Hindi News >>Home >>Odisha Sports

IND vs SL T20: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜ୍ ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିବେ? ଜାଣନ୍ତୁ ପୂରା ଡିଟେଲ୍ସ

India vs Srilanka T20 Series: ନୂଆ ବର୍ଷ ଆରମ୍ଭରୁ ଏକ ବ୍ଲକବଷ୍ଟର ସିରିଜ୍ ସହିତ ଟିମ୍ ଇଣ୍ଡିଆର ଆରମ୍ଭ ହେବ । ଆସନ୍ତା ବର୍ଷ ବିଶ୍ୱ କ୍ରିକେଟର କିଛି ବଡ଼ ମ୍ୟାଚ୍ ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆକୁ ମଧ୍ୟ ଅନେକ ମ୍ୟାଚ୍ ଖେଳିବାର ଅଛି । ଯାହା ସାରା ଦେଶରେ ପ୍ରଶଂସକଙ୍କୁ ଆକର୍ଷିତ କରିବ ।

Advertisement
IND vs SL T20: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜ୍ ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିବେ? ଜାଣନ୍ତୁ ପୂରା ଡିଟେଲ୍ସ
Stop
Tamal Bakchi|Updated: Dec 28, 2022, 04:51 PM IST

India vs Srilanka T20 Series: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବାର କିଛି ଦିନ ମଧ୍ୟରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଟି-20 ସିରିଜ (IND vs SL T20 Series) ଖେଳିବାକୁ ଯାଉଛି । ନୂଆ ବର୍ଷ ଆରମ୍ଭରୁ ଏକ ବ୍ଲକବଷ୍ଟର ସିରିଜ୍ ସହିତ ଟିମ୍ ଇଣ୍ଡିଆ (Team India) ର ଆରମ୍ଭ ହେବ । ଆସନ୍ତା ବର୍ଷ ବିଶ୍ୱ କ୍ରିକେଟର କିଛି ବଡ଼ ମ୍ୟାଚ୍ ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆକୁ ମଧ୍ୟ ଅନେକ ମ୍ୟାଚ୍ ଖେଳିବାର ଅଛି । ଯାହା ସାରା ଦେଶରେ ପ୍ରଶଂସକଙ୍କୁ ଆକର୍ଷିତ କରିବ ।

ଭାରତୀୟ ଦଳ ଏକ ନୂତନ ସିରିଜ୍ ସହିତ ନୂତନ ବର୍ଷ ଆରମ୍ଭ କରିବ । ଟିମ୍ ଇଣ୍ଡିଆ ନୂଆ ବର୍ଷ ଆରମ୍ଭରେ ବର୍ତ୍ତମାନର ଏସିଆ କପ୍ ୨୦୨୨ର ଚାମ୍ପିଅନ୍ ଶ୍ରୀଲଙ୍କାକୁ ଭେଟିବ । କ୍ରିକେଟ ପ୍ରେମୀ ମାନେ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଟି-20 ଅନ୍ତର୍ଜାତୀୟ ଦେଖିବାକୁ ପାଇବେ, ଯାହା ଜାନୁଆରୀ ୩,୨୦୨୩ରୁ ଷ୍ଟାର ସ୍ପୋର୍ଟସ ନେଟୱାର୍କ ଓ ଡିଜନି ପ୍ଲସ୍ ହଟଷ୍ଟାରରେ ସିଧା ପ୍ରସାରଣ ହେବ । ପୂରା ଅଭିଜ୍ଞତାକୁ ଯୋଡ଼ି ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ପ୍ରସାରଣକାରୀ ଷ୍ଟାର୍ ସ୍ପୋର୍ଟସ୍ ନିଜର ପ୍ରୋମୋ ଜାରି କରିଛି । ଷ୍ଟାର ସ୍ପୋର୍ଟସ ସୋମବାର ଏକ ପ୍ରକାଶନରେ ଏହି ବିଷୟରେ ସୂଚନା ଦେଇଛି । ଷ୍ଟାର୍ ସ୍ପୋର୍ଟସରେ ଭାରତ-ଶ୍ରୀଲଙ୍କା ସିରିଜ୍ ଦେଖିବାକୁ ମିଳିବ ।

ଭାରତ ବନାମ ଶ୍ରୀଲଙ୍କା ଟି20 ସିରିଜ୍ 

ପ୍ରଥମ ଟି-20 ମ୍ୟାଚ୍, ଜାନୁଆରୀ ୩, ସନ୍ଧ୍ୟା ୭ଟା, ମୁମ୍ବାଇ

ଦ୍ୱିତୀୟ ଟି-20 ମ୍ୟାଚ୍, ଜାନୁଆରୀ ୫, ସନ୍ଧ୍ୟା ୭ଟା, ପୁଣେ 

ତୃତୀୟ ଟି-20 ମ୍ୟାଚ୍, ଜାନୁଆରୀ ୭, ସନ୍ଧ୍ୟା ୭ଟା, ରାଜକୋଟ 

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ଏହି ଯୋଜନାରେ ପ୍ରତି ମାସରେ ମିଳିବ 50 ହଜାର ଟଙ୍କା, ଏହିପରି କରିବାକୁ ହେବ ଆବେଦନ

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିଅର!

ଅଧିକ ପଢ଼ନ୍ତୁ:-୩୨ ବର୍ଷ ବୟସରେ ଦଳର ଉପ-ଅଧିନାୟକ ହେଲେ ଏହି ଖେଳାଳି, BCCI ହଠାତ୍ ହସ୍ତାନ୍ତର କଲା ଦାୟିତ୍ୱ

 

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।

Read More
{}{}