୟରେ ଇତିହାସ ରଚିଥିଲେ। ଚେକ ରିପବ୍ଲିକର ଜାକୁବ ଭାଡଲେଜ (୮୬.୯୪ ମିଟର) ଏବଂ ଜୁଲିଆନ ୱେବର (୮୩.୭୩ ମିଟର)ଙ୍କୁ ଭାରତୀୟ ଷ୍ଟାର୍ ଆଥଲେଟ ପରାସ୍ତ କରିଛନ୍ତି।

ଡାଇମଣ୍ଡ ଲିଗ ଫାଇନାଲରେ ନୀରଜ ଚୋପ୍ରାଙ୍କ ଆରମ୍ଭ ମନ୍ଥର ଥିଲା। ପ୍ରଥମ ଥ୍ରୋ ରେଡ୍ ଫ୍ଲାଗ୍ ହୋଇଥିଲା। ତେବେ ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ନୀଜର ୮୮.୪୪ ମିଟରର ସବୁଠାରୁ ଲମ୍ବା ଥ୍ରୋ ସହ ଅଗ୍ରଣୀ ହାସଲ କରିଥିଲେ। ତାଙ୍କ ଚେକ ପ୍ରତିଦ୍ୱନ୍ଦ୍ୱୀ ୮୬ ମିଟର ଥ୍ରୋ ସହ ଦ୍ୱିତୀୟରେ ଥିଲେ। ବିଶ୍ୱ ଚାମ୍ପିଅନ୍ ଆଣ୍ଡରସନ୍ ପିଟରସ ହେଉଛନ୍ତି ନୀରଜଙ୍କ ବଡ ପ୍ରତିଦ୍ୱନ୍ଦ୍ୱୀ। କିନ୍ତୁ ଏହି ଇଭେଣ୍ଟରେ ପିଟରସ୍ ପ୍ରତିଯୋଗୀତା ନକରିବା କାରଣରୁ ଭାରତୀୟ ଆଥଲେଟ ସହଜରେ ନିଜ ନାମରେ ଆଉ ଏକ ରେକର୍ଡ ଲିପ୍ପିବଦ୍ଧ କରିଛନ୍ତି।

Also Read: FIH Hockey World Cup 2023: ବାଜିଲା ହକି ବିଶ୍ୱକପ ବିଗୁଲ, 'ପୁଲ୍-ଡି'ରେ ଭାରତ ସହ ଏହି ସବୁ ଦଳ

ଗତ ମାସ ଶେଷରେ ଜାଭେଲିନ୍ ତାରକା ଚୋପ୍ରା ୮୯.୦୯ ମିଟର ଥ୍ରୋ ସହ Lausanne Diamond League ଜିତିଥିଲେ। ଏହା ପରେ ଜୁରିଚ ଲିଗରେ ତାଙ୍କ ସ୍ଥାନ ପକ୍କା ହୋଇଥିଲା। ଆଘାତ ଯୋଗୁଁ ମାସକର ବିରତ ପରେ ସେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ। ଏହି କାରଣରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡାରୁ ମଧ୍ୟ ବଞ୍ଚିତ ହୋଇଥିଲେ। ବର୍ତ୍ତମାନ ନୀରଜ ଚୋପ୍ରା ଫର୍ମରେ ଅଛନ୍ତି। ଆଶା କରାଯାଉଛି ଯେ ସର୍ବାଧିକ ୯୦ ମିଟର ସହ ସେ ନିଜର ଚଳିତ ସିଜିନ ଶେଷ କରିବେ।

ଜୁନରେ ନୀରଜ ଏକ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିବାର ନିକଟତର ଥିଲେ। ସେ ଷ୍ଟାରହୋମରେ ୮୯.୯୪ ମିଟର ଥ୍ରୋ କରିଥିଲେ। ଚୋପ୍ରା ଚଳିତ ସିଜନରେ ହୋଇଥିବା ଫର୍ମ ବିଷୟରେ କହିଲେ, ସେ ସେହି ମାସରେ ପାଭୋ ନୁରମି ଗେମ୍ସରେ ୮୯.୩୦ ମିଟର ରେକର୍ଡ କରିଥିଲେ। ପରବର୍ତ୍ତୀ ସମୟରେ, ସେ ଜୁଲାଇରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପରେ ୮୮.୧୩ ମିଟର ଜାଭେଲିନ୍ ଭିଙ୍ଗି ଏକ ଐତିହାସିକ ରୌପ୍ୟ ପଦକ ଜିତିଥିଲେ।

 

 

 

 

Read More
{}{}