Hindi News >>Home >>Odisha Sports

IND Vs SA: ଫାଇନାଲ ପୂର୍ବରୁ ପାଣିପାଗକୁ ନେଇ ବଡ଼ ଅପଡେଟ୍, ବର୍ଷା ହେଲେ ଜିତିବ କିଏ?

IND Vs SA: ପାଣିପାଗ ଡଟ୍ କମ୍ ଅନୁଯାୟୀ ବାରବାଡୋସରେ ଜୁନ୍ ୨୯ ଅର୍ଥାତ୍ ଆସନ୍ତାକାଲି ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ଯାହା ପରେ ପ୍ରଶଂସକମାନେ ପୁଣି ଥରେ ବର୍ଷା ଦ୍ୱାରା ବାଧାପ୍ରାପ୍ତ ଏକ ମ୍ୟାଚ୍ ଦେଖିପାରନ୍ତି ବୋଲି ଆଶଙ୍କା କରାଯାଉଛି।   

Advertisement
IND Vs SA: ଫାଇନାଲ ପୂର୍ବରୁ ପାଣିପାଗକୁ ନେଇ ବଡ଼ ଅପଡେଟ୍, ବର୍ଷା ହେଲେ ଜିତିବ କିଏ?
Stop
Rasmita Sahoo|Updated: Jun 28, 2024, 03:00 PM IST

IND Vs SA: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ବିଶ୍ୱକପ ୨୦୨୪ର ଫାଇନାଲ ମ୍ୟାଚ୍ ବାରବାଡୋସରେ ଜୁନ୍ ୨୯ ଅର୍ଥାତ୍ ଆସନ୍ତାକାଲି ଶନିବାର ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ୍ ଖେଳାଯିବ । ଗୋଟିଏ ପଟେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବାବେଳେ ଅନ୍ୟ ପଟେ ଟିମ୍ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଏହି ଦୁଇ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ ଫାଇନାଲରେ ପରସ୍ପର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସେମିଫାଇନାଲ ପରି ବର୍ଷା ଆଶଙ୍କା ମଧ୍ୟ ଫାଇନାଲ ମ୍ୟାଚ୍ ଉପରେ ମଧ୍ୟ ଦେଖାଦେଉଛି। ଫାଇନାଲ ମ୍ୟାଚ୍ ଦିନ ବାରବାଡୋସରେ ପାଗକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । 

ଫାଇନାଲ ମ୍ୟାଚ୍ ରେ ବି ବର୍ଷାର କାୟା
ଭାରତ ଏବଂ ଦକ୍ଷିଣ ଆଫ୍ରିକା (India VS South Africa Final Match)ମଧ୍ୟରେ ଫାଇନାଲ ମ୍ୟାଚ୍ ବାରବାଡୋସର ବ୍ରିଜଟାଉନ୍ ରେ ଖେଳାଯିବ । ଏହି ସମୟରେ, ଏହି ମ୍ୟାଚ୍ ଉପରେ ବର୍ଷାର ଆଶଙ୍କା ମଧ୍ୟ ଆରମ୍ଭ ହେବାକୁ ଲାଗିଛି। ପାଣିପାଗ ଡଟ୍ କମ୍ ଅନୁଯାୟୀ ବାରବାଡୋସରେ ଜୁନ୍ ୨୯ ଅର୍ଥାତ୍ ଆସନ୍ତାକାଲି ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ଯାହା ପରେ ପ୍ରଶଂସକମାନେ ପୁଣି ଥରେ ବର୍ଷା ଦ୍ୱାରା ବାଧାପ୍ରାପ୍ତ ଏକ ମ୍ୟାଚ୍ ଦେଖିପାରନ୍ତି ବୋଲି ଆଶଙ୍କା କରାଯାଉଛି। 

ଫାଇନାଲ ପାଇଁ ରିଜର୍ଭ ଡେ
ଫାଇନାଲ ମ୍ୟାଚ୍ ପାଇଁ ଆଇସିସି ମଧ୍ୟ ଏକ ରିଜର୍ଭ ଡେ(Reserve Day) ରଖିଛି। ଯଦି ଜୁନ୍ ୨୯ ରେ ବର୍ଷା ହେତୁ ମ୍ୟାଚ୍ ବାତିଲ ହୁଏ, ତେବେ ଫାଇନାଲ୍ ମ୍ୟାଚ୍ ଜୁନ୍ ୩୦ରେ ଖେଳାଯିବ । ଏହା ବ୍ୟତୀତ ଫାଇନାଲ୍ ମ୍ୟାଚ୍ ପାଇଁ ୧୯୦ ମିନିଟ୍ ଅତିରିକ୍ତ ସମୟ ମଧ୍ୟ ରଖାଯାଇଛି । ଏହା ସତ୍ତ୍ୱେ ରିଜର୍ଭ ଡେରେ ମଧ୍ୟ ବର୍ଷା ହେତୁ ମ୍ୟାଚ୍ ବାତିଲ ହୁଏ, ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକାକୁ ମିଳିତ ବିଜେତା ଘୋଷିତ କରାଯିବ।

ଟି-20 ବିଶ୍ୱକପ୍ ୨୦୨୪ ର ଅପରାଜେୟ ଟିମ୍
ଏଥର ଦକ୍ଷିଣ ଆଫ୍ରିକା ଏବଂ ଟିମ୍ ଇଣ୍ଡିଆ ବିଶ୍ୱକପରେ(Team India World Cup) ଗୋଟିଏ ବି ମ୍ୟାଚ୍ ହାରି ନାହାଁନ୍ତି। ଦକ୍ଷିଣ ଆଫ୍ରିକା ୮ଟି ମ୍ୟାଚ୍ ଖେଳିଥିବାବେଳେ ଟିମ୍ ଇଣ୍ଡିଆ ୭ଟି ମ୍ୟାଚ୍ ଖେଳିଛି। ବର୍ଷା ହେତୁ ଟିମ୍ ଇଣ୍ଡିଆର ଗୋଟିଏ ମ୍ୟାଚ୍ ହାରି ଯାଇଥିଲା। ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଟି -20 ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ବିଶ୍ୱକପ ଆରମ୍ଭରୁ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି।

ଗତକାଲି ଟିମ୍ ଇଣ୍ଡିଆ ୨୦୨୪ ସେମିଫାଇନାଲରେ ଟି-20 ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ପରାସ୍ତ ପରାଜୟର ପ୍ରତିଶୋଧ ନେଇଛି। ଟି-୨୦ ବିଶ୍ୱକପ୍ ଫାଇନାଲରେ ଏଣ୍ଟ୍ରି ମାରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷରେ ଏହି ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଭାବପ୍ରବଣ ହୋଇପଡ଼ିଥିଲେ। ସେ ଡ୍ରେସିଂ ରୁମରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ରୋହିତଙ୍କ ଏହି ଫଟୋ ଏବେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ବେକକୁ ତଳକୁ କରି ହାତରେ ଆଖି ବୁଜିଥିବାର ଦେଖିବାକୁ ମିଳିଥିଲା। ବିରାଟ କୋହଲି ତାଙ୍କ ପାଖରେ ଛିଡା ହୋଇ ତାଙ୍କ କାନ୍ଧରେ ହାତରଖି ସମବେଦନା ଜଣାଇଛନ୍ତି। ତେବେ ଆସନ୍ତାକାଲି ମ୍ୟାଚ୍ ଉପରେ ପୂରା ବିଶ୍ୱବାସୀଙ୍କ ନଜର ରହିଛି। 

Also Read: Delhi Airport: ଦିଲ୍ଲୀ ବର୍ଷା କରିଦେଲା ପ୍ଲାନ ଗଡ଼ବଡ଼, ଏହିସବୁ ଫ୍ଲାଇଟ୍ ହେଲା କ୍ୟାନସଲ

Also Read: ଏହି ୬ରାଶିର ଯୋଡ଼ି ହୋଇଥାନ୍ତି ସୁପରଯୋଡି, ଜୀବନରେ ଦେଖନ୍ତି ଉନ୍ନତି ହିଁ ଉନ୍ନତି

{}{}